Vaibhav: ବୈଭବ ଦୈନିକ ୬୦୦୦ ବଲ୍ ଖେଳୁଥିଲେ
"ପାଟଣା: ଆଇପିଏଲ୍ର ମାତ୍ର ଦୁଇଟି ଋତୁ ଖେଳିବା ପରେ ଭାରତୀୟ ଦଳରେ ଧସେଇ ପଶିଥିବା କିଶୋର ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ଚର୍ଚ୍ଚା କମିବାର ନାଁ ଧରୁନାହିଁ।
ତାଙ୍କ ପ୍ରଥମ ପ୍ରଶିକ୍ଷକ ମନୀଷ ଓଝା ଏବେ ଏକ ଚମକାଇ ଦେବା ଭଳି ତଥ୍ୟ ପଦାକୁ ଆଣିଛନ୍ତି।
ବୈଭବ ଯେ ରାତାରାତି ଏଭଳି କରିସ୍ମା କରି ଦେଖାଉଛନ୍ତି ତା ନୁହେଁ।
ଏହି ସ୍ତରରେ ପହଞ୍ଚିବାକୁ ବିଗତ ୫ ବର୍ଷ ହେବ କଠିନ ପରିଶ୍ରମ କରିଛନ୍ତି ସେ ଏବଂ ନିଷ୍ଠାର ସହ ଅଭ୍ୟାସ କରିଛନ୍ତି।
ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ସେବେଠାରୁ ବୈଭବ ଅଭ୍ୟାସରେ ଦୈନିକ ୮ ଘଣ୍ଟା ବ୍ୟାଟିଂ କରୁଥିଲେ ଏବଂ ପ୍ରାୟ ୬୦୦୦ ବଲ୍ ସମ୍ମୁଖୀନ ହେଉଥିଲେ। ଥ୍ରୋ" ଡାଉନ୍ ଓ ବୋଲିଂ ମେସିନ୍ର ସମ୍ମୁଖୀନ ହେଉଥିଲେ।
ସକାଳ ୭.୩୦ରୁ ଆରମ୍ଭ କରି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସେ ନିରଂତର ବ୍ୟାଟିଂ କରୁଥିଲେ ।Advertisment ଆହୁରି ପଢନ୍ତୁ:Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ ମୁଁ ବ୍ୟକ୍ତିଗତ ଭାବେ ଥ୍ରୋ"ଡାଉନ୍ କରାଏ, କ୍ଲାନ୍ତ ହୋଇଗଲେ ମୋ ସହଯୋଗୀ ଏହା ଜାରି ରଖନ୍ତି।
ଶେଷରେ ବୋଲିଂ ସେମିନ୍ ବ୍ୟବହାର ହୁଏ ବୋଲି ମନୀଷ ପ୍ରକାଶ କରିଛନ୍ତି।
ବୈଭବଙ୍କୁ ଗଢ଼ିବା ପଛରେ ତାଙ୍କ ପିତାମାତା ସଂଜୀବ ଓ ଆରତିଙ୍କ ଉଲ୍ଲେଖନୀୟ ତ୍ୟାଗ ଓ ଯୋଗଦାନ ରହିଛି।
ସମସ୍ତିପୁରର ରାତି ୨ଟାରୁ ଉଠି ମା" ଆରତି ୧୦/୧୫ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଦିଅନ୍ତି।
ବାପ-ପୁଅ ଅଢ଼େଇ ଘଣ୍ଟା ଯାତ୍ରା କରି ମୋ ଏକାଡେମୀରେ ପହଞ୍ଚିଥାନ୍ତି।
ଏହା ଦିନେ ଅଧେ ନୁହେଁ ଦୈନିକ ଯାତ୍ରା ଥିଲା।
ବାପ-ପୁଅଙ୍କ ସାଙ୍ଗରେ ସାଥୀ ବୋଲର୍ ବି ଆସୁଥିଲେ ବୈଭବଙ୍କୁ ବୋଲିଂ କରିବାକୁ।
ସମସ୍ତଙ୍କ ପାଇଁ ତାଙ୍କ ମା" ରୋଷେଇ କରିଦିଅନ୍ତି ବୋଲି ମନୀଷ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ:Share market: ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ବୃଦ୍ଧି ବ୍ୟକ୍ତିଗତ ଭାବେ ମୁଁ ବି ତାଙ୍କ ନିକଟରେ ଚିରଋଣି ରହିବି।
କାରଣ ମୁଁ ସେତେ ଜଣାଶୁଣା ପ୍ରଶିକ୍ଷକ ନଥିଲେ ବି ବୈଭବଙ୍କ ପିତା ମୋ ଉପରେ ଭରସା କରିଥିଲେ।
ଏବେ ବୈଭବଙ୍କ ଉତ୍ଥାନ ଦେଖି ଦେଶସାରା ପିତାମାତାମାନେ ନିଜ ପିଲାଙ୍କୁ କମ୍ ବୟସରୁ କ୍ରିକେଟ୍ ଶିଖାଇବାକୁ ଆଣୁଛନ୍ତି।
ଆମ ଏକାଡେମୀକୁ ଏବେ ୫ ବର୍ଷର ପିଲାଙ୍କୁ ନେଇ ସେମାନଙ୍କ ବାପାମା" ନାମଲେଖାଇବାକୁ ଧାଡ଼ି ଲଗାଇଲେଣି ବୋଲି ମନୀଷ ପ୍ରକାଶ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।