Kalyanpur Raja Mahotsav ବୃହତ ଓଡ଼ିଆ ପରିବାର ଗଠନ ନିମନ୍ତେ ସଂକଳ୍ପ: ସୌମ୍ୟ ରଞ୍ଜନ

Jun 18, 2026 - 02:11
Kalyanpur Raja Mahotsav ବୃହତ ଓଡ଼ିଆ ପରିବାର ଗଠନ ନିମନ୍ତେ ସଂକଳ୍ପ: ସୌମ୍ୟ ରଞ୍ଜନ

"ବାରଙ୍ଗ: ଭୁବନେଶ୍ଵର ଉପକଣ୍ଠ କଲ୍ୟାଣପୁର ସ୍ଵସ୍ତିବନରେ ଚାରି ଦିନ ଧରି ଚାଲିଥିବା  "ରଜ ମହୋତ୍ସବ" ଉଦ୍‌ଯାପିତ ହୋଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଅଧ୍ୟାପକତା ଛାଡ଼ି ଓଡ଼ିଶା ମାଟିରେ ମିଡ଼ିଆ ଜଗତକୁ ଅପଣେଇ ମୁଁ ଭୁଲ ବାଟରେ ଯାଇଥିବା ସମସ୍ତେ କହିଛନ୍ତି ।

ହେଲେ ନେଇଥିବା ସେ ଭୁଲ ନିଷ୍ପତି ଟି ମୋ ପାଇଁ ଆଜି ସବୁ କିଛି ପରିଚୟ ଓ ସମ୍ମାନ ଦେଇଛି ।

ହେଲେ ଓଡ଼ିଶା ପାଇଁ ମୋର  ବୃହତ୍ତ ସଂକଳ୍ପ ରହିଛି ।

ତାହା ହେଉଛି ବୃହତ୍ତ ଓଡ଼ିଶା ପରିବାର ଗଠନ ।

ସେଥି ପାଇଁ ତିନିଟି ଶ୍ଲୋଗାନ କରିଛି ।

ପ୍ରଥମଟି ପ୍ରତି ଘର ହେବ ସାହିତ୍ୟ ଘର, ଦ୍ୱିତୀୟଟି ପ୍ରତି ପରିବାର ହେବ ରକ୍ତଭଣ୍ଡାର ଓ ତୃତୀୟଟି ପ୍ରତି ପରିବାର ହେବ ନିଶା ମୁକ୍ତ ପରିବାର ।Advertisment ଶ୍ରୀପଟ୍ଟନାୟକ କହିଥିଲେ, ରଜ ମହୋତ୍ସବର ଆୟୋଜକ ଓ ପାଞ୍ଚ ପଞ୍ଚାୟତ ଅଞ୍ଚଳ ସହିତ ତାଙ୍କର ରହିଥିବା ଚାଳିଶ ବର୍ଷର ସମ୍ପର୍କକୁ ମନେପକାଇ ଥିଲେ।

କହିଥିଲେ ଏପରିବେଶରେ ଯେଉଁ ପାଞ୍ଚ ସହରୁ ଉର୍ଦ୍ଧ୍ଵ ଦୋଳି ଲାଗିଛି ତାହା ନିଶ୍ଚିତ ଓଡ଼ିଶାରେ ପ୍ରଥମ ଓ ପ୍ରଶଂସା ଯୋଗ୍ୟ ।

ଚଳିତ ବର୍ଷ ସ୍ଵସ୍ତୀବନ ରଜ ମହୋତ୍ସବରେ ପ୍ରଥମ ହୋଇ ରଜ କୁଇନ୍ ମୁକୁଟ ପିନ୍ଧିଛନ୍ତି ଖୈରାପଡାର ଖୁସୀ ପ୍ରିୟାଦର୍ଶିନୀ ସେଠୀ ଓ ଦ୍ୱିତୀୟ ଗାୟତ୍ରୀ ବେହେରା ନିଜର ଲକ୍ଷ୍ୟ ଓ ସ୍ବପ୍ନ ସମ୍ପର୍କରେ ସେ କହିଛନ୍ତି, ତାଙ୍କର ପ୍ରଥମ ସ୍ବପ୍ନ ଆମ ଓଡ଼ିଶା , ଅମ ଓଡ଼ିଶାକୁ ବୃହତ ଓଡିଆ ପରିବାରରେ ପରିଣତ କରିବା।

