Jamila: ଜମିଲା ରଜ ସଂକ୍ରାନ୍ତି, ଆଜି ଶେଷ ରଜ
"ଭୁବନେଶ୍ବର: କୁମାରୀଙ୍କ ମନ ଜାଣି ଆଜି ସକାଳୁ ଫିଟିଥିଲା ରଜ ପାଗ।
ସକାଳୁ ସକାଳୁ ମେଘୁଆ ପାଗ ରଜ ସଂକ୍ରାନ୍ତି ଅନୁକୂଳ ହୋଇଥିଲା।
ଗୁଳୁଗୁଳି କମି ନଥିଲେ ବି ଖରା ଟାଣ ନଥିଲା।
ତେଣୁ ଏହି ଗଣପର୍ବକୁ ଉପଭୋଗ କରିବା ପାଇଁ ଆଜି ବୁଲାବୁଲି ଜମିଯାଇଥିଲା।
ପହିଲି ରଜ ପରେ ଆଜି ପୁଣି ସକାଳ ୧୦ଟାରୁ ରଜର ପରିବେଶ ଜମିଥିଲା।
ବିଭିନ୍ନ ସ˚ଗଠନ ପକ୍ଷରୁ ରଜଦୋଳିରେ ଝୁଲିବାର ବ୍ୟବସ୍ଥା ହୋଇଥିବା ସ୍ଥାନମାନଙ୍କୁ ପରିବାର ସହ ଛୁଟିଥିଲେ ଝିଅମାନେ।
ରଜପିଠା ଖାଇବାକୁ ବି ଆଜି ବିଭିନ୍ନ ରେସ୍ତୋଁରାରେ ଭିଡ଼ ଦେଖିବାକୁ ମିଳିଥିଲା।
ଏଥିସହ ପାତ୍ରପଡ଼ା ମହାରାଜା କ୍ରିକେଟ୍ ଆସୋସିଏସନ୍ ପଡ଼ିଆ, ପାନ୍ଥନିବାସ, ରବୀନ୍ଦ୍ରମଣ୍ଡପ, ନୂଆପଲ୍ଲୀ କସ୍ତୁରବା ପଡ଼ିଆ, ସହିଦ ନଗର ଦୁର୍ଗାପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆରେ ବହୁ ଲୋକଙ୍କ ସମାଗମ ହୋଇଥିଲା।
ପିଠାରେ, ପାନରେ, ଦୋଳିରେ ଓ ଖୁସିରେ ରଜ ସଂକ୍ରାନ୍ତିକୁ ମନ ଭରି ଉପଭୋଗ କରିଥିଲେ ସହରିଆ।Advertisment Terminal: ପିଠାରେ ମହକିଲା ଟର୍ମିନାଲ୍ ସ୍ବସ୍ତିବନରେ ଦ୍ୱିତୀୟ ରଜ ମହୋତ୍ସବ ପହିଲି ରଜ ଭଳି ଆଜି ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ସ୍ୱସ୍ତିବନ ରଜ ମହୋତ୍ସବ ଉତ୍ସବରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।
ପୋଡ଼ପିଠା ଓ ପାନଖିଆ ସାଙ୍ଗକୁ ଦୋଳିଖେଳ, ନୃତ୍ୟ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାରେ ଝିଅମାନେ ଭାଗ ନେଇଛନ୍ତି।ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଥିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷା ନିରୁପମା ସାହୁ, ବରିମୁଣ୍ଡ ସରପଞ୍ଚ ସୁପ୍ରିୟା ମଲ୍ଲିକ, ଜିଲ୍ଲା ସମିତି ସଭ୍ୟ ଭୁବନାନନ୍ଦ ଦାସ, କଲ୍ୟାଣପୁର ଗ୍ରାମ ସଭାପତି ରାଜକିଶୋର ସ୍ୱାଇଁ ଯୋଗ ଦେଇଥିଲେ।
ସଙ୍ଗୀତ, ନୃତ୍ୟ ଓ କୁଇଜ୍ ପ୍ରତିଯୋଗିତାରେ ହଜିଲେ ଦର୍ଶକ ପାରମ୍ପରିକ ରଜ ପରମ୍ପରାକୁ ଉଜ୍ଜୀବିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଝୁମେଇବା ଉଦ୍ଦେଶ୍ୟରେ "ରେଡିଓ ଚକଲେଟ୍" ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବରଷକେ ଥରେ ଆସଛି ରଜ" ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ପ୍ରତିଯୋଗିତା ଓ ବିଭିନ୍ନ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ରଜର ସନ୍ଧ୍ୟାକୁ ଆହୁରି ରଙ୍ଗିନ କରିଦେଇଥିଲା। "ବନସ୍ତେ ଡାକିଲା ଗଜ...
