15 JUNE 2026

Welcome!

Unlock your personalized experience.
Sign Up

Car repairs: ଗାଡ଼ି ସଜା‌ଡ଼ିବାକୁ ଡାକି ଗୁଳି ମାରିଲେ: ଗ୍ୟାରେଜ୍ ମାଲିକ ମୃତ; ଜଣେ ଗିରଫ, ଦୁଇ ଫେରାର

Jun 15, 2026 - 07:15
Car repairs: ଗାଡ଼ି ସଜା‌ଡ଼ିବାକୁ ଡାକି ଗୁଳି ମାରିଲେ: ଗ୍ୟାରେଜ୍ ମାଲିକ ମୃତ; ଜଣେ ଗିରଫ, ଦୁଇ ଫେରାର

ଗଣିଆ: ଆଜି ରାତି ପ୍ରାୟ ୮ଟା ବେଳେ ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)। ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ୍‌ ଗ୍ୟାରେଜ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଏକ କାର୍‌ରେ ଆସି ଗୁଳିମାଡ଼ କରିବା ପରେ ତିନିଜଣ ଯୁବକ ସେଠାରୁ ଦ୍ରୁତ ବେଗରେ ପଳାଇଥିଲେ। ମାତ୍ର ପୁଲିସ ସେମାନଙ୍କ ପିଛା କରି ଜଣଙ୍କୁ ଗିରଫ କରିଥିବା ବେଳେ ତା ନିକଟରୁ ଏକ ବନ୍ଧୁକ ଜବତ କରିଛି। ଅନ୍ୟ ଦୁଇଜଣ ସେଠାରୁ ଫେରାର ହୋଇଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରେମ ସମ୍ପର୍କକୁ ନେଇ ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୁଚନା ମୁତାବକ, ପ୍ରତ୍ୟେକ ଦିନପରି ଆଜି ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିଲେ।

Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା

ବର୍ଷା ପବନ ଯୋଗୁଁ ବିଜୁଳି ନଥିବା ବେଳେ ଦୋକାନ ସାମ୍ନା ଅନ୍ଧାର ଥିଲା। ଏହି ସମୟରେ ସେଠାରେ ଏକ କାର ଅଟକିଥିଲା। ସେଥି‌ରେ ତିନି ଜଣ ଯୁବକ ବସିଥିଲେ। କାର୍ ଚକା ଟିକେ ଖରାପ ଅଛି ବୋଲି କହି ସେମାନେ ରବୀନ୍ଦ୍ରଙ୍କୁ ପାଖକୁ ଡାକିଥିଲେ। ସେମାନଙ୍କ ଫନ୍ଦି ବୁଝି ନପାରି ରବୀନ୍ଦ୍ର ଗ୍ୟାରେଜ୍ ବାହାରକୁ ପଳାଇଥିଲେ। ଏହି ସମୟରେ ହଠାତ୍‌ କାର୍‌ ଭିତରେ ବସିଥିବା ଜଣେ ଯୁବକ ରବୀନ୍ଦ୍ରଙ୍କ ଛାତିକୁ ଗୁଳି ମାରିଥିଲା। ଗୁଳିଟି ରବୀନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରି ଯାଇଥିବା ଜଣାପଡ଼ିଛି। ପରେ ସମସ୍ତେ ସେଠାରୁ ଦ୍ରୁତ ବେଗରେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଶଦ୍ଦ ଓ ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ‌ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତୁରନ୍ତ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସ୍‌ଆଇ ସାହା ଆଲାମ ଖାଁ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ପୁଲିସ ଅଟକ ରଖିଥିବା ଅଭିଯୁକ୍ତଙ୍କ ପତ୍ନୀ କିଛିଦିନ ହେଲା ନିଖୋଜ ଅଛନ୍ତି। ଏହି ଘଟଣାରେ ମୃତ ରବୀନ୍ଦ୍ରଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରୁଥିଲା। ଏହାକୁ ନେଇ ରବୀନ୍ଦ୍ରଙ୍କୁ ସେ ପୂର୍ବରୁ ମଧ୍ୟ ଧମକଚମକ ଦେଇଛି। ମାତ୍ର ଆଜି ହଠାତ୍ ରବୀନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୁଲିସ ବର୍ତ୍ତମାନ ତାକୁ ପଚରାଉଚରା ଚଳାଇଛି। ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।