Literature: ଅନୁବାଦ ଗଳ୍ପ ପୋଲିସ ଏବଂ ପ୍ରାର୍ଥନା: ମୂଳଲେଖା ଓ. ହେନେରି, ଅନୁସୃଜନ କରିଛନ୍ତି ପ୍ରଣତି ଆଚାର୍ଯ୍ୟ...
ପୋଲିସ ଏବଂ ପ୍ରାର୍ଥନା ମୂଳଲେଖା: ଓ.
ହେନେରି ଅନୁସୃଜନ: ପ୍ରଣତି ଆଚାର୍ଯ୍ୟ ବଣୁଆ ହଂସ ମାନେ ଯଦି ରାତିରେ ଶବ୍ଦ କରି ଉଡ଼ନ୍ତି, ଶୀତବସ୍ତ୍ର ନଥିବା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ପ୍ରତି ଦୟାଳୁ ହୋଇଯାଆନ୍ତି ଏବଂ ମ୍ୟାଡିସନ୍ ସ୍କୋୟାରର ଏକ ପାର୍କ ବେଞ୍ଚ୍ ଉପରେ ସୋପି ଅସ୍ଥିର ହୋଇଯାଏ, ଆପଣ ବୁଝିଯିବେ ଯେ ଶୀତଦିନ ଆସି ପହଞ୍ଚିଗଲାଣି।
ଅସ୍ଥିର ସୋପିର କୋଳରେ ଗୋଟିଏ ଶୁଖିଲାପତ୍ର ପଡ଼ିଲା।
ସେଇଟା ଥିଲା ଜ୍ୟାକ୍ ଫ୍ରଷ୍ଟଙ୍କ ନିମନ୍ତ୍ରଣ ପତ୍ର।
ଜ୍ୟାକ୍, ମ୍ୟାଡିସନ୍ ସ୍କୋୟାରର ବାସିନ୍ଦାମାନଙ୍କ ପ୍ରତି ବହୁତ ଦୟାଳୁ ।
ନିଜର ବାର୍ଷିକ ଆଗମନ ପୂର୍ବରୁ ସେ ଉଚିତ ସୂଚନା ଦେଇଦିଅନ୍ତି।
ଖୋଲା ଆକାଶ ତଳେ ରହୁଥିବା ଲୋକମାନଙ୍କୁ ଏହା ପ୍ରସ୍ତୁତ ହୋଇଯିବାକୁ ଖବର ଦିଏ।
Advertisment ସୋପି ବୁଝିଗଲା ଯେ ଆସନ୍ତା ଶୀତ ର କୋପରୁ ନିଜକୁ ରକ୍ଷା କରିବା ପାଇଁ ତାକୁ ଉପାୟ ଖୋଜିବାକୁ ପଡ଼ିବ।
ସୋପିର ମନରେ ଶୀତଦିନିଆ ପରିଭ୍ରମଣର ଆଶା-ଆକାଂକ୍ଷା ନଥିଲା।
ଶୀତର କୋପରୁ ରକ୍ଷା ପାଇବା, ଉଷ୍ମ ଆଶ୍ରୟ ଏବଂ ତିନି ମାସ ମାଗଣା ଖାଦ୍ୟ ପାଇଁ ସେ ଜେଲ୍ ଯିବାକୁ ସ୍ଥିରକଲା।
ସେ ଭାବୁଥିଲା ଯେ ବ୍ଲାକ୍ୱେଲ୍ସ ଆଇଲ୍ୟାଣ୍ଡ ଜେଲ୍ ହିଁ ତା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ।
ଆହୁରି ପଢ଼ନ୍ତୁ- Conference: କଲେଜ ଅଫ୍ ଇଞ୍ଜନିୟରିଂ ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ବର୍ଷ ବର୍ଷ ଧରି ଅତିଥି-ପରାୟଣ ବ୍ଲାକ୍ୱେଲ୍ସ ଆଇଲ୍ୟାଣ୍ଡ ହିଁ ତା'ର ଶୀତଦିନିଆ ରହିବା ସ୍ଥାନ ହୋଇଆସିଛି।
