Raja Festival: ଖିମଜୀ ଜୁଏଲର୍ସର ରଜ ମଉଜ
ଭୁବନେଶ୍ବର: ଖିମଜୀ ଜୁଏଲର୍ସ ପକ୍ଷରୁ ଚଳିତ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ରଜ ମଉଜ ପାଳନ କରାଯାଇଛି। ରାଜ୍ୟରେ ଥିବା ୧୧ଟି ସୋରୁମ ଓ ଛଅଟି ପ୍ରିମିୟମ ଆବାସିକ ସୋସାଇଟିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରୟାଲ ଲାଗୁନ, ମଣି ତ୍ରିଭୂବନ, ଆସୋଟେକ୍ ୱାର୍ଲଡ୍, ଲ୍ୟାଣ୍ଡମାର୍କ ଫେଜ୍ ଓ ହାଇଟେକ୍ ପ୍ଳାଜା ଓ ଉତ୍କଳ ହାଇଟ୍ସ ସହ ସହଯୋଗିତା କରାଯାଇଥିଲା।
କମ୍ପାନି ପକ୍ଷରୁ ପାରମ୍ପରିକ ସୁସଜ୍ଜିତ ଦୋଳି, ୩୬୦ ଡିଗ୍ରି ସେଲ୍ଫି ବୁଥ୍, ମଜାଦାର ଖେଜ ଓ ପାର୍ବଣ କାର୍ଯ୍ୟକଳାପ ଆଦି ଆୟୋଜନ କରାଯାଇଥିଲା। ପାରମ୍ପରିକ ପିଠା ଓ ଆକର୍ଷଣୀୟ ପୁରସ୍କାରର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଖିମ୍ଜୀ ସୋରୁମ୍ଗୁଡ଼ିକରେ ମାଗଣା ମେହେନ୍ଦି ଡିଜାଇନ, ପୋଡ଼ ପୀଡ଼ା, ଜଳପାନ ଭଳି ସୁବିଧା ଯୋଗାଇ ଦିଆଯାଇଥିଲା। ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଖିମ୍ଜୀ ଜୁଏଲର୍ସରେ ଆମେ ସର୍ବଦା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରସାର କରିବାରେ ବିଶ୍ବାସ କରୁ।
ଆହୁରି ପଢ଼ନ୍ତୁ: ଖିମଜୀ ଜୁଏଲର୍ସ ନେଇ ଆସିଛି ରଜ ମଉଜ, ‘ପାୟଲ୍ ଆଣ୍ଡ୍ ଟୋ ରିଙ୍ଗ୍ ଫେଷ୍ଟିଭାଲ୍’
ଏହି ଉତ୍ସବଗୁଡ଼ିକ ମାଧ୍ୟମରେ ପରିବାରଗୁଡ଼ିକୁ ଏକାଠି କରିବା ଓ ଓଡ଼ିଶାର ମହିଳାମାନଙ୍କ ପାଇଁ ଆନନ୍ଦଦାୟକ ଓ ସମରଣୀୟ ଅନୁଭୂତି ସୃଷ୍ଟି କରିବାକୁ ଆମେ ପ୍ରୟାସ କରିଥିଲୁ। ଆମେ ପାଇଥିବା ବିପୁଳ ଭଲ ପାଇବା ଓ ପ୍ରଶଂସା ଆମକୁ ଆଗାମୀ ପିଢ଼ି ପାଇଁ ଏହି ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଇବାକୁ ଅନୁପ୍ରାଣିତ କରିଥିବା ସେ କହିଛନ୍ତି।