Terminal: ପିଠାରେ ମହକିଲା ଟର୍ମିନାଲ୍‌

Jun 16, 2026 - 09:10
Terminal: ପିଠାରେ ମହକିଲା ଟର୍ମିନାଲ୍‌

"ଭୁବନେଶ୍ବର: ରଜସଂକ୍ରାନ୍ତି ଅବସରରେ ଆଜି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ "ଯାତ୍ରୀ ସୁବିଧା ଦିବସ" ପାଳିତ ହୋଇଯାଇଛି।

ରଜ ଅବସରରେ ଏହି ଦିବସ ପାଳିତ ହେଉଥିବାରୁ, ରଜର ସାଂସ୍କୃତିକ ଝଲକ ଏଥିରେ ଦେଖିବାକୁ ମିଳିଥିଲା।

ଦେଶ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ସଂପର୍କରେ ଅବଗତ କରାଯିବା ସହ ଆତିଥ୍ୟତା ପାଇଁ ବିମାନବନ୍ଦର ପରିସରରେ ନାନାଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।Advertisment 2 Drivers Death: ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ଲାଗିଗଲା ନିଆଁ, ଟ୍ରକ ସହ ଜଳିଗଲେ ୨ ଚାଳକ ଟର୍ମିନାଲରେ ଯାତ୍ରୀଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ବିମାନବନ୍ଦର କର୍ତ୍ତୃପକ୍ଷ, ବିଭିନ୍ନ ଏୟାରଲାଇନ୍ସର କାର୍ଯ୍ୟକର୍ତ୍ତା ଓ ସିଆଇଏସଏଫ୍‌ ଯବାନମାନେ ସାମୂହିକ ଭାବେ ବନ୍ଦେ ମାତରମ୍‌ ଗାନ କରିଥିଲେ।

ଏହି ଅବସରରେ ବୃକ୍ଷରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରଜ ଆଧାରିତ ବିଭିନ୍ନ ସ୍ବତନ୍ତ୍ର ଷ୍ଟଲ୍‌ରେ ଭଳିକି ଭଳି ଖାଦ୍ୟର ପସରା ଖୋଲିଥିଲା।

ପୋଡ଼ପିଠା, ଆରିସା, କାକରା, ମଣ୍ଡାପିଠା, ଛେନାପୋଡ଼, ରସଗୋଲା ଆଦି ଭଳିକି ଭଳି ମନଲୋଭା ଖାଦ୍ୟର ମହକରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ ବଲାଙ୍ଗୀରର ଢୋଲମହୁରୀ କଳା ପରିଷଦ କଳାକାରମାନେ ମନୋରମ ସମ୍ବଲପୁରୀ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ।

ଯାତ୍ରୀମାନେ ବି ଏହି ଲୋକନୃତ୍ୟର ତାଳେ ତାଳେ ନୃତ୍ୟ କରୁଥିବା  ଦେଖିବାକୁ ମିଳିଥିଲା।

ଟର୍ମିନାଲ୍‌ ପରିସରରେ ଦୁଇଟି ସୁସଜ୍ଜିତ ରଜ ଦୋଳିର ବ୍ୟବସ୍ଥା କରାଯାଇଥିଲା।

ଯାତ୍ରୀମାନେ ଦୋଳି ଖେଳିବାର ମଜା ନେଇଥିଲେ।

ଏହା ସାଙ୍ଗକୁ ଉଭୟ ପ୍ରବେଶ ଓ ପ୍ରସ୍ଥାନରେ ସେଲ୍‌ଫି ପଏଣ୍ଟ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା।"