FIFA World Cup 2026: ବ୍ରାଜିଲ୍ ସହ ପଏଣ୍ଟ୍ ଭାଗ କଲା ମରକ୍କୋ: ୩୬ ବର୍ଷ ପରେ ସ୍କଟ୍ଲାଣ୍ଡ୍ର ପ୍ରଥମ ବିଜୟ
"ନ୍ୟୁ ଜର୍ସି: ଚଳିତ ଫିଫା ବିଶ୍ବକପ୍ର ଏକ ଗ୍ରୁପ "ସି" ମ୍ୟାଚ୍ରେ ଆଫ୍ରିକୀୟ ଦେଶ ମରକ୍କୋ ସହିତ ପଏଣ୍ଟ୍ ଭାଗ କରିଛି ପ୍ରତିଯୋଗିତାର ଅନ୍ୟତମ ଟାଇଟଲ୍ ଫେଭରିଟ୍ ବ୍ରାଜିଲ୍।
ରବିବାର ଭୋର୍ ସମୟରେ (ଭାରତୀୟ ସମୟ) ହୋଇଥିବା ଏହି ମୁକାବିଲା ୧-୧ ଗୋଲ୍ରେ ଡ୍ର" ରହିଥିଲା।
ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ୨୧ତମ ମିନିଟ୍ରେ ଇସ୍ମାଇଲ୍ ସାଇବାରି ପ୍ରଥମ ଗୋଲ୍ କରି ମରକ୍କୋକୁ ୧-୦ରେ ଅଗ୍ରଣୀ କରିଥିଲେ।
ତେବେ ଏହାର ୧୧ ମିନିଟ୍ ପରେ ଅର୍ଥାତ୍ ୩୨ତମ ମିନିଟ୍ରେ ବ୍ରାଜିଲ୍ ପକ୍ଷରୁ ଭିନିସିୟସ୍ ଜୁନିଅର୍ ଗୋଲ୍ କରି ସ୍ଥିତିକୁ ୧-୧କୁ ଆଣିଥିଲେ।
Advertisment Lightning: ବଜ୍ରପାତରେ ୧୨ ଛେଳିଙ୍କ ମୃତ୍ୟୁ ମ୍ୟାଚ୍ର ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରୁ ପ୍ରବଳ ଆକ୍ରମଣ ଓ ପ୍ରତିଆକ୍ରମଣ କରାଯାଇଥିଲେ ବି ଆଉ କୌଣସି ଗୋଲ୍ ହୋଇନଥିଲା।
ତେବେ ଶକ୍ତିଶାଳୀ ବ୍ରାଜିଲ୍ ଆଗରେ ଆଫ୍ରିକୀୟ ବିଜେତା ମରୋକ୍କୋ ଯେପରି ଖେଳ ଦେଖାଇଲା ତାହା ସମସ୍ତଙ୍କୁ ଚକିତ କରିଛି।
କାରଣ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ବ୍ରାଜିଲ୍ର ଉଭୟ ଆକ୍ରମଣ ଓ ପ୍ରତିରକ୍ଷା ଖାପଛଡ଼ା ଲାଗୁଥିଲା।
ପ୍ରଥମାର୍ଦ୍ଧର ଅଧିକାଂଶ ସମୟକୁ ମରକ୍କୋ ଖେଳାଳିମାନେ ନିଜ ନିୟନ୍ତ୍ରଣରେ ରଖିଥିଲେ।
ତେବେ ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍ ଲୟକୁ ଫେରିବା ପରି ଲାଗିଥିଲା।
କିନ୍ତୁ ଆଉ ଗୋଲ୍ କରିପାରିନଥିଲା।
୫ଥର ବିଜେତା ବ୍ରାଜିଲର ଏହି ପ୍ରଦର୍ଶନକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ପ୍ରଶିକ୍ଷକ କାର୍ଲୋ ଆନସେଲୋଟି।
ସେ କହିଛନ୍ତି ଯେ ଦଳ ପ୍ରତିଯୋଗିତାରେ ଭଲ ଆରମ୍ଭ କରିନାହିଁ।
ଖେଳାଳିମାନେ ଡରି ଡରିକି ଖେଳୁଥିଲେ।
ଅନେକ ସମୟରେ ବଲ୍ ଉପରେ ନିୟନ୍ତ୍ରଣ ରହିନଥିଲା।