ବରଷକେ ଥରେ ଆସିଛି ରଜ...", "ମୁଁ ଓଡ଼ିଆ ପୁଅ ଭାରି ସ୍ୱାଭିମାନୀ...", "ଗଜରା ଗଭାବାଲି.....", "ଅଫଗାନ ଜଲେବି.."ଭଳି ଗୀତରେ ଦର୍ଶକ ନିଜକୁ ହଜାଇ ଦେଇଥିଲେ।
କଣ୍ଠଶିଳ୍ପୀ ଯାଜ୍ଞଦତ୍ତ ଦାସ, ସ୍ମରଣିକା ନାୟକ, ମହ୍ଲାର ମିଶ୍ର ଲୋକଙ୍କୁ ମତୁଆଲା କରିଥିଲେ। "ଷ୍ଟେପ୍ ପଏଣ୍ଟ ଭୁବନେଶ୍ୱର" ପକ୍ଷରୁ ସମ୍ୱଲପୁରୀ, ବଲିଉଡ୍ ଆଦି ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।ସେହିପରି ଓଡ଼ିଆ ପରମ୍ପରା, ପର୍ବପର୍ବାଣୀ, ନୃତ୍ୟ , ସଙ୍ଗୀତ, ଦିବସ ଭଳି ପ୍ରଶ୍ନୋତ୍ତର ସହିତ ଦୌଡ଼ିଡିଆଁ, ପୁଚି ଭଳି ପ୍ରତିଯୋଗିତାରେ ଭାଗ ନେଇ ଉପହାର ଜିତିଥିଲେ ଦର୍ଶକ। "ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡ" ପକ୍ଷରୁ ନିଶୁଲ୍କ ଲଟେରି ଉଠାଣ କାର୍ଯ୍ୟକ୍ରମ କରାଯାଇ ତିନିଜଣ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଫ୍ରିଡମ୍ ହେଲ୍ଦି କୁକିଙ୍ଗ ଅଏଲ, ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡ, ସ୍ମାର୍ଟ ବଜାର, ଥି-ଏସ୍ ଡେଣ୍ଟାଲ କେୟାର, ଉତ୍କଳ କନିକା ଗ୍ୟାଲେରିଆ ସହଯୋଗ କରିଥିଲେ।
ଏଥିରେ ଅନୁଷ୍ଠାନର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର, "କନକନ୍ୟୁଜ୍" ଓ "ରେଡିଏ ଚକଲେଟ୍"ର ଆଞ୍ଚଳିକ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ ମାଲ୍ଲୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ଆର୍ଜେ ମହେଶ ଓ ଆରଜେ କମୋଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ ଆକର୍ଷିତ କଲା ରେଡିଓ ଚକଲେଟ୍ର ପିଠା ଗଢ଼ା ସ୍ବସ୍ତିବନ ରଜ ମହୋତ୍ସବର ଦ୍ୱିତୀୟ ରଜରେ ମହିଳାମାନଙ୍କ ଦ୍ୱାରା ପିଠାଗଢ଼ା କାର୍ଯ୍ୟକ୍ରମ ଆକର୍ଷିତ କରିଛି।
ରେଡିଓ ଚକଲେଟ୍ ତତ୍ତ୍ୱାବଧାନରେ ଫ୍ରିଡମ୍ ହେଲଦି କୁକିଂ ଅଏଲ୍, ମାଲାବାର ଓ ସ୍ମାର୍ଟ ବଜାର ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି ପ୍ରତିଯୋଗୀମାନେ।
ରେଡିଓ ଚକଲେଟ୍ ତତ୍ତ୍ୱାବଧାନରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ରଜ ଗୀତ ଓ ଲକି ଡ୍ର କରାଯାଇ ଥିଲା। "ସମ୍ବାଦ" ଗ୍ରୁପ୍ ରିଜିଓନାଲ ସେଲସ୍ ହେଡ୍ କଲ୍ୟାଣ ନାୟକ ଓ ରାଜ୍ୟ ମୁଖ୍ୟ ପ୍ରଶାନ୍ତ ମାଲୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏଥିରେ ଭାଗ ନେଇ ପ୍ରତିଯୋଗୀମାନେ ଆକର୍ଷଣୀୟ ଉପହାର ଜିତିପାରିବେ।
ଏଥିସହ ତିନି ଜଣ ଲକି ଡ୍ର ବିଜେତାଙ୍କୁ ମାଲାବାର ପୁରସ୍କାର ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।
