Oil imports from Russia: ରୁଷ୍ରୁ ତେଲ ଆମଦାନି ବଢ଼ିଲା: ପାରାଦୀପକୁ ଆସିଛି ୨ ବର୍ଷର ସର୍ବାଧିକ
"ନୂଆଦିଲ୍ଲୀ: ଭାରତ ଗତମାସରେ ରୁଷ୍ରୁ ଦ୍ବିତୀୟ ସର୍ବାଧିକ ଜୀବାଶ୍ମ ଇନ୍ଧନ ବା ଅଶୋଧିତ ତେଲ କିଣିଛି।
ଏହାର ମୂଲ୍ୟ ପ୍ରାୟ ୬.୭ ବିଲିଅନ ଡଲାର ରହିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି।
ମେ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ପ୍ରାୟ ୮୩ ପ୍ରତିଶତ ରୁଷ୍ରୁ ମଗାଇଛି।
ଏପ୍ରିଲ ତୁଳନାରେ ମେ ମାସରେ ଭାରତର ମୋଟ ଅଶୋଧିତ ତେଲ ଆମଦାନି ପରିମାଣ ୮ ପ୍ରତିଶତ ବଢ଼ିଛି।
କିନ୍ତୁ ରୁଷ୍ରୁ ଆମଦାନି ୨୧ ପ୍ରତିଶତ ବଢ଼ିଛି ବୋଲି ୟୁରୋପର ସେଣ୍ଟର୍ ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର (ସିଆର୍ଇଏ) ଏହାର ରିପୋର୍ଟରେ ଦର୍ଶାଇଛି।
Advertisment Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ଭାରତର କେତେକ ପ୍ରମୁଖ ତେଲ ବିଶୋଧନ କେନ୍ଦ୍ରଗୁଡ଼ିକରେ ମେ ମାସରେ ରୁଷ୍ ତେଲ ଆଗମନ ବଢ଼ିଛି।
ଗୁଜରାଟର ଭାଡ଼ିନାର ବିଶୋଧନାଗାରରେ ଏପ୍ରିଲ ତୁଳନାରେ ୩୬ ପ୍ରତିଶତ ଅଧିକ ଅଶୋଧିତ ତେଲ ପହଞ୍ଚିଛି।
ସେହିଭଳି ଜାମନଗର ବିଶୋଧନ କମ୍ପ୍ଲେକ୍ସରେ ଅଧିକ ୧୪ ପ୍ରତିଶତ ଅଶୋଧିତ ତେଲ ପହଞ୍ଚିଛି।
ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ମଧ୍ୟ ରୁଷ୍ରୁ ତେଲ କିଣିବା ବଢ଼ାଇଛନ୍ତି।
ନ୍ୟୁ ମାଙ୍ଗାଲୋର ଓ ବିଶାଖାପଟନମ୍ ରିଫାଇନାରି ଗତବର୍ଷ ନଭେମ୍ବରରେ ରୁଷ୍ ତେଲ ଆମଦାନି ବନ୍ଦ କରିଥିଲେ।
ଚଳିତବର୍ଷ ମାର୍ଚ୍ଚ ମାସରେ ସେମାନେ ଏହାର ଆମଦାନି ପୁଣି ଆରମ୍ଭ କରିଛନ୍ତି।
ଏଥିସହିତ ପାରାଦୀପ ବିଶୋଧନାଗାରକୁ ରୁଷ୍ରୁ ଗତ ଦୁଇବର୍ଷ ମଧ୍ୟରେ ସର୍ବାଧିକ ଅଶୋଧିତ ତେଲ ଆସିଛି।
ଭୂରାଜନୈତିକ ଅସ୍ଥିରତା ସତ୍ତ୍ବେ ଭାରତୀୟ ତୈଳ କମ୍ପାନିଗୁଡ଼ିକ ପାଇଁ ରୁଷ୍ରୁ ତେଲ ଆଣିବା ପୁନର୍ବାର ଆକର୍ଷଣୀୟ ପାଲଟିଛି କିମ୍ବା ଅନିବାର୍ଯ୍ୟ ହୋଇପଡ଼ିଛି।
Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ଏହି ଦେଶର ତେଲ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଥିଲେ।
ଏଭଳି ସ୍ଥିତିରେ ଭାରତ ରୁଷ୍ରୁ ଶସ୍ତାରେ ବିପୁଳ ତେଲ କିଣିବା ଜାରି ରଖିଥିଲା।
ତେବେ ସିଆର୍ଇଏ ରିପୋର୍ଟ ଅନୁଯାୟୀ, ମେ ମାସରେ ରୁଷ୍ର ମୋଟ ଅଶୋଧିତ ତେଲ ରପ୍ତାନିରୁ ୫୦ ପ୍ରତିଶତ ତେଲ ଚୀନ ଆଣିଥିଲା।
ଏହା ପଛକୁ ଭାରତ ୩୬ ପ୍ରତିଶତ, ତୁର୍କୀ ୬ ପ୍ରତିଶତ ଏବଂ ୟୁରୋପୀୟ ସଂଘ ୫ ପ୍ରତିଶତ ଅଶୋଧିତ ତେଲ କିଣିଛି।
ରୁଷ୍ର ଅଶୋଧିତ ତେଲରୁ ବିଭିନ୍ନ ପ୍ରକାର ପେଟ୍ରୋଲିୟମ ଉତ୍ପାଦ ପ୍ରସ୍ତୁତ କରୁଥିବା ବିଶୋଧନାଗାରଗୁଡ଼ିକରୁ ଆମଦାନି ଉପରେ ୟୁରୋପୀୟ ସଂଘ ୨୦୨୬ ଜାନୁଆରି ୨୧ରେ କଟକଣା ଲଗାଇଥିବା ସତ୍ତ୍ବେ ମେ ମାସରେ ୟୁରୋପୀୟ ସଂଘର ବିଭିନ୍ନ ବନ୍ଦରରେ ୧୦ଟି ଜାହାଜ ଉକ୍ତ ତେଲ ପହଞ୍ଚାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।