Peanuts vs. Almonds: ଚିନାବାଦାମ ବନାମ ଆଲ୍‌ମଣ୍ଡ୍‌

Nov 19, 2026 - 04:46
Peanuts vs. Almonds: ଚିନାବାଦାମ ବନାମ ଆଲ୍‌ମଣ୍ଡ୍‌

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଉଚ୍ଚ କୋଲେଷ୍ଟ୍ରଲ୍ ଗମ୍ଭୀର ସମସ୍ୟା ପାଲଟିଛି।

ହୃଦ୍‌ରୋଗରୁ ଦୂରେଇ ରହିବା ପାଇଁ ଠିକ୍‌ ଖାଦ୍ୟପେୟ ଅତ୍ୟନ୍ତ ଜରୁରି।

ଦୈନନ୍ଦିନ ଜଳଖିଆରେ ଆଲ୍‌ମଣ୍ଡ୍‌ ଓ ଚିନାବାଦାମ ହୃତ୍‌ପିଣ୍ଡ ପାଇଁ ବେଶ୍ ଉପକାରୀ।

ଯଦି ଆପଣ ବିଶେଷ ଭାବେ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି, ତେବେ ଆଲ୍‌ମଣ୍ଡ୍‌ ଟିକେ ଅଧିକ ଉପାଦେୟ ହେବ।

Advertisment Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା ବାଦାମରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରରୁ ଖରାପ କୋଲେଷ୍ଟ୍ରଲ୍ ବା ଏଲ୍‌ଡିଏଲ୍‌ କମାଇବାରେ ସିଧାସଳଖ ସାହାଯ୍ୟ କରେ।

ଆଲ୍‌ମଣ୍ଡ୍‌ରେ ଅସନ୍ତୁଳିତ ବା ଭଲ ଚର୍ବି ଅଧିକ ଓ କ୍ଷତିକାରକ ସନ୍ତୁଳିତ ଚର୍ବି ବହୁତ କମ୍ ଥାଏ।

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ଫାଇବର୍ ମୁଖ୍ୟ ଭୂମିକା ନେଇଥାଏ।

ଆଲ୍‌ମଣ୍ଡ୍‌ରେ ଥିବା ଏହି ପ୍ରାକୃତିକ ଉପାଦାନ ଶରୀରକୁ କୋଲେଷ୍ଟ୍ରଲ୍ ଶୋଷଣ କରିବାରୁ ରୋକିଥାଏ।

ଗବେଷଣାରୁ ଜଣାପଡ଼ିଛି ଯେ, ଦୈନିକ ୫୦-୧୦୦ ଗ୍ରାମ୍ ବାଦାମ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ୍ ସ୍ତର ଯଥେଷ୍ଟ ହ୍ରାସ ପାଇଥାଏ।

ପୋଷକ ତତ୍ତ୍ୱକୁ ଦେଖିଲେ ପ୍ରତି ୨୮ ଗ୍ରାମ୍‌ ଆଲ୍‌ମଣ୍ଡ୍‌ରେ ଭଲ ଚର୍ବି ୧୩.୦୭ ଗ୍ରାମ୍‌ ଥିବାବେଳେ ଚିନାବାଦାମରେ ୧୦.୨ ଗ୍ରାମ୍‌ ଥାଏ।

ସେହିପରି ଆଲ୍‌ମଣ୍ଡ୍‌ରେ କ୍ଷତିକାରକ ଚର୍ବି ୧.୧୬ ଗ୍ରାମ୍‌ ରହିଥିବାବେଳେ ଚିନାବାଦାମରେ ୨.୧୯ ଗ୍ରାମ୍‌ ଥାଏ ଏବଂ ଆଲ୍‌ମଣ୍ଡ୍‌ରେ ଫାଇବର୍‌ ୩.୧ ଗ୍ରାମ୍‌ ଓ ଚିନାବାଦାମରେ ୨.୪ ଗ୍ରାମ୍‌ ରହିଥାଏ।

ଚିନାବାଦାମ ମଧ୍ୟ ହୃତ୍‌ପିଣ୍ଡ ପାଇଁ ଏକ ଉପକାରୀ ଖାଦ୍ୟ।

ଏହା କୋଲେଷ୍ଟ୍ରଲ୍ ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।

ଏଥିରେ ବାଦାମ ତୁଳନାରେ ଅଧିକ 'ଆର୍ଜିନାଇନ୍' ନାମକ ଆମିନୋ ଏସିଡ୍ ଥାଏ, ଯାହା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ତିଆରି କରେ।

ଏହା ରକ୍ତବାହୀ ନଳୀଗୁଡ଼ିକୁ ପ୍ରଶସ୍ତ କରି ରକ୍ତ ସଞ୍ଚାଳନକୁ ସୁଗମ କରିଥାଏ।

ନିୟମିତ ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ୍ ବଢ଼ିଥାଏ ଏବଂ ରକ୍ତରେ ଥିବା ଅନାବଶ୍ୟକ ଚର୍ବି କମିଥାଏ।

Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ ଯଦି ଆପଣ ଓଜନ ନିୟନ୍ତ୍ରଣ କରିବା ସହିତ ଖରାପ କୋଲେଷ୍ଟ୍ରଲ୍ କମାଇବାକୁ ଚାହୁଛନ୍ତି, ତେବେ ଆଲ୍‌ମଣ୍ଡ୍‌ ଭଲ ବିକଳ୍ପ।

କାରଣ କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଚିନାବାଦାମ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ସମସ୍ୟା ସୁଧୁରିଲେ ମଧ୍ୟ ଓଜନ ସାମାନ୍ୟ ବଢ଼ିପାରେ।

କିନ୍ତୁ ଆଲ୍‌ମଣ୍ଡ୍‌ ଖାଇବା ଦ୍ୱାରା ଓଜନ ନ ବଢ଼ି କୋଲେଷ୍ଟ୍ରଲ୍ କମିଥାଏ।

ତେବେ ଉଭୟ ଆଲ୍‌ମଣ୍ଡ୍‌ ଓ ଚିନାବାଦାମ ହୃଦ୍‌ରୋଗ ଓ ଷ୍ଟ୍ରୋକ୍ ଆଶଙ୍କା କମାଇବାରେ ସହାୟକ ହୋଇଥାନ୍ତି।

ତେବେ ଉଭୟକୁ ସୀମିତ ମାତ୍ରାରେ ଖାଇବା ଉଚିତ।

ସାଧାରଣତଃ ଦୈନିକ ୨,୦୦୦ କ୍ୟାଲୋରିଯୁକ୍ତ ଖାଦ୍ୟରେ ମୋଟ ଚର୍ବିର ପରିମାଣ ୩୦% ଭିତରେ ସୀମିତ ରଖିବା ସ୍ୱାସ୍ଥ୍ୟକର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)