Dead: ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା; ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
"ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡ଼ା ଗ୍ରାମର ମୋହନ ଗୌଡ଼ ଆନ୍ଧ୍ରପ୍ରଦେଶର ଭଦ୍ରାଚଳମକୁ ଯାଇଥିବା ବେଳେ ସେଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
Advertisment ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡା ଗ୍ରାମର କୁମର ଗୌଡ଼ଙ୍କ ପୁଅ ମୋହନ ଗୌଡ଼ (୪୩) ପରିବାର ପ୍ରତିପୋଷଣ ପାଇଁ ଖଟିବାକୁ ଆନ୍ଧ୍ର ପ୍ରଦେଶର ଭଦ୍ରାଚଳମ ଯାଇଥିଲେ।
ସେଠାରେ ସେ ଗତ ଶୁକ୍ରବାର ଦିନ ଏକ ଦୁର୍ଘଟଣାର ସାମ୍ନା କରିଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୋହନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାହାରୁ ତାଙ୍କର ମରଶରୀର ଗାଁକୁ ଆଣିବା ପାଇଁ ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା।
ଏଭଳି ଏକ ଦୁଃଖଦ ସମୟରେ ଲୋଧୁଆପଡା ଗ୍ରାମର ସୁରେନ୍ଦ୍ର ନାୟକ ଝରୀଗାଁ ବିଧାୟକ ନରସିଂହ ଭତ୍ରାଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।
ଖବର ପାଇ ବିଧାୟକ ଶ୍ରୀ ଭତ୍ରା ନିଜର ମାନବିକତା ଦେଖାଇ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ।
ସେ ମରଶରୀର ପାଖକୁ ଯିବା ପାଇଁ ନିଜ ପାଣ୍ଠିରୁ ୧୩,୦୦୦ ଟଙ୍କା ଏବଂ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆଣିବା ପାଇଁ ୨୮,୦୦୦ ଟଙ୍କା (ସର୍ବମୋଟ ୪୧,୦୦୦ ଟଙ୍କା) ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଆହୁରି ପଢ଼ନ୍ତୁ: Worker Dies: ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଏହି ବିପତ୍ତି ସମୟରେ ଜଣେ ଦୁଃଖୀ ପରିବାରର ସାହାରା ସାଜିଥିବାରୁ ମାନ୍ୟବର ବିଧାୟକଙ୍କୁ ଚନ୍ଦାହାଣ୍ଡିବାସୀ ସାଧୁବାଦ ଜଣାଇ ଛନ୍ତି।
ମୃତକଙ୍କ ଜଣେ ପୁଅ ଓ ଜଣେ ଝିଅ ରହିଛନ୍ତି।
ଆଜି ରାତିରେ ଶବ ଗାଁକୁ ପହଂଚିବା ପରେ ଆସନ୍ତାକାଲି ଏହା ସତ୍କାର କରାଯିବ ବୋଲି ବିଜେପି ନେତା ଗୋବିନ୍ଦ ଜୈନ ଏବଂ ଅକାଳୁ ଜାଲି ପ୍ରକାଶ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।