Dhoni's retirement: ଧୋନିଙ୍କ ଅବସର ପଛର କାରଣ କହିଲେ ରାଇନା

Nov 19, 2026 - 04:46
Dhoni's retirement: ଧୋନିଙ୍କ ଅବସର ପଛର କାରଣ କହିଲେ ରାଇନା

ଚେନ୍ନାଇ: ଆଇପିଏଲ୍‌ରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ତାଙ୍କର ପୂର୍ବତନ ଦଳୀୟ ସାଥୀ ସୁରେଶ ରାଇନା।

ସେ କହିଛନ୍ତି ଯେ ଆଣ୍ଠୁ ଯନ୍ତ୍ରଣା ଲାଗିରହିବାରୁ ସେ ବାଧ୍ୟ ହୋଇ ଅବସର ନେଲେ।

ଇମ୍ପାକ୍ଟ ଖେଳାଳି ଭାବେ ଖେଳିବାକୁ ତାଙ୍କ ନିକଟରେ ସୁଯୋଗ ଥିଲା, କିନ୍ତୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଏହା ଖେଳ ପ୍ରତି ତାଙ୍କର ନିଷ୍ଠାକୁ ଦର୍ଶାଉଛି।

Advertisment MS Dhoni retirement: ଧୋନିଙ୍କ ଅବସର ପରେ ସଂକ୍ଷେପରେ ଅନେକ କଥା କହିଦେଲେ ହିଟ୍‌ ମ୍ୟାନ୍‌ ରାଇନା କହିଛନ୍ତି ଯେ ଧୋନିଙ୍କ ଉଭୟ ଆଣ୍ଠୁରେ ଏବେ ବି ସମସ୍ୟା ରହିଛି।

ସେ ଫିଟ୍‌ ହେବାକୁ ଚେଷ୍ଟା କରିଥିଲେ ବି ହୋଇପାରି ନଥିଲେ।

ସେ ଯେତିକି ମ୍ୟାଚ୍‌ ଖେଳିଛନ୍ତି ଓ ୱିକେଟ୍‌ରକ୍ଷଣ କରିଛନ୍ତି, ତାହାର ପ୍ରଭାବ ତାଙ୍କ ଆଣ୍ଠୁ ଉପରେ ପଡ଼ିଛି।

ଶେଷ ସମୟ ପର୍ଯ୍ୟନ୍ତ ଆଣ୍ଠୁ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲେ।

ଧୋନିଙ୍କୁ ଆଇପିଏଲ୍‌ ର ସବୁଠାରୁ ବଡ଼ ବ୍ରାଣ୍ଡ ବୋଲି ବର୍ଣ୍ଣନା କରି ରାଇନା କହିଛନ୍ତି ଯେ ଚେନ୍ନାଇ ସୁପରକିଙ୍ଗସ୍‌ର ସଫଳତା ପଛରେ ତାଙ୍କର ବଡ଼ ହାତ ରହିଛି।

ତାଙ୍କ ଯୋଗୁଁ ହିଁ ସିଏସ୍‌କେ ତିଷ୍ଠି ରହିଛି।

Cricket: ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ଦ୍ରୁତ ବୋଲରଙ୍କୁ ନେଇ ଖେଳିବ ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)