15 JUNE 2026

Welcome!

Unlock your personalized experience.
Sign Up

Iran-US peace: ଇରାନ-ଆମେରିକା ଶାନ୍ତିଚୁକ୍ତି: କଠୋରପନ୍ଥୀଙ୍କ ଜୋର୍‌ଦାର ବିରୋଧ

Jun 15, 2026 - 07:15
Iran-US peace: ଇରାନ-ଆମେରିକା ଶାନ୍ତିଚୁକ୍ତି: କଠୋରପନ୍ଥୀଙ୍କ ଜୋର୍‌ଦାର ବିରୋଧ

ତେହେରାନ: ଇରାନ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ବିରୋଧ କରିବା ପାଇଁ କଠୋରପନ୍ଥୀ ଇରାନୀ ଜନତା ଶନିବାର ଏକାଧିକ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି। ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଓ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗାଲିବାଫଙ୍କ ଉପରେ  ସେମାନେ କ୍ରୋଧ ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ   ୱାସିଂଟନ ଓ ତେହେରାନ୍ ମଧ୍ୟରେ ମାସ ମାସ ଧରି ଚାଲିଥିବା ବିବାଦର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ରବିବାର ସୁଦ୍ଧା ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିରୋଧକୁ ଦେଖି  ଇରାନର ଅଧିକାରୀମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ନିଶ୍ଚିତ କରିପାରି ନାହାନ୍ତି। ଏକ ଟେଲିଭିଜନ୍ ସାକ୍ଷାତ୍‌କାରରେ ଆରାଘଚି ପ୍ରସ୍ତାବିତ ଚୁକ୍ତିନାମା ବିଷୟରେ ଆଲୋଚନା କରିବା ପରେ ଏହାକୁ ନେଇ ବିରୋଧ ତେଜିଥିଲା।

Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା

ଆରାଘଚିଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଜନତା

ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କଳା ଚାଦରରେ ଆବୃତ ମହିଳାମାନେ ନାଲି ଓ କଳା ପତାକା ହଲାଇ ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା  ଦେଖାଯାଇଛି।  ‘ଅସମ୍ମାନଜନକ ଆପୋଷ ବୁଝାମଣାକାରୀ ଆରାଘଚି ମୁର୍ଦ୍ଦାବାଦ’, ‘ଆରାଘଚି, ଲଜ୍ଜା କର, ହାର ମାନିବା ବନ୍ଦ କର’ ଏବଂ ‘ଅନୁପ୍ରବେଶକାରୀ ଆରାଘଚି ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇ ପ୍ରତିବାଦକାରୀମାନେ  ସେମାନଙ୍କ କ୍ରୋଧ ପ୍ରଟ କରିଥିଲେ। ତେହେରାନ ସମେତ ସମସ୍ତ ପ୍ରମୁଖ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିବା ରଏଟର୍ସ ରିପୋର୍ଟ କରିଛି। ପ୍ରଦର୍ଶନକାରୀମାନେ ୱାସିଂଟନ ସହ ବୁଝାମଣା ପାଇଁ ଆରାଘଚିଙ୍କୁ ଦାୟୀ କରିଛନ୍ତି। ଆରାଘଚି ଆମେରିକା ସହ ଏକତରଫା ଭାବେ ଗୁପ୍ତ ବୁଝାମଣା କରିଥିବା  ଅନେକ ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ଅନୁଯାୟୀ, କଠୋରପନ୍ଥୀ ଇରାନର ବ୍ୟକ୍ତିବିଶେଷମାନେ ଯୁକ୍ତି କରନ୍ତି ଯେ ପ୍ରସ୍ତାବିତ ଚୁକ୍ତିନାମା ଇରାନର ସ୍ୱାର୍ଥବିରୋଧୀ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଉପରେ ଦେଶର ଦଖଲକୁ ଦୁର୍ବଳ କରିପାରେ। ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ୱାସିଂଟନ ସହିତ ଏକ ଚୁକ୍ତିନାମା ହାସଲ କରିବା ପାଇଁ ଇରାନର ବୁଝାମଣାକାରୀମାନେ ଅତ୍ୟଧିକ ରିହାତି ଦେଇଛନ୍ତି।
  ରାଷ୍ଟ୍ରାୟତ୍ତ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆରାଘଚି କହିଛନ୍ତି ଯେ, ଏହି ଚୁକ୍ତି ଇରାନ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ହଟାଇବ, ଯାହା ହର୍ମୁଜ ପ୍ରଣାଳୀରେ ଇରାନର ନିଜସ୍ୱ ଅବରୋଧର ଜବାବରେ ୱାସିଂଟନ ଲାଗୁ କରିଛି। ଆରାଘଚି କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ଆଉ ପୂର୍ବ ପରି ରହିବ ନାହିଁ। ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ   ଇରାନ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଶାନ୍ତି ପାଇଁ ଏକ ଢାଞ୍ଚା ଉପରେ ସହମତ ହୋଇଛନ୍ତି। ତେବେ ତେହେରାନ ସେହି ସମୟସୀମାକୁ ନିଶ୍ଚିତ କରିନାହିଁ। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି ଯେ ତୁରନ୍ତ ଏକ ସ୍ୱାକ୍ଷର ହେବ ନାହିଁ। ପ୍ରସ୍ତାବିତ ବୁଝାମଣାପତ୍ରରେ ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବା ଏବଂ ଇରାନ ଉପରେ ଆମେରିକାର ନୌସେନା ଅବରୋଧ ହଟାଇବା ଉପରେ ଧ୍ୟାନ ଦିଆଯାଇଛି। ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ଏକ ପୃଥକ୍ ୬୦ ଦିନିଆ ପ୍ରକ୍ରିୟା ଭିତରେ କରାଯିବ। ରଏଟର୍ସ ରିପୋର୍ଟ କରିଛି ଯେ, ଆଲୋଚନାର ଡ୍ରାଫ୍ଟ ସର୍ତ୍ତାବଳୀରେ ଅଚଳ ହୋଇଥିବା ଇରାନର ସମ୍ପତ୍ତିରେ କୋଟି କୋଟି ଡଲାର ମୁକ୍ତ କରିବା ଏବଂ ରଣନୈତିକ ଜଳପଥ ପୁନଃ ଖୋଲିବା ବଦଳରେ ଇରାନର ତୈଳ ରପ୍ତାନିକୁ ପ୍ରଭାବିତ କରୁଥିବା ପ୍ରତିବନ୍ଧକ ଉପରେ ଛାଡ଼ ମଧ୍ୟ ଅନ୍ତର୍ଭୁକ୍ତ।

Horoscope 2026 June 15: ଜାଣନ୍ତୁ ଆଜିର ରାଶିଫଳ

୧୪ ଭାରତୀୟ ଥିବା ଜାହାଜ ବୁଡ଼ୁଥିବା ବେଳେ ସାହାଯ୍ୟ କଲା ଆମେରିକା ନୌସେନା
ନୂଆଦିଲ୍ଲୀ: ରବିବାର ଓମାନ ଉପକୂଳରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ଜାହାଜ ବୁଡ଼ିବା ଆରମ୍ଭ କରିଥିଲା। ଏହା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଓ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ଜରୁରିକାଳୀନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସରକାରୀ ସୂତ୍ର ଅନୁସାରେ, ରବିବାର ସକାଳେ ଓମାନର ରାସ୍ ଅଲ୍ ହାଦ୍‌ଠାରୁ ପ୍ରାୟ ୮୦ ନଟିକାଲ୍ ମାଇଲ୍ ପୂର୍ବରେ ଜାହାଜ ବିପଦରେ ପଡ଼ିଥିବା ଖବର ପାଇବା ପରେ ଆମେରିକା ନୌସେନା ଉପକୂଳ କର୍ତ୍ତୃପକ୍ଷ ଓ ଭାରତୀୟ ନୌସେନାକୁ ସତର୍କ କରାଇଥିଲା। ଆମେରିକା ନୌସେନାର ପି-୮ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଜାହାଜ ନିକଟରେ ଏକ ଲାଇଫ୍ ରାଫ୍ଟ ପକାଇ ଜରୁରିକାଳୀନ ସାହାଯ୍ୟ କରିଥିଲା। ଜାହାଜ ବୁଡ଼ିବା ଆରମ୍ଭ ହେବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ରାଫ୍ଟରେ ଯାତ୍ରା କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ପୋତରେ ଥିବା ସମସ୍ତ ୧୪ ଜଣ ବ୍ୟକ୍ତି ଭାରତୀୟ ନାଗରିକ। ସେମାନଙ୍କ ଅବସ୍ଥା ତୁରନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।