Unclean Helmet: ଅପରିଚ୍ଛନ୍ନ ହେଲ୍ମେଟ୍ରୁ ବିପଦ
ଆଜିକାଲି ସହରର ଭିଡ଼ ରାସ୍ତାରେ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବାଇକ୍ ଟାକ୍ସି ଏକ ଅତି ଲୋକପ୍ରିୟ ମାଧ୍ୟମ।
ମୋବାଇଲ୍ ଆପ୍ରେ ମାତ୍ର ଗୋଟିଏ ଦୁଇ ମିନିଟ୍ ଭିତରେ ବାଇକ୍ ବୁକ୍ ହୋଇଯାଏ।
କିନ୍ତୁ ଯାତ୍ରା ସମୟରେ ରାଇଡର୍ ଦେଉଥିବା ହେଲ୍ମେଟ୍ର ପରିଚ୍ଛନ୍ନତା ପ୍ରତି ଆମେ ପ୍ରାୟତଃ ଧ୍ୟାନ ଦେଇ ନଥାଉ।
ନିଜସ୍ୱ ହେଲମେଟ୍କୁ କେବଳ ଜଣେ ବ୍ୟକ୍ତି ବ୍ୟବହାର କରୁଥିବାବେଳେ, ବାଇକ୍ ଟ୍ୟାକ୍ସିର ହେଲ୍ମେଟ୍ ଦିନକ ମଧ୍ୟରେ ଅନେକ ଯାତ୍ରୀଙ୍କ ମୁଣ୍ଡରେ ଲାଗିଥାଏ।
ହେଲ୍ମେଟ୍ର ଭିତର ଅଂଶ ସିଧାସଳଖ ଯାତ୍ରୀଙ୍କ ମୁଣ୍ଡ, କପାଳ ଓ ମୁହଁ ସଂସ୍ପର୍ଶରେ ଆସିଥାଏ।
ଝାଳ, ତେଲ, ଧୂଳି ଯୋଗୁଁ ଏହା ସହଜରେ ଦୂଷିତ ହୁଏ।
Advertisment ଯଦି ଏହାକୁ ନିୟମିତ ସଫା ନ କରାଯାଏ, ତେବେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ବଂଶବିସ୍ତାର କରନ୍ତି।
ଏକ ଅଧ୍ୟୟନ ଅନୁଯାୟୀ, ଏଭଳି ୧୩୦ଟି ହେଲ୍ମେଟ୍ ପରୀକ୍ଷା କରାଯିବାରୁ ସେଥିରେ ୩୯୨ ପ୍ରକାରର ବ୍ୟାକ୍ଟେରିଆ ଓ ୩୪୬ ପ୍ରକାରର ଫଙ୍ଗସ୍ ମିଳିଥିଲା।
ତେଣୁ ବ୍ୟକ୍ତିଗତ ହେଲ୍ମେଟ୍ ତୁଳନାରେ ଏକାଧିକ ଲୋକ ବ୍ୟବହାର କରୁଥିବା ହେଲ୍ମେଟ୍ରେ ଜୀବାଣୁଙ୍କ ସକ୍ରିୟତା ଯଥେଷ୍ଟ ଅଧିକ ଥାଏ।
ଯଦିଓ ହେଲ୍ମେଟ୍ରେ ଜୀବାଣୁ ରହିବା ମାତ୍ରେ ସଂକ୍ରମଣ ହୋଇଯିବ ତାହା ନିଶ୍ଚିତ ନୁହେଁ, ତଥାପି ଓଦା, ମଇଳା କିମ୍ବା ଦୁର୍ଗନ୍ଧଯୁକ୍ତ ହେଲ୍ମେଟ୍ ନିୟମିତ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଚର୍ମ ଓ କେଶ ସମସ୍ୟା ବଢ଼ିପାରେ।
ଯେଉଁମାନଙ୍କର ପୂର୍ବରୁ ରୁପି, କୁଣ୍ଡିଆ କିମ୍ବା ତ୍ୱଚା ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ।
ତେଣୁ ସଚେତନ ହୁଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
