Odisha High Court : କାଶୀପୁରରେ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

Nov 06, 2026 - 09:16
Odisha High Court : କାଶୀପୁରରେ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାଂସାରିଗୁଡ଼ା ମୌଜାରେ ଜଙ୍ଗଲ ଜମି କମ୍ପାନି ଦ୍ବାରା ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କିତ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନଭେମ୍ବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଞ୍ଛାନିଧି ବାଘଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment ଏଠାରେ ପେସା ଆଇନ ସଂପୂର୍ଣ୍ଣ ଭା‌ବେ ଲାଗୁ ମାମଲାର ବିବରଣୀରୁ ପ୍ରକାଶ ଯେ କଂସାରିଗୁଡ଼ା ଓ ଏହାର ପାର୍ଶ୍ବବର୍ତ୍ତୀ ଗ୍ରାମର ସରକାରୀ ଜଙ୍ଗଲ ଜମିକୁ ବେଆଇନ ଭାବେ ଏକ ଘରୋଇ କମ୍ପାନି ଜବରଦଖଲ କରି ଆଲୁମିନା ମାଇନିଂ ଓ ରିଫାଇନାରି ସଂପର୍କିତ କାର୍ଯ୍ୟରେ ବ୍ୟବହାର କରୁଛି।

ରାୟଗଡ଼ା ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ଓ ଏଠାରେ ପେସା ଆଇନ ସଂପୂର୍ଣ୍ଣ ଭା‌ବେ ଲାଗୁ।

ଏଠାରେ ଜଙ୍ଗଲ ଜମି ଜବରଦଖଲ ଏକ ଗୁରୁତର ଘଟଣା।

କିନ୍ତୁ ଘରୋଇ କମ୍ପାନି ଜଙ୍ଗଲ ଜମି ଜବରଦଖଲ କରିବା ପରେ ମଧ୍ୟ ପ୍ରଶାସନ ଚୁପ ବସିଛି।

ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାୟଗଡ଼ା ଡିଏଫଓ, ଜିଲ୍ଲାପାଳ, ଏସପି, କାଶୀପୁର ତହସିଲଦାରଙ୍କ ନିକଟରେ ଆବେଦନକାରୀ ଅଭିଯୋଗ କରିଥିଲେ।

କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆବେଦନକାରୀ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Talcher-Bimlagarh railway project: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପରେ ବିଳମ୍ବ, ୨୦୨୯ ମାର୍ଚ୍ଚକୁ ବଢ଼ିଲା ନିର୍ମାଣ ଅବଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)