ସୁଦର୍ଶନ ଦାରୁପୀଠରେ ରଜ ମହୋତ୍ସବ ବାଲିଅନ୍ତା ବ୍ଲକ୍ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁପୀଠ ପରିସରରେ ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି।
କୁଆଖାଇ ନଦୀ ପଠାରେ ୧୦ଟି ଦୋଳି ସଜ୍ଜାଯାଇଛି।
କାର୍ଯ୍ୟକ୍ରମରେ ବିଧୁଭୂଷଣ ପଟ୍ଟନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମୋହପାତ୍ର, ସୁବ୍ରତ ମହାନ୍ତି, ପରିବେଶବିତ୍ ଦିଲୀପ ଶ୍ରୀଚନ୍ଦନ, ପ୍ରମୋଦ ପାଢ଼ୀ ସୁରେଶ ପଣ୍ଡା, ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ଚକ୍ରଧର ନାୟକ, ରଞ୍ଜିତ ସାହୁ, ନାରାୟଣ ବେହେରା, ପ୍ରଦୀପ କୁମାର ମହାନ୍ତି, ଜଗନ୍ନାଥ ବେହେରା, ଅଶୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଯୁବତୀ ଏବଂ ମହିଳାମାନଙ୍କ ମଧ୍ୟରେ ପୁଞ୍ଚି, ଝୋଟି, ରଜ ସଜବାଜ ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଶେଷରେ ସୋନପୁର ସ୍ବର୍ଣ୍ଣ ଶିଖା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ "ରୁମୁକୁ ଝୁମା" ଦର୍ଶକମାନଙ୍କୁ ବିମୋହିତ କରିଥିଲା।
ଦୀନବନ୍ଧୁ ଧନ୍ୟବାଦ ଅର୍ପଣ କଟିଥିଲେ।
ଆଜି ଶେଷ ରଜରେ ବନ୍ଦ ରହିବ ନନ୍ଦନକାନନଦ୍ବିତୀୟ ଦିନରେ ସାଢ଼େ ୨୧ ହଜାର ପର୍ଯ୍ୟଟକ ଆସନ୍ତକାଲି ମଙ୍ଗଳବାର ରଜର ଶେଷ ଦିନ।
ନନ୍ଦନକାନନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
ସୋମବାର ରଜ ସଂକ୍ରାନ୍ତି ସତ୍ତ୍ୱେ ନନ୍ଦନକାନନକୁ ୨୧ହଜାର ୫୪୨ ଜଣ ପର୍ଯ୍ୟଟକ ଆସିଥିବା ଟିକଟ ବିକ୍ରିରୁ ଜଣାପଡ଼ିଛି।
ଏଥିସହିତ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୧୭୦୩ ଟିକଟ ବିକ୍ରି ହୋଇଛି।
ଚଳିତ ବର୍ଷ ରଜ ଦୁଇଦିନରେ ନନ୍ଦନକାନନକୁ ମୋଟ ୪୮ ହଜାର ୭୩୪ ପର୍ଯ୍ୟଟକ ଆସିଥିବା କର୍ତ୍ତୃପକ୍ଷ କହିଛନ୍ତି।
ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୫୨ହଜାର ୬୨୫ ପର୍ଯ୍ୟଟକ ବୁଲିଥିବା ଜଣାପଡ଼ିଛି।
ନୂଆଗାଁ ମହୋତ୍ସବ ପଡ଼ିଆରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ଶିଶୁମାନଙ୍କ ସଂଗୀତ, ନାଚ ପ୍ରତିଯୋଗିତା ସହ ଦେବେଶ ପତି, ସଞ୍ଜୁ ମହାନ୍ତି, ଜେମସ୍ ଲଭଲିନ୍, ସାଈ ସଙ୍ଗମ୍ ସଂଗୀତ ପରିବେଷଣ କରିଥିଲେ।
ହାସ୍ୟ ଅଭିନେତା ନନସେନ୍ସ ମଣି ଯୋଗଦେଇ ଦର୍ଶକଙ୍କୁ ହସାଇଥିଲେ।
ଆଜି ଅତିଥିଭାବେ ସାଂସଦ ଅନିତା ଶୁଭଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ଅଜିତ ବେହେରା, ସାମ୍ବାଦିକ ସନତ ମିଶ୍ର, ରାଜେନ୍ଦ୍ର ସମର୍ଥା, ମୀରା ପରିଡ଼ା, ବିକାଶ ମଞ୍ଚ ସଭାପତି ବସନ୍ତ କୁମାର ବରାଳ, ସଞ୍ଜୟ କୁମାର ଗିରି, ବୃନ୍ଦାବନ ସାହୁ, ଅରୁଣ କୁମାର ପୁରୋହିତ, ଅଶ୍ୱିନୀ ସାହୁ, ଜିତେନ୍ଦ୍ର ସାହୁ, ବିଜୟ ପରିଡ଼ା, ତପନ ନାୟକ, ସମ୍ପାଦକ ଡ.
