UAE : ୟୁଏଇ ରାଷ୍ଟ୍ରପତିଙ୍କୁ ବ୍ରିକ୍ସ ସମ୍ମିଳନୀକୁ ନିମନ୍ତ୍ରଣ କଲେ ମୋଦୀ
"ନୂଆଦିଲ୍ଲୀ : ଫ୍ରାନ୍ସର ଇଭିଆନରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ ଜାୟେଦ ଅଲ ନହୟାନଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ମୋଦୀ ୟୁୁଏଇ ରାଷ୍ଟ୍ରପତିଙ୍କୁ ଚଳିତ ବର୍ଷ ଶେଷ ଭାଗରେ ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି।
୨୦୨୬ରେ ଦୁଇ ନେତାଙ୍କ ମଧ୍ୟରେ ଏହା ତୃତୀୟ ସାକ୍ଷାତ ଏବଂ ଏହା ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗୀତାର ଶକ୍ତିକୁ ପ୍ରତିଫଳିତ କରୁଛି।Advertisment ଆହୁରି ପଢନ୍ତୁ: Electricity Tariffs ବିଦ୍ୟୁତ୍ ଦର ବଢ଼ିଲେ ଆନ୍ଦୋଳନ: ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଗତ ଜାନୁଆରିରେ ଜାୟେଦଙ୍କର ଭାରତ ଗସ୍ତ ସମୟରେ ଏବଂ ମେ"ରେ ମୋଦୀଙ୍କ ୟୁଏଇ ଗସ୍ତ ସମୟରେ ସେମାନେ ଉଦ୍ୟୋଗ, ବାଣିଜ୍ୟ, ବିନିଯୋଗ, ଶକ୍ତି ଏବଂ ପ୍ରତିରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗର ପ୍ରଗତିକୁ ସମୀକ୍ଷା କରିଥିଲେ।
ପରସ୍ପରର ସ୍ବାର୍ଥ ରହିଥିବା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ୨ ନେତା ସେମାନଙ୍କ ମତ ଆଦାନ ପ୍ରଦାନ କରିଛନ୍ତି।
କଥାବାର୍ତ୍ତା ସମୟରେ ମୋଦୀ ପଶ୍ଚିମ ଏସିଆରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବୃଦ୍ଧି କରିବା ପାଇଁ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟ ଉପରେ ଗୁରୁତ୍ବାରୋପ କରିଛନ୍ତି।
ଉଭୟ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ହର୍ମୁଜ ପ୍ରଣାଳୀରେ ଏକ ମୁକ୍ତ, ସୁରକ୍ଷିିତ ଯାତାୟାତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଜରୁରୀ ବୋଲି କହିଛନ୍ତି।
"