31 OCTOBER 2026

Welcome!

Unlock your personalized experience.
Sign Up

Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ

Oct 30, 2026 - 23:51
Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ

ଜୟପୁର (ଦେବାଶିଷ ସାହୁ): କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର କଙ୍ଗା ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି ପରେ ତତ୍ପର ହୋଇଛି ଅବକାରୀ ବିଭାଗ। ଜୟପୁର ବ୍ଲକ୍‌ର କଙ୍ଗା ପଞ୍ଚାୟତ ଅନ୍ତର୍ଗତ କଦମଗୁଡ଼ା ଗ୍ରାମରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ପୋଚ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଜୟପୁର ଅବକାରୀ ବିଭାଗ। ଜବତ ମଦ ଓ ପୋଚକୁ ନଷ୍ଟ କରାଯାଇଥିବା ବେଳେ ମଦ ପ୍ରସ୍ତୁତିରେ ବ୍ୟବହୃତ ଡ୍ରମ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଜବତ ହୋଇଛି। 

ଜୟପୁର ଅବକାରୀ ଥାନା ଓଆଇସି ସୁବ୍ରତ କେଶରୀ ହିରଣଙ୍କ ସୂଚନାନୁଯାୟୀ, କଦମଗୁଡ଼ା ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ଚାଲିଥିବା ନେଇ ସ୍ଥାନୀୟ ମହିଳାମାନେ ଅବକାରୀ ବିଭାଗକୁ ଅବଗତ କରାଇଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ଚଢ଼ଉ କରି ୪୫୦ ଲିଟର ଦେଶୀ ମଦ ଓ ୨୧୦୦ ଲିଟର ପୋଚ ଜବତ କରିଥିଲେ। ଏହି ଘଟଣାରେ ପ୍ରଭାତୀ ଗାଦବା, ଅର୍ଜୁନ ହରିଜନ ଓ ଦଇମତି ଗଦବାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Jeypore Excise Raid ଗଡ଼ପଦର ଜଙ୍ଗଲରେ ଅବକାରୀ ଚଢ଼ାଉ, ୧୪୦୦ ଲିଟର ପୋଚ ଓ ୨୬୦ ଲିଟର ଦେଶୀ ମଦ ନଷ୍ଟ

ମଦ ପାଇଁ ସାମାଜିକ ସମସ୍ୟା
କଙ୍ଗା ପଞ୍ଚାୟତରେ ବେଆଇନ ମଦ କାରବାର ଓ ମଦ୍ୟପାନ ଯୋଗୁଁ ସୃଷ୍ଟି ହେଉଥିବା ସାମାଜିକ ସମସ୍ୟାକୁ ନେଇ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଞ୍ଚାୟତର ସମସ୍ତ ରାଜସ୍ୱ ଗ୍ରାମ ଓ ପଡ଼ାଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମହିଳାମାନେ ଏକଜୁଟ ହୋଇ ନିଷ୍ପତ୍ତି ନେଇଛନ୍ତି। ଏହି ଦାବିରେ ଗୁରୁବାର ପଞ୍ଚାୟତର ସରପଞ୍ଚ ଯମୁନା ପୂଜାରୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ଅବକାରୀ ବିଭାଗ ନିକଟରେ ମଧ୍ୟ ନିଜର ଦାବି ଜଣାଇଥିଲେ।

ପରିବାରରେ ଅଶାନ୍ତି ବୃଦ୍ଧି
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଅନେକ ଲୋକ ମଦ୍ୟପାନ କରୁଛନ୍ତି। ଏହାଦ୍ୱାରା ପରିବାରରେ ଅଶାନ୍ତି ବଢ଼ିବା ସହ ସାମାଜିକ ଶାନ୍ତି ମଧ୍ୟ ବ୍ୟାହତ ହେଉଛି। କେତେକ ପରିବାରରେ ପୁରୁଷମାନେ ରାସନ କାର୍ଡ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ବନ୍ଧକ ରଖି ମଦ ପିଉଥିବା ସେମାନେ ଅଭିଯୋଗ କରିଛନ୍ତି। ମଦ୍ୟପାନକୁ ବିରୋଧ କଲେ ମହିଳାମାନେ ଆକ୍ରମଣର ଶିକାର ହେଉଥିବା ଏବଂ ମଦ୍ୟପାନ ଯୋଗୁଁ ଅନେକଙ୍କ ସ୍ୱାସ୍ଥ୍ୟ ଅବନତି ଘଟୁଥିବା ମଧ୍ୟ ସେମାନେ କହିଛନ୍ତି। ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବା ସହ ବେଆଇନ ମଦ ପ୍ରସ୍ତୁତି ଉପରେ ଅଙ୍କୁଶ ଲଗାଇବାକୁ ମହିଳାମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ମହିଳାଙ୍କ ଅଭିଯୋଗ ଓ ଦାବି ପରେ ଅବକାରୀ ବିଭାଗର ଏହି ଚଢ଼ଉକୁ ବେଆଇନ ମଦ କାରବାର ବିରୋଧରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)