ଯେପରି ନ୍ୟୁୟର୍କ ର ଧନୀ ଲୋକମାନେ ପ୍ରତ୍ୟେକ ଶରତ ଋତୁରେ ପାମ୍ ବିଚ୍ କିମ୍ବା ରିଭିଏରା ଯିବା ପାଇଁ ଟିକେଟ୍ କିଣନ୍ତି, ସୋପି ମଧ୍ୟ ଆଇଲ୍ୟାଣ୍ଡକୁ ନିଜର ବାର୍ଷିକ ଯାତ୍ରା ପାଇଁ ସାଧାରଣ ପ୍ରସ୍ତୁତି କରିନିଏ।
ଏବେ ସେହି ସମୟ ଆସିଯାଇଥିଲା।
ଗତରାତିରେ ବେଞ୍ଚ୍ରେ ଶୋଇଥିବା ବେଳେ କୋଟ୍ ଭିତରେ, ଗୋଡ଼ ପାଖରେ ଏବଂ କୋଳ ଉପରେ ଘୋଡ଼େଇ ହୋଇଥିବା ତିନିଟି ରବିବାରିଆ ଖବରକାଗଜ ତାକୁ ଥଣ୍ଡାରୁ ରକ୍ଷା କରିପାରିଲା ନାହିଁ।
ତେଣୁ ଆଇଲ୍ୟାଣ୍ଡ ଯିବା ଏବେ ଜରୁରି ହୋଇପଡ଼ିଲା।
ସହରର ଗରିବ ଲୋକଙ୍କ ପାଇଁ ଦୟାରେ ମିଳୁଥିବା ବ୍ୟବସ୍ଥାକୁ ସେ ଘୃଣା କରୁଥିଲା।
ସୋପିର ଦୃଷ୍ଟିରେ ଦାନ ଅପେକ୍ଷା ଆଇନ ଅଧିକ ଦୟାଳୁ।
ସହରରେ ସରକାରୀ ଓ ବେସରକାରୀ ଅନେକ ଦାନସଂସ୍ଥା ଥିଲେ କିନ୍ତୁ ସୋପି ପରି ସ୍ୱାଭିମାନୀ ଲୋକ ପାଇଁ ଦାନରେ ମିଳୁଥିବା ଜିନିଷଗୁଡ଼ିକ ଅପମାନଜନକ ଥିଲା।
ଦାନରେ ମିଳୁଥିବା ପ୍ରତ୍ୟେକ ସୁବିଧା ପାଇଁ ନିଜ ସ୍ୱାଭିମାନ ବିସର୍ଜନର ମୂଲ୍ୟ ଦେବାକୁ ପଡ଼ିଥାଏ।
ପ୍ରତ୍ୟେକ ରୁଟି ଖଣ୍ଡ ପାଇଁ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେଇ ପରୀକ୍ଷା ଦେବାକୁ ପଡ଼େ।
ତେଣୁ ଆଇନର ଅତିଥି ହେବା ସବୁଠାରୁ ଭଲ ଥିଲା, ଯାହାକି ନିୟମ ଅନୁସାରେ ଚାଲେ ସତ, କିନ୍ତୁ ଜଣେ ଭଦ୍ରଲୋକର ବ୍ୟକ୍ତିଗତ ବିଷୟରେ ଅନାବଶ୍ୟକ ହସ୍ତକ୍ଷେପ କରେନାହିଁ।
ଆଇଲ୍ୟାଣ୍ଡ ଯିବାକୁ ନିଷ୍ପତ୍ତି ନେବା ପରେ, ସୋପି ତୁରନ୍ତ ନିଜର ଲକ୍ଷ୍ୟ ପୂରଣ କରିବାରେ ଲାଗିପଡ଼ିଲା।
ଏଥିପାଇଁ ସବୁଠାରୁ ସୁଖଦ ରାସ୍ତା ହେଲା- କୌଣସି ଏକ ଦାମୀ କାଫେରେ ବିଳାସପୂର୍ଣ୍ଣ ଭାବେ ଖାଇବା, ତା'ପରେ ନିଜ ପାଖରେ ଟଙ୍କା ନାହିଁ ବୋଲି କହି ଶାନ୍ତ ଭାବରେ ପୋଲିସ୍ ହାତରେ ଧରାଦେବା।
ବାକି କାମ ଜଣେ ଦୟାଳୁ ମାଜିଷ୍ଟ୍ରେଟ୍ କରିଦେବେ।
ଆହୁରି ପଢ଼ନ୍ତୁ- Interstate Transformer Theft ଧରାପଡ଼ିଲେ ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୩ ଗିରଫ ସୋପି ନିଜ ବେଞ୍ଚରୁ ଉଠି ପାର୍କ ବାହାରକୁ ଆସିଲା ଏବଂ ରାସ୍ତା ପାରହୋଇ ଗୋଟିଏ ନାମୀ କାଫେ ପାଖରେ ଅଟକିଗଲା।
ଯେଉଁଠି ପ୍ରତିରାତିରେ ଦାମୀ ମଦ, ରେଶମୀ ପୋଷାକରେ ଧନୀ ଲୋକମାନେ ଏକାଠି ହୁଅନ୍ତି।
ସୋପିର ନିଜ ଉପରେ ପୂରା ଭରସା ଥିଲା।
ସେ ଦାଢ଼ି କାଟିଥିଲା, ତା' କୋଟ୍ଟି ପରିଷ୍କାର ଥିଲା।
କଳା ଟାଇଟି ଜଣେ ମହିଳା ଧର୍ମପ୍ରଚାରକ ତାକୁ ଉପହାର ଦେଇଥିଲେ।
ଯଦି ସେ କାହାରି ସନ୍ଦେହରେ ନ ଆସି କାଫେର ଗୋଟିଏ ଟେବୁଲ୍ ପର୍ଯ୍ୟନ୍ତ ପହଞ୍ଚିଯାଏ, ତେବେ ସଫଳତା ନିଶ୍ଚିତ।
ସୋପି ଭାବିଲା- ଗୋଟିଏ ହଂସର ପୋଡ଼ାମାଂସ ସାଙ୍ଗକୁ ମଦ ବୋତଲ ଏବଂ କଫି ବଢ଼ିଆ ହେବ।
କିନ୍ତୁ ସୋପି କାଫେ ଦ୍ୱାରରେ ପାଦ ଦେଉ ଦେଉ, ମୁଖ୍ୟ ୱେଟର୍ର ନଜର ତା'ର ସିଲେଇ ଛାଡ଼ିଯାଇଥିବା ପ୍ୟାଣ୍ଟ ଏବଂ ପୁରୁଣା ଜୋତା ଉପରେ ପଡ଼ିଗଲା।
ସେ ତାକୁ ଟାଣିନେଇ ବାହାର ଫୁଟ୍ପାଥ ରେ ଛାଡ଼ିଦେଲେ।
ସୋପି ଭାବିଲା ପ୍ରିୟ ଆଇଲ୍ୟାଣ୍ଡକୁ ଯିବାର ରାସ୍ତା ଏତେ ସହଜ ହେବନାହିଁ।
ଜେଲ୍ ଭିତରେ ପଶିବା ପାଇଁ ଅନ୍ୟ କୌଣସି ଉପାୟ ଭାବିବାକୁ ପଡ଼ିବ।
ରାସ୍ତାର ଆରପାଖରେ ଥିବା ଏକ ଦୋକାନରେ ବଡ଼ କାଚଝରକା ପଛରେ ସଜାହୋଇ ରଖାଯାଇଥିବା ଆକର୍ଷଣୀୟ ଜିନିଷଗୁଡ଼ିକ ବେଶ୍ ସ୍ପଷ୍ଟ ଭାବେ ଦେଖାଯାଉଥିଲା।
ସୋପି ରାସ୍ତାରୁ ଗୋଟିଏ ପଥର ଉଠାଇ କାଚ ଉପରକୁ ଜୋର୍ରେ ଫିଙ୍ଗିଦେଲା।
ଶବ୍ଦ ଶୁଣି ପଛପଟୁ ଲୋକମାନେ ଦୌଡ଼ିଆସିଲେ, ଆଗରେ ଜଣେ ପୋଲିସ୍ ଥିଲା।
ସୋପି ନିଜ ପ୍ୟାଣ୍ଟ ପକେଟ୍ରେ ହାତ ପୂରାଇ ଶାନ୍ତ ହୋଇ ଛିଡ଼ାହେଲା ଏବଂ ପୋଲିସ୍ର ପିତ୍ତଳ ବୋତାମଗୁଡ଼ିକୁ ଦେଖି ହସିଲା।
ଏଇଟା କିଏ କଲା?
ପୋଲିସ୍ଟି ଉତ୍ତେଜିତ ହୋଇ ପଚାରିଲା।
ସୋପି ସାମାନ୍ୟ ବ୍ୟଙ୍ଗ ସହ ବନ୍ଧୁତାପୂର୍ଣ୍ଣ ଭାବେ କହିଲା, ଆପଣଙ୍କୁ ଲାଗୁନି କି ଏଥିରେ ମୋର ହାତ ଥାଇପାରେ?
କିନ୍ତୁ ପୋଲିସ୍ ବିଶ୍ୱାସ କଲାନାହିଁ ଯେ କାଚ ଭାଙ୍ଗିଥିବା ଲୋକଟି ସେଠାରେ ଛିଡ଼ା ହୋଇଥିବ।
ପୋଲିସ୍ ଅନ୍ୟ ଜଣେ ଦୌଡୁଥିବା ଲୋକ ପଛରେ ଗୋଡ଼ାଇଲା।
ଆହୁରି ପଢ଼ନ୍ତୁ- SIR: ଚିଠା ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଆଉ ଏକ ସୁଯୋଗ; ୭ ରାଜ୍ୟରେ ପୁଣି ଦାଖଲ ହେବ ଗଣନା ଫର୍ମ ଏବେ ସୋପି ଏକ ପ୍ରେକ୍ଷାଳୟ ବାହାରେ ମଦୁଆ ଭଳି ପାଟିତୁଣ୍ଡ ଓ ନାଚଗୀତ କରି ଗିରଫ ହେବାକୁ ଚେଷ୍ଟା କଲା।
କିନ୍ତୁ ପାଖରେ ଛିଡ଼ା ହୋଇଥିବା ପୋଲିସ୍ ତାକୁ ଫୁଟ୍ବଲ୍ ମ୍ୟାଚ୍ ଜିତି ଖୁସି ମନାଉଥିବା କଲେଜ ଛାତ୍ର ଭାବି ଛାଡ଼ିଦେଲା।
ସେ ଜଣେ ବ୍ୟକ୍ତିଙ୍କ ଛତା ଚୋରି କରିବାକୁ ଚେଷ୍ଟା କଲା।
କିନ୍ତୁ ସେହି ବ୍ୟକ୍ତିଜଣକ ଭାବିନେଲେ ଯେ ଛତାଟି ସୋପିର, କାରଣ ସେ ନିଜେ ସେହି ଛତାଟିକୁ କେଉଁଠାରୁ ଭୁଲ୍ରେ ଉଠାଇ ଆଣିଥିଲେ।
ସବୁ ଚେଷ୍ଟା ବିଫଳ ହେବା ପରେ ନିରାଶ ହୋଇ ସୋପି ଏକ ଚର୍ଚ୍ଚ ନିକଟରେ ପହଞ୍ଚିଲା।
ସେଠାରେ ଚର୍ଚ୍ଚରୁ ଭାସି ଆସୁଥିବା ମଧୁର ସଙ୍ଗୀତ ତା' ମନରେ ଗଭୀର ଆଧ୍ୟାତ୍ମିକ ପରିବର୍ତ୍ତନ ଆଣିଲା।
ସୋପି ନିଜର ବ୍ୟର୍ଥ ଅତୀତକୁ ମନେପକାଇ କାଲିଠାରୁ ନିଜ ଜୀବନ ବଦଳାଇବ, ଚାକିରି କରିବ ଓ ସମାଜରେ ଜଣେ ସମ୍ମାନଜନକ ନାଗରିକ ହେବ ବୋଲି ଦୃଢ଼ ସଂକଳ୍ପ ନେଲା ।
ଠିକ୍ ସେତିକିବେଳେ ଜଣେ ପୋଲିସ୍ ଆସି ତା' କାନ୍ଧରେ ହାତ ପକାଇଲା ଏବଂ ସେଠାରେ କାହିଁକି ଛିଡ଼ାହୋଇଛି ବୋଲି ପ୍ରଶ୍ନ କଲା।
ସୋପି 'କିଛି ନାହିଁ' ବୋଲି ଉତ୍ତର ଦିଅନ୍ତେ, ସେ କିଛି ଅପରାଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଗିରଫ କଲା।
ପରଦିନ ସକାଳେ ବିଚାରପତି ତାକୁ ବ୍ଲାକୱେଲ୍ସ ଆଇଲ୍ୟାଣ୍ଡ ଜେଲ୍ରେ ତିନି ମାସର କାରାଦଣ୍ଡ ଶୁଣାଇଲେ।
ମୋ: ୯୪୩୭୬୪୨୯୪୭ ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
