drowning incident ଇବ ନଦୀରେ ବୁଡ଼ି ନାବାଳକ ସହ ୨ମୃତ

Jun 14, 2026 - 22:48
drowning incident ଇବ ନଦୀରେ ବୁଡ଼ି ନାବାଳକ ସହ ୨ମୃତ

" ଝାରସୁଗୁଡ଼ା: ଇବ୍‌ ନଦୀକୁ ଗାଧେଇବାକୁ ଯାଇଥିବା  ବେଳେ ଅଘଟଣ ଘଟିଛି।

ପାଣିରେ ବୁଡ଼ି ଜଣେ ନାବାଳକଙ୍କ ସମେତ ଦୁଇଜଣଙ୍କ ଜୀବନ ଯାଇଛି।

Advertisment ସୂଚନାନୁସାରେ, ଇବ ନଦୀର ବୁଢ଼ୀପଦର ଗାଆଁ ନିକଟର  ନଦୀ ବନ୍ଧକୁ  ଗାଧେଇ ବାକୁ ଯାଇଥିବା ବେଳେ ପାଣିରେ ଦୁଇ ଜଣ ଯୁବକ ପାଣିରେ ବୁଡ଼ିଯାଇଥିଲେ।

ମୃତକମାନେ ହେଲେ ସଦର ଥାନା ଅଞ୍ଚଳର ପଙ୍କଜ କୁମାର ସାହୁ, (୨୧) ଅଭିରାମ ସାହୁ, (୧୬) ।

ପାଣି ବୁଡ଼ିଯିବା ପରେ ସ୍ଥାନୀୟ ଯୁବକ ମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସକୁ ଫୋନ କରିଥିଲେ।

ଆମ୍ବୁଲାନ୍‌ସ ବିଳମ୍ବରେ  ପହଞ୍ଚିଥିଲା।

ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ମଧ୍ୟ ଡାକ୍ତର କିମ୍ବା କର୍ମଚାରୀମାନେ ଠିକଣା ସମୟରେ ଚିକିତ୍ସା କରିନଥିବା ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଚିକିତ୍ସାଳୟରେ ବେସ୍‌ କିଛି ସମୟ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।