Peace deal: ଇରାନ ସହିତ ଶାନ୍ତି ଚୁକ୍ତି ସମାପ୍ତ, ଖୋଲିବ ହର୍ମୁଜ୍ ପ୍ରଣାଳୀ!
"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଛନ୍ତି, ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ଚୂଡ଼ାନ୍ତ ହୋଇଛି।
ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ପୁଣି ଖୋଲାଯିବ ଏବଂ ଆମେରିକାର ନୌସେନା ଅବରୋଧ ତୁରନ୍ତ ଉଠାଇ ନିଆଯିବ।
ସାମାଜିକ ଗଣମାଧ୍ୟମ "ଟ୍ରୁଥ"ରେ ସେ ଲେଖିଛନ୍ତି, ଇସଲାମିକ୍ ଗଣରାଜ୍ୟ ଇରାନ ସହିତ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିରେ ସାମିଲ ସମସ୍ତ ପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି।Advertisment ଟ୍ରମ୍ଫ ଲେଖିଛନ୍ତି, ଇରାନ ଇସଲାମିକ୍ ଗଣରାଜ୍ୟ ସହିତ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି।
ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି!
ମୁଁ ଏଠାରେ ହର୍ମୁଜ୍ ପ୍ରଣାଳୀର ସମ୍ପୂର୍ଣ୍ଣ ଖୋଲାଯିବାକୁ ଅନୁମତି ଦେଉଛି, ଏବଂ ଏହା ସହିତ ଆମେରିକାର ନୌସେନା ଅବରୋଧ ତୁରନ୍ତ ଉଠାଇବା ପାଇଁ ଆଦେଶ ଦେଉଛି।
ବିଶ୍ୱର ଜାହାଜ ଏବଂ ଆପଣଙ୍କର ଇଞ୍ଜିନ ଆରମ୍ଭ କରନ୍ତୁ।
ତେଲ ପ୍ରବାହିତ ହେବାକୁ ଦିଅନ୍ତୁ!
ଆହୁରି ପଢ଼ନ୍ତୁ: Trump warning: ସମୟସୀମା ଶେଷ ହେବା ପୂର୍ବରୁ ନୂଆ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "ଦୀର୍ଘ ସମୟ ଆଲୋଚନା ପରେ ଆମେ ଖୁସିର ସହିତ ଘୋଷଣା କରୁଛୁ ଯେ ଆମେରିକା ଏବଂ ଇସଲାମିକ ଗଣରାଜ୍ୟ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୋଇଛି।
ଉଭୟ ପକ୍ଷ ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ତୁରନ୍ତ ଏବଂ ସ୍ଥାୟୀ ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି।
ସ୍ୱିଜରଲ୍ୟାଣ୍ଡରେ ସ୍ୱାକ୍ଷରିତ ହେବ ଚୁକ୍ତିପ୍ରଧାନମନ୍ତ୍ରୀ ସରିଫ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡରେ ଉଭୟ ପକ୍ଷ ଚୁକ୍ତି ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।
ତଥାପି ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ହର୍ମୁଜ ପ୍ରଣାଳୀ ପ୍ରକୃତରେ କେବେ ସମସ୍ତ ଜାହାଜ ପାଇଁ ଖୋଲିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।