ଚିନ୍ମୟନନ୍ଦ ବଡ଼ଜେନା ଓ ସଭ୍ୟମାନେ ଉପସ୍ଥିତଥିଲେ।
ଏକାମ୍ର ରଜ ମହୋତ୍ସବ: ସଙ୍ଗୀତରେ ମତୁଆଲା କଲେ ସ୍ବୟଂ ପାଢ଼ୀ ଏକାମ୍ର ଆର୍ମି ପକ୍ଷରୁ ସାମନ୍ତରାପୁର ସରସ୍ୱତୀ ମଣ୍ଡପଠାରେ ଆୟୋଜିତ "ଏକାମ୍ର ରଜ ମହୋତ୍ସବ"ର ଦ୍ବିତୀୟ ଦିବସରେ ସ୍ୱୟଂ ପାଢ଼ୀ ଓ ସାଥୀ କଳାକାର ଯୋଗଦେଇ "କମଳା ରସ..., ତୁ ମୋ ସାୟରୀ..
କାଞ୍ଚି ପ୍ରେମ.." ଆଦି ସଂଗୀତ ପରିବେଷଣ କରି ମତୁଆଲା କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଆସନ୍ତା ମଙ୍ଗଳବାର ମଣ୍ଟୁ ଛୁରିଆ ସଙ୍ଗୀତର ଭରପୁର ମନୋରଞ୍ଜନ ଯୋଗାଇବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ଏକାମ୍ର ଆର୍ମିର ଅଧ୍ୟକ୍ଷ ତଥା କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଆଇନ ମନ୍ତୀ ପୃଥିବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷ ନିରୁପମା ସାହୁ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ଏହି ଅବସରରେ ଲିଙ୍ଗରାଜ ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ସମେତ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ।
ସହରରେ ଗାଁ ରଜ ଉତ୍ସବର ବାସ୍ନା ରବୀନ୍ଦ୍ରମଣ୍ଡପର ମୁଖଶାଳାରେ ବାଘନାଚ କରୁଥିଲା ସ୍ୱାଗତ।
ସାମାନ୍ୟ ଆଗକୁ କଲେ ତେଲେଙ୍ଗା ବାଜାର କମ୍ପନ ସହ ରଜପାନ ଓ ପୋଡ଼ପିଠାର ବାସ୍ନା ଦର୍ଶକଙ୍କୁ ଟାଣି ଆଣୁଥିଲା।
କବିତା, ନୃତ୍ୟ, ସଙ୍ଗୀତର ତାଳେ ତାଳେ ମହିଳାମାନେ ରଜଦୋଳିକୁ ଉପଭୋଗ କରୁଥିଲେ।
ବରିଷ୍ଠ ନାଗରିକମାନେ ପଶାପାଲି ଖେଳରେ ମଜି ଯାଇଥିଲେ।
ଏଭଳି କିଛି ସ୍ଥିତି "ମଶାଲ୍" ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା, କଣ୍ଠଶିଳ୍ପୀ ଶ୍ୟାମମଣୀ ଦେବୀ, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ରବିନାରାୟଣ ସେନାପତି, ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାଶ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଥାଇଲାଣ୍ଡରେ ରହି ମଧ୍ୟ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରୁଥିବାରୁ ଅନିତା ବୋଷଙ୍କୁ "ମଶାଲ ପ୍ରତିଭା ସମ୍ମାନ" ଓ ଉଦ୍ୟୋଗୀ ସୀମା ମହାନ୍ତିଙ୍କୁ "ଶ୍ରେଷ୍ଠ ସାଧବାଣୀ ସମ୍ମାନ" ପ୍ରଦାନ କରାଯାଇଥିଲା।
ଏଥିସହିତ ପିଠା, ପୁଚି, ରଜପାନ, ଛୋଟି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ବଳଭଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ୟାମସୁନ୍ଦର ପାଢ଼ୀ, ନିର୍ଦ୍ଦେଶକ ଚୌଧୁରୀ ରାଜେନ୍ଦ୍ର ମହାପାତ୍ର, ଉପସଭାପତି ସଙ୍ଗୀତା ପଟ୍ଟନାୟକ, ମୁଖ୍ୟ ସଂଯୋଜକ ସନ୍ଦୀପ ରଥ ଓ କାର୍ଯକ୍ରମ ସଂଯୋଜକ ଶ୍ୟାମାପ୍ରସାଦ ମିଶ୍ର ପରିଚାଳନା କରିଥିଲେl"