ODI: ଦିନିକିଆ ବ୍ୟାଟିଂରେ ଗିଲ୍‌ ଦ୍ବିତୀୟ: ବୁମ୍‌ରା ୧ନଂ ଟେଷ୍ଟ୍‌ ବୋଲର

Jun 24, 2026 - 15:32
ODI: ଦିନିକିଆ ବ