vigilance raids: ଭିଜିଲାନ୍ସ ରେଡ୍କୁ ଡର ନାହିଁ: ଜେଲ୍ ଗଲେ ବି ସହଜରେ ମିଳିଯାଉଛି ବେଲ୍
"ବିଶ୍ବଜିତ ଦାଶ ଭୁବନେଶ୍ବର: ଅଶୀ ଦଶକରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ କହିଥିଲେ, ଗରିବ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ୧ଟଙ୍କାର ଯୋଜନା ହେଲେ ସେଥିରୁ ୧୫ପଇସା ତାଙ୍କ ପାଖରେ ପହଞ୍ଚୁଛି।
ବାକି ୮୫ପଇସା ବାଟମାରଣା ହୋଇଯାଉଛି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ୨୦୧୭ ମସିହାରେ ଓଡ଼ିଶାରେ ପିସି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଛନ୍ତି, କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡ଼ାଯିବନି।
ପିଅନ ହୁଅନ୍ତୁ କି ଆଇଏଏସ୍, ଯିଏ ଦୁର୍ନୀତି କରିବ ସିଏ ଜେଲ୍ ଯିବ।
ବିଡ଼ମ୍ବନାର ବିଷୟ ରାଜ୍ୟରେ ଏପର୍ଯ୍ୟନ୍ତ ଦୁର୍ନୀତି, ଲାଞ୍ଚ/ପିସି ନେବା, ସରକାରୀ ଅର୍ଥ ବାଟମାରଣା ଉପରେ ରୋକ୍ ଲାଗିପାରୁନି।
ଓଡ଼ିଶା ଭିଜିଲାନ୍ସର ଦଣ୍ଡବିଧାନ ହାର ୫୬%।
ଅର୍ଥାତ୍ ସାରା ଦେଶରେ ସର୍ବାଗ୍ରେ ରହିଛି।
ହେଲେ ଏଠି ନା ବିନା ପିସିରେ କିଛି ହେଉଛି ନା ଅଧିକାରୀଙ୍କ ମନରେ ଲାଞ୍ଚ ନ ନେବାକୁ ଭୟ ସୃଷ୍ଟି କରାଯାଇପାରୁଛି।
ବ୍ଲକ୍, ତହସିଲ୍ରୁ ଆରମ୍ଭ କରି ସମସ୍ତ ଇଞ୍ଜିନିୟରିଂ ବିଭାଗ, ଖଣି ବିଭାଗ, ଆର୍ଟିଓ ଅଫିସ ପର୍ଯ୍ୟନ୍ତ ସବୁଠି ଖୋଲାଖୋଲି ପିସି କାରବାର ଚାଲିଛି।
ମନେ ହେଉଛି ଯେମିତି, ଭିଜିଲାନ୍ସ ରେଡ୍କୁ ସରକାରୀ ବାବୁଙ୍କର ଡର ନାହିଁ।
ବରଂ ଦିନକୁ ଦିନ ଲାଞ୍ଚୁଆ ବାବୁଙ୍କ ସଂଖ୍ୟା ଏବଂ ସମ୍ପତ୍ତିର ପାହାଡ଼ ବଢ଼ିବଢ଼ି ଚାଲିଛି।
ବାବୁମାନେ ପିସି ନେବା ପାଇଁ ଇଏମ୍ଆଇ ତରିକା ବି ଆପଣାଉଛନ୍ତି।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ଗତ ୨ବର୍ଷରେ ଭିଜିଲାନ୍ସ ଲାଞ୍ଚୁଆ ବାବୁଙ୍କ ଘରୁ ନଗଦ ଟଙ୍କା ଜବତ କରିବାରେ ରେକର୍ଡ ହାସଲ କରିଛି।
କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪.୨୮କୋଟି ଜବତ ହେଲା।
ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ନଗଦ ଅର୍ଥ ଜବତ।
ମାଲକାନଗିରି ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ୨.୦୮କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଅବସର ନେବା ଦିନ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରି ୨.୫୬ କୋଟି ଜବତ କଲା, ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ୧.୪୩କୋଟି, ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରୁ ୭୩.୬୬ ଲକ୍ଷ, ଆଉ ନିକଟରେ ବାଲିଗୁଡ଼ା ଆଇଟିଡିଏର ବୈକୁଣ୍ଠନାଥ ବେହେରାଙ୍କ ଘରୁ ୨.୦୪ କୋଟି ଜବତ କରାଗଲା।
ଭିଜିଲାନ୍ସର ଏତେ ଚଢ଼ାଉ ପରେ ବି ବାବୁମାନେ ପାଖରେ ଏତିକି ଟଙ୍କା ରଖିବାକୁ ସାହାସ କରିଥିଲେ।
ପୁଣି କିଏ ଆୟର କିଏ ୪୦୦ ଗୁଣା ତ କିଏ ୮୦୦ ଗୁଣା ସମ୍ପତ୍ତି ଅର୍ଜିଛନ୍ତି।
ଦେଖାଯାଉଛି ଯେ ନିଜ ବାପାମା", ଭାଇଭଉଣୀ, ସ୍ତ୍ରୀ କିମ୍ବା ପିଲାଛୁଆଙ୍କ ନାଁରେ ସମ୍ପତ୍ତି କଲେ ଭିଜିଲାନ୍ସ ଜବତ କରୁଛି।
ଏଣୁ ଲାଞ୍ଚୁଆମାନେ ସେମାନଙ୍କ ସମ୍ପତ୍ତି (ଘର, ଜମି, ଦୋକାନ ଘର) ଶଳା, ଶଳା ଭାଉଜ, ସଡ଼ୁ, ଶାଳୀ, ନଚେତ୍ ନିଜର ଅନ୍ୟ କେହି ବିଶ୍ବସ୍ତଙ୍କ ନାଁରେ କିଣୁଛନ୍ତି।
ସୁନା/ରୁପା ବିସ୍କୁଟ, କଏନ୍ ଆଦି କିଣିଲେ ଜବତ ହେବାର ସମ୍ଭାବନା ଅଧିକ ଥିବାରୁ ଏହାକୁ ସୁନା ହାର, ଅଳଙ୍କାରରେ ନିବେଶ କରୁଛନ୍ତି, ନଚେତ୍ ଡିଜିଟାଲ୍ ସୁନା କିଣୁଛନ୍ତି।
ଯେଉଁ ଜମି, ଘର ଅନ୍ୟମାନଙ୍କ ନାମରେ କିଣୁଛନ୍ତି ତାକୁ ଚାକିରିରୁ ଅବସର ନେବାରୁ ୨ରୁ ୩ ବର୍ଷ ପରେ ନିଜ ନାମକୁ ଆଣୁଛନ୍ତି।
ସେତେବେଳେ ସେମାନେ ଭିଜିଲାନ୍ସ ରାଡାର ବାହାରେ ରହୁଛନ୍ତି।
Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ଭିଜିଲାନ୍ସ ନିୟମରେ ସବୁଠୁ ବଡ଼ ସମସ୍ୟା ହେଲା, ଅଧିକାଂଶ ସମୟରେ ସମ୍ପତ୍ତି ଜବତ କରାଗଲେ ବି ତାହା ଉକ୍ତ ଲାଞ୍ଚୁଆ ଅଧିକାରୀଙ୍କର ବୋଲି ପ୍ରମାଣ ହୋଇପାରୁନି।
ଯଦି ପ୍ରମାଣିତ କରୁଛି ତେବେ କେସ୍ ଶୁଣାଣି ଶେଷ ହେବା ପରେ ଏହାକୁ ଯେତେବେଳେ ନିଲାମ ଡକାଯାଉଛି ତାକୁ ସେହି ଲାଞ୍ଚୁଆ ବାବୁଙ୍କୁ କିଣିବାକୁ ଅଗ୍ରାଧିକାର ଦିଆଯାଉଛି।
ସେମାନେ ଯଦି ଉକ୍ତ ସମ୍ପତ୍ତିର ବଜାର ମୂଲ୍ୟ ଦେଇ ନେଇପାରିବେ ତେବେ ନେବେ।
ଅନ୍ୟଥା ତାକୁ କୌଣସି ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି।
ଏପରିକି ଯଦି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କ ଉତ୍ତରାଧିକାରୀ (ଲିଗାଲ୍ ହେୟାର)ଙ୍କୁ ଉକ୍ତ ସମ୍ପତ୍ତି ସହଜରେ ମିଳିଯାଉଛି।
ଏପଟେ ଭିଜିଲାନ୍ସ ହାତରେ ଧରାପଡ଼ି ଚାକିରିରୁ ନିଲମ୍ବିତ ହେଉଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସମୟରେ ୫୦ରୁ ୭୫% ପର୍ଯ୍ୟନ୍ତ ଦରମା ମିଳୁଛି।
ସେମାନେ କୋର୍ଟରୁ ଜାମିନ୍ ପାଇବା ପରେ ଚାକିରିରୁ ଯୋଗଦେଉଛନ୍ତି।
ନିକଟରେ ଆଇଏଏସ୍ ଅଧିକାରୀ ଧିମାନ ଚକମା ଲାଞ୍ଚ ନେଇ ଧରାପଡ଼ିବାର ବର୍ଷେ ନପୂରୁଣୁ ପୁଣି ଚାକରିରେ ଯୋଗଦେବା ଏହି ପ୍ରସଙ୍ଗକୁ ଅଧିକ ଚର୍ଚ୍ଚିତ କରିଛି।
ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଯେଉଁ ଅଧିକାରୀଙ୍କ ଉପରେ ରେଡ୍ କରିଥାଉ ସେମାନଙ୍କ ବିଭାଗର ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିଥାଉ।
କେତେକ କ୍ଷେତ୍ରରେ ଏହି ଅନୁମତି ମିଳିବାରେ ବିଳମ୍ବ ହୋଇଥାଏ, ନଚେତ୍ ମିେଳନି।
ସେହିପରି ଗ୍ରୁପ୍-ଏ ଅଧିକାରୀଙ୍କ କ୍ଷେତ୍ରରେ ସାଧାରଣ ପ୍ରଶାସନ ବିଭାଗରୁ ଅନୁମତି ଆଣିବାକୁ ପଡ଼ିଥାଏ।
ଏଠାରେ ବି ବହୁ ଅଧିକାରୀଙ୍କ ଘରେ ରେଡ୍ ନ କରିବାକୁ ମନା କରାଯାଉଛି।
ଯେଉଁଥିପାଇଁ ଆମେ ବିଭିନ୍ନ ସ୍ଥାନରେ ଦୁର୍ନୀତି ହେଉଥିବା ଜାଣିକି ବି ରେଡ୍ କରିପାରୁନୁ।
ଏହାବାଦ୍ ପ୍ରତି ବିଭାଗରେ ଭିଜିଲାନ୍ସ ସେଲ୍ ଦାୟିତ୍ବରେ ଜଣେ ଅଧିକାରୀ ଥିବାବେଳେ ସେମାନଙ୍କୁ ମଧ୍ୟ ବିଭାଗର କର୍ମଚାରୀଙ୍କ ଦୁର୍ନୀତି ବିଷୟରେ ସୂଚନା ଦେବାକୁ କୁହାଯାଇଛି।
ଏହା ବି ଅଧିକାଂଶ ବିଭାଗ କରୁନାହାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।