Pakistan: ପାକିସ୍ତାନ ଟିଟି ସଂଘର ବୟାନକୁ ନେଇ ବିବାଦ ‘ନିଜ ଖର୍ଚ୍ଚରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କର’
"ଲାହୋର: ପାକିସ୍ତାନ ଟେବୁଲ୍ ଟେନିସ୍ (ଟିଟି) ମହାସଂଘର ଏକ ଅଜବ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।
ମହାସଂଘ ପକ୍ଷରୁ କୁହାଯାଇଛି ଯେ ଯଦି ଖେଳାଳିମାନେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ଖର୍ଚ୍ଚରେ ଜାପାନ ଗସ୍ତ ପାଇଁ ବିମାନ ଟିକଟ କିଣନ୍ତୁ ।
ଏପରିକି ରହଣି ଖର୍ଚ୍ଚକୁ ବି ନିଜ ପକେଟରୁ ବହନ କରନ୍ତୁ।
ପାକିସ୍ତାନ କ୍ରୀଡ଼ା ବୋର୍ଡ ପକ୍ଷରୁ ଏସୀୟ କ୍ରୀଡ଼ା ପାଇଁ ଆବଶ୍ୟକ ପାଣ୍ଠି ପ୍ରଦାନ କରୁନଥିବାରୁ ମହାସଂଘ ଏହା କହିଛି।Advertisment ଆହୁରି ପଢନ୍ତୁ: Oman: ଓମାନ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଡ଼ି ଯାଉଥିଲା ଭାରତୀୟ ଜାହାଜ "ବିରାଟ-୧": ସମସ୍ତ ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଆମେରିକା ନୌସେନା ଏ ନେଇ ଜଣେ ଖେଳାଳି କହିଛନ୍ତି ଯେ ଏସୀୟ କ୍ରୀଡ଼ାରେ ଭାଗନେବାକୁ କୌଣସି ଆର୍ଥିକ ସହାୟତା କରାଯିବ ନାହିଁ ବୋଲି ମହାସଂଘ ସ୍ପଷ୍ଟ କରିଦେଇଛି।
ଏଣୁ ଖେଳାଳିମାନଙ୍କୁ ନିଜ ପକେଟରୁ ବିମାନ ଭଡ଼ା ଓ ରହିଣି ଖର୍ଚ୍ଚ ବାବଦରେ ଦୈନିକ ୫୦ ଡଲାର ଯୋଗାଡ଼ କରିବାକୁ ପଡ଼ିବ।
ଏହାକୁ ନେଇ ଖେଳାଳିମାନେ ପ୍ରତିବାଦ କରିବାରୁ ମହାସଂଘ ପକ୍ଷରୁ ଓଲଟି କୁହାଯାଇଥିଲା ଯେ ଚୟନ ଶିବିର ଆୟୋଜନ କରାଯାଇଥିବାରୁ ଖେଳାଳିମାନେ କୃତଜ୍ଞ ରହିବା ଉଚିତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।