ପ୍ରଥମାର୍ଦ୍ଧ ଭଲ ନଥିଲା, କିନ୍ତୁ ଦ୍ବିତୀୟାର୍ଦ୍ଧରେ ସ୍ଥିତିରେ ସୁଧାର ଆସିଥିଲା।
ଏହା ଏକ ଆହ୍ବାନମୂଳକ ମ୍ୟାଚ୍ ଥିଲା କାରଣ ମରକ୍କୋ ଏକ ଭଲ ଦଳ।
୩୬ ବର୍ଷ ପରେ ସ୍କଟ୍ଲାଣ୍ଡ୍ର ପ୍ରଥମ ବିଜୟ ବୋଷ୍ଟନ: ଚଳିତ ଫିଫା ବିଶ୍ବକପ୍ର ଅନ୍ୟଏକ ଗ୍ରୁପ୍ "ସି" ମ୍ୟାଚ୍ରେ ସ୍କଟ୍ଲାଣ୍ଡ ୧-୦ରେ ହାଇତିକୁ ପରାସ୍ତ କରିଛି।
ଏହା ସହିତ ଫିଫା ବିଶ୍ବକପ୍ରେ ସ୍କଟ୍ଲାଣ୍ଡ୍ ପାଇଁ ଦୀର୍ଘ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟିଛି।
ଶେଷ ଥର ପାଇଁ ସ୍କଟ୍ଲାଣ୍ଡ ୧୯୯୦ରେ ସ୍ବିଡେନ୍କୁ ହରାଇଥିଲା।
ଏପରିକି ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ବକପ୍ରେ ଗୋଲ୍ ଦେବାରେ ସକ୍ଷମ ହୋଇଛି ସ୍କଟ୍ଲାଣ୍ଡ୍।
ମ୍ୟାଚ୍ର ୨୮ ତମ ମିନିଟ୍ରେ ଜନ୍ ମାକ୍ଜିନ୍ ସ୍କଟ୍ଲାଣ୍ଡ୍ ପକ୍ଷରୁ ଏକମାତ୍ର ଗୋଲ୍ କରିଥିଲେ।
୨୮ ତମ ମିନିଟ୍ରେ ସ୍କଟ୍ଲାଣ୍ଡ୍ର ଚେ" ଆଡାମ୍ସଙ୍କ ଏକ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ବିପକ୍ଷ ଗୋଲ୍କିପର୍ ଜନି ପ୍ଲାସାଇଡ୍।
କିନ୍ତୁ ବଲ୍ଟି ପ୍ରତିଫଳିତ ହୋଇ ଜନ୍ ମ୍ୟାକଗିନ୍ଙ୍କ ପାଖକୁ ଆସିଥିଲା।
ମ୍ୟାକଗିନ୍ ସୁଯୋଗକୁ ହାତଛଡ଼ା କରିନଥିଲେ ଓ ସ୍କଟ୍ଲାଣ୍ଡ ପାଇଁ ବିଜୟ ସୂଚକ ଏକମାତ୍ର ଗୋଲ୍ କରିଥିଲେ।
Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ତେବେ୧୯୭୪ ପରେ ପୁଣି ବିଶ୍ବକପ୍ ଖେଳିବାର ସୁଯୋଗ ପାଇଥିବା ହାଇତି ଅପେକ୍ଷାକୃତ ଦୁର୍ବଳ ଦଳ ହେଲେ ବି ସ୍କଟ୍ଲାଣ୍ଡ ଆଉ ଅଧିକ ଗୋଲ୍ କରିପାରିନଥିଲା।
୩୮ ତମ ମିନିଟ୍ରେ ହାଇତିର ରୁବେନ ପ୍ରୋଭିଡେନ୍ସଙ୍କ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଥିଲେ ବି ତାହାକୁ ପଣ୍ଡ କରିଦେଇଥିଲେ ଆରନ୍ ହିକ୍କି।
ଶେଷ ବେଳକୁ ହାଇତି ପକ୍ଷରୁ କିଛିଟା ଆକ୍ରମଣ କରାଯାଇଥିଲେ ବି ତାହା ଗୋଲ୍ରେ ପରିବର୍ତ୍ତନ ହୋଇପାରିନଥିଲା।
ଗ୍ରୁପ୍"ସି"ର ଦୁଇ ଶକ୍ତିଶାଳୀ ଦଳ ବ୍ରାଜିଲ୍ ଓ ମରକ୍କୋ ମଧ୍ୟରେ ମ୍ୟାଚ୍ ଡ୍ର ରହିଥିବାରୁ ସ୍କଟ୍ଲାଣ୍ଡ ଗୋଟିଏ ବିଜୟ ସହ ଶୀର୍ଷକୁ ଚାଲିଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।