Odisha Assembly Heats Up Over Delayed Pension: ଭତ୍ତା ପାଇଁ ବୃଦ୍ଧଙ୍କ ସଂଘର୍ଷ, ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

Nov 23, 2026 - 21:52
Odisha Assembly Heats Up Over Delayed Pension: ଭତ୍ତା ପାଇଁ ବୃଦ୍ଧଙ୍କ ସଂଘର୍ଷ, ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

ଚାଲିବାକୁ ବଳ ନାହିଁ କି କଥା କହିବାକୁ ଯୁ।

ଆଗକୁ ପାଦ ବଢାଇବାକୁ ଶକ୍ତି ନାହିଁ କି କେହି କିଛି କହିଲେ ଶୁଣି ବି ହେଉନି।

ବୟସ ୯୦ରୁ ଅଧିକ।

ଏଇ ବୟସରେ ବି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏ ଅସହାୟ ବୃଦ୍ଧାଙ୍କ ଏମିତି ସଂଘର୍ଷ।

ନାଁ ମୁକ୍ତାମଣି ନାୟକ।

ଘର ମୟୂରଭଞ୍ଜ କପ୍ତିପଦା ବ୍ଳକ୍ କୋଳିଅମଳ ଗାଁ।

ଗଲା କିଛି ମାସ ମୁକ୍ତାମଣିଙ୍କୁ ହାତକୁ ଆସୁନି ଭତ୍ତା ଟଙ୍କା।

ତେଣୁ ଏ ଅବସ୍ଥାରେ ସେ ସଂପର୍କୀୟଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିଲେ ଜିଲ୍ଲାପାଳଙ୍କ ଅଫିସ୍।

ସୁବର୍ଣ୍ଣପୁର ବିନିକା ବ୍ଲକ ପାତିକାରପଡାର ପଦ୍ମା ନାଏକ।

ବୟସ ପାଖାପାଖି ୧୦୦।

ଅଣ୍ଟା ନଇଁ ଗଲାଣି, ଚାଲିବାକୁ ପାଦରେ ଆଉ ବଳନାହିଁ।

ପଦ୍ମାଙ୍କ ଅଭିଯୋଗ, ଆଜିକୁ ଦୀର୍ଘ ୮ ମାସ ହେବ ତାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା।

ତେଣୁ ନିଜେ ଏଇ ଅବସ୍ଥାରେ ଆସିଛନ୍ତି ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ।

ଗଜପତି ମୋହନା ବ୍ଲକ କେଶରା ପଞ୍ଚାୟତର।

ପଞ୍ଚାୟତର ବହୁ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ଅଭିଯୋଗ, ସେମାନଙ୍କୁ ଗଲା ୪ ମାସ ହେବ ଭତ୍ତା ଟଙ୍କା ମିଳୁନି।

ସରକାରୀ ଆର୍ଥିକ ସହାୟତା ନପାଇ ବାରମ୍ବାର ପଂଚାୟତ, ବ୍ଲକ୍ ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି।

Advertisment ଏପଟେ ଭତ୍ତାକୁ ନେଇ ହିତାଧିକାରୀ କଷ୍ଟ ଓ ଯନ୍ତ୍ରଣାରେ ଦିନ କାଟୁଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ଏ ପ୍ରସଙ୍ଗରେ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଣିଥିଲା ବିରୋଧୀ ବିଜେଡି।

ସୁନ୍ଦରଗଡ଼ରେ ଭିନ୍ନକ୍ଷମ ଭତ୍ତା ୬ ମାସ ଯାଏଁ ନମିଳିବାରୁ ହିତାଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ ଶୀର୍ଷକ ଆଲୋଚନା ବେଳେ ସରକାରୀ ଦଳ ଉପରେ ବର୍ଷିଥିଲେ ବିରୋଧୀ।

ବିଜେଡି କହିଥିଲା ଲୋକେ ମାସ ମାସ ଧରି ଭତ୍ତା ନପାଇ ହଇରାଣ ହେଉଛନ୍ତି।

ଆଉ ବିଭାଗୀୟ ମନ୍ତ୍ରୀ ଏଥିପାଇଁ କଂପ୍ୟୁଟରକୁ ଦୋଷ ଦେଉଛନ୍ତି।

କଂଗ୍ରେସ କହିଥିଲା, ଭତ୍ତା ପାଇଁ ହିତାଧିକାରୀଙ୍କୁ ଜୀବନ ଯିବା ଅର୍ଥ ଏ ସରକାର ଫେଲ୍।

ଅନ୍ୟପଟେ ବିରୋଧୀଙ୍କ ଏସବୁ ଅଭିଯୋଗକୁ ମିଛ ବୋଲି ଉତ୍ତରରେ କହିଥିଲେ ବିଭାଗୀୟ ମନ୍ତ୍ରୀ।

ଯାହାକୁ ନେଇ ବେଶ୍ କିଛି ସମୟ ଧରି ସରଗରମ୍ ରହିଥିଲା ଗୃହ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)