ଓଡ଼ିଶାରେ ଥିବା ବହୁ ପରିବାର ଭିତରେ ସର୍ବବୃହତ ଓଡିଆ ପରିବାର " ଆମ ଓଡ଼ିଶା" ।

ଆମେ ଓଡିଆ ବୋଲି ପରିଚୟ ଦେବା ବା ସଭ୍ୟ ବୋଲି କହିବା ତାହେଲେ ଆମ ଘରେ ଓଡ଼ିଆ ଭାଷାରେ କଥା ହେବା ।

ମା" ମାନଙ୍କୁ ଅନୁରୋଧ ପିଲାମାନଙ୍କୁ ଇଂଗ୍ରାଜି ଶିଖାନ୍ତୁ, ହେଲେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଅନ୍ତୁ ।

ମୋ ପ୍ରଥମ ସ୍ୱପ୍ନ ପ୍ରତି ଘରେ ଓଡ଼ିଆ କୁହାଯାଉଥିବ, ପ୍ରତିଘର ସାହିତ୍ୟ ପାଇଁ ରୂଚି ରଖୁଥିବ ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ସମକ୍ଷିତ କରିବା ପାଇଁ ୩୧୪ ବ୍ଲକ୍ ଓ ଏନଏସି ଅଞ୍ଚଳରେ ୩୭୧ଟି ସାହିତ୍ୟ ଘର କରାଯାଇଛି ।

ଏତିକିରେ ସନୁଷ୍ଟ ନୁହେଁ, ପ୍ରଥମ ସ୍ୱପ୍ନ ଓ ଶ୍ଳୋଗାନ ହେଲା ଓଡ଼ିଶାର ପ୍ରତି ଘର କିଭଳି ସାହିତ୍ୟ ଘର ହେବ ।

ଭାଷା ଓ ସାହିତ୍ୟର ସୁରକ୍ଷା ହେଲେ ସମ୍ଭବ ହୋଇପରିବ ।

ଦ୍ୱିତୀୟ ସ୍ୱପ୍ନ ହେଲା ମାଲକାନାଗିରିରୁ ମୟୂରଭଞ୍ଜ ପ୍ରତ୍ୟକ ବ୍ଲକରେ ରକ୍ତଦାନ ଶିବିର କରାଯାଉଛି, ହେଲେ ଓଡ଼ିଶାର ପ୍ରତିଘର ହେବ ରକ୍ତଦାନର ଶିବର ଏହା ମଧ୍ୟ ଆମର ଶ୍ଲୋଗାନ ।

ଯେତେବେଳେ ୨୦୨୨ ୟୁନିଟ ରକ୍ତ ସଂଗ୍ରହ ରେକର୍ଡ ଅତିକ୍ରମଣ କରିବା କଷ୍ଟ ଥିଲା ସମ୍ବାଦ ଓ ଆମେ ଓଡ଼ିଶା  ସଂକଳ୍ପ ନେଇ ୨୬ ଅକ୍ଟୋବରରୁ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସରୁ ସପ୍ତାହ ବ୍ୟାପି ରକ୍ତଦାନ ଶିବିର କରିଥିଲୁ ।

ପ୍ରଥମ ଦିନରେ ୨୫୦୦ ୟୁନିଟ ରକ୍ତ ସଂଗ୍ରହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ଥିବା ରେକର୍ଡ଼ ଭଙ୍ଗ କରି ଥିଲୁ ।

ଶେଷ ଦିନରେ ୩୭୫୦ ଓ ସପ୍ତାହକରେ ସର୍ବମୋଟ ୯୭୫୦ ୟୁନିଟ ରକ୍ତ ସଂଗ୍ରହର ସଫଳା ହାସଲ କରିପାରିଛୁ | ଏଇଠୁ ଶିଖିଲି ଛୋଟ ଛୋଟ ଅନୁଭୂତିରୁ ବଡ ବଡ କଥା ଶିକ୍ଷା ଯାଏ।

ପିଲାମାନେ ଶିଖିବା ଦରକାର ପ୍ରବଳ  ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରିବ ।

ଆମେ ପ୍ରତିବର୍ଷ ପନ୍ଦର ସହରୁ ଉର୍ଦ୍ଧ୍ୱ କ୍ୟାମ୍ପ କରି ସତୁରି ହଜାରରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରୁଛୁ ।

ପ୍ରତିବର୍ଷ ଦଶ ଲକ୍ଷରୁ ଅଧିକ ରକ୍ତ ସଂଗ୍ରହ ହୋଇ ସରିଲାଣି ।

ହେଲେ ଆମେ ଯେଉଁ ଦ୍ୱିତୀୟ ଲକ୍ଷରେ ପହଞ୍ଚି ପାରିନାହୁଁ ତାହା ହେଲା ପ୍ରତି ଘର ହେବ ରକ୍ତ ଭଣ୍ଡାର ।

ତୃତୀୟଟି ନିଶା ନିବରଣ ।

ଏଥିପାଇଁ ଆମକୁ ସରକାରଙ୍କ ଉପରେ ନିର୍ଭର ନକରି ନିଜେ ଉଦ୍ୟମ କରିବାକୁ ପଡିବ ।

କେହି ଯେପରି ନିଶା ସେବନ କରି ନ ମରୁ ସେଥିପାଇଁ ମହିଳା ମାନଙ୍କୁ ଦାୟିତ୍ଵ ନେବାକୁ ପଡିବ ।

ପ୍ରତି ଘରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଉପହାର ବଦଳରେ କହୁ କଥା ଦିଅ ନିଶା ସେବନ କରିବ ନାହି ।

ସେହିଭଳି ପ୍ରତ୍ୟେକ ସ୍ତ୍ରୀ ସ୍ୱାମୀକୁ, ଭାଉଜ ଦିଅରକୁ ଓ ବୋହୂ ଶଶୁର ର ସେବା କରିବା ବେଳେ କହିଲେ ନିଶ୍ଚିତ ନିଶା ସେବନର ମାତ୍ରା କମାଇ ଦିଆଯାଇ ପାରିବ ବୋଲି  ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ  ଉଦବୋଧନ ଦେଇ କହିଛନ୍ତି ।

ଶେଷରେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ଯକ୍ଷ ଶ୍ରୀପଟ୍ଟନାୟକ କରିଥିଲେ ଉତ୍ସାହ ହିଁ ଉତ୍ସବର କାରଣ, ମହୋତ୍ସବ ତାର ପ୍ରତିଫଳନ ।

ଦଳଗତ ଜାତି ଗତ  ବିଭେଦତାରୁ ଉର୍ଦ୍ଧ୍ଵରେ ରହି ଏକାଠି ହୋଇ ପାଳନ କରିବାର ସୁଯୋଗ ତିଆରି କରିଥାଏ ।

ଉତ୍ସବ ଆବିଷ୍କାର କରିଥାଏ।

ନିଜ ଭିତରେ ଥିବା ସାମର୍ଥ୍ୟକୁ ବୃଦ୍ଧି କରି ଆଗକୁ ଆହୁରି ଅଧିକ  ଆବିଷ୍କାର ର ସୁଯୋଗ ସୃଷ୍ଟି କରିଥାଏ ।

ମିଠା ଖାନେକେ ଲିଏ ବାହାନା ଭଳି ଏମଞ୍ଚ ଏକାଠି ହେବା ଓ ଦକ୍ଷିତା ପ୍ରତିପାଳନର ସୁଯୋଗ ସୃଷ୍ଟି କରିଥାଏ ବୋଲି କହିଛନ୍ତି ।

ରଜ ମହୋତ୍ସବ  କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆୟୋଜିତ ସଭାରେ ଜ୍ଞାନ ରଞ୍ଜନ ରାଉତ,ସନ୍ତୋଷ କୁମାର ନାଥ, କଲ୍ୟାଣପୁର ଗ୍ରାମ ସଭାପତି ରାଜ କିଶୋର ସ୍ୱାଇଁ, ସୁକାନ୍ତ ପରିଡା, ବସନ୍ତ ସ୍ୱାଇଁ, ବିକ୍ରମ ସ୍ୱାଇଁ,ବଇଁଶୀଧର ପଢିଆରୀ, ଗୋପୀନାଥ ଦାସ, ଧର୍ନୁଧର ସ୍ୱାଇଁଙ୍କ ସମେତ ଉପସ୍ଥିତ ଥିଲେ ।

ସନତ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ , ବୁଲୁ ସ୍ୱାଇଁ.ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବସନ୍ତ କୁମାର ରଥ ଧନ୍ୟବାଦ ଦେଇଥିଲେ।

ଶେଷରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମହୋତ୍ସବକୁ ଆସିଥିବା ସାଧାରଣଙ୍କୁ ଖାଦ୍ୟ ପରସି ଭଲ ମନ୍ଦ ପଚାରି ବୁଝିଥିଲେ।

"