Odisha-Indonesia Tourism ବାଲିରେ ଓଡ଼ିଶା-ଇଣ୍ଡୋନେସିଆ ପର୍ଯ୍ୟଟନ ବୈଠକ: ଓଡ଼ିଶା ପରବ ୨୦୨୬’ ଆୟୋଜନ ନେଇ ଆଲୋଚନା

Nov 23, 2026 - 21:46
Odisha-Indonesia Tourism ବାଲିରେ ଓଡ଼ିଶା-ଇଣ୍ଡୋନେସିଆ ପର୍ଯ୍ୟଟନ ବୈଠକ: ଓଡ଼ିଶା ପରବ ୨୦୨୬’ ଆୟୋଜନ ନେଇ ଆଲୋଚନା

ବାଲି (ଇଣ୍ଡୋନେସିଆ)/ ଭୁବନେଶ୍ଵର: ଆଜି (ସୋମବାର) ଇଣ୍ଡୋନେସିଆର ବାଲିଠାରେ 'ଇନଜର୍ଣ୍ଣି ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ' (InJourney Tourism Development Corporation)ର ପ୍ରତିନିଧିମାନଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ଆଲୋଚନା କରିଛନ୍ତି।

Advertisment ଇଣ୍ଡୋନେସିଆର ବାଲିରେ ୫୦ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି, ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ଏହି ବୈଠକରେ 'ଦି ନୁସା ଦୁଆ' (The Nusa Dua)ର କମର୍ସିଆଲ ଓ ରିଲେସନ୍ସ ଉପସଭାପତି ସୁଶ୍ରୀ ମାଡେ ପୂର୍ଣ୍ଣମା ଦମୟନ୍ତୀ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡଃ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ଇଣ୍ଡୋନେସିଆ ଓ ଓଡ଼ିଶାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ବଡ଼ ବୟାନ: ଇଣ୍ଡୋନେସିଆର ପୂର୍ବପୁରୁଷ ଭାରତୀୟ!

ବୈଠକରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ନୂତନ ସମ୍ଭାବନା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ବାଲିର 'ଦି ମେରୁ ସାନୁର' ସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା 'ଓଡ଼ିଶା ପରବ ୨୦୨୬' ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଭାତୀ ପରିଡ଼ା କହିଛନ୍ତି, 'ଓଡ଼ିଶା ପରବ'ରେ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ରନ୍ଧନ ପରମ୍ପରାର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ ।

ଏଥିରେ ମହିଳା ନେତୃତ୍ୱାଧୀନ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଦ୍ୱାରା ପଟ୍ଟଚିତ୍ର ଏବଂ ତାଳପତ୍ର ଖୋଦେଇ କଳାର ସିଧାସଳଖ ପ୍ରଦର୍ଶନ କରାଯିବ ।

ଓଡ଼ିଶା ପର୍ଯ୍ୟଟନ ପାଭିଲିୟନରେ ରାଜ୍ୟର ବିବିଧ ପର୍ଯ୍ୟଟନ ଆକର୍ଷଣ ଯଥା, ଐତିହ୍ୟ ସ୍ଥଳୀ, ଆଧ୍ୟାତ୍ମିକ କ୍ଷେତ୍ର, ମନୋରମ ବେଳାଭୂମି, ବନ୍ୟପ୍ରାଣୀ, ଦୁଃସାହସିକ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମ୍ ଅନୁଭୂତିକୁ ଉପସ୍ଥାପନ କରାଯିବ ।

ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଅନନ୍ୟ ସ୍ୱାଦ ଓ ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ପରିବେଷଣ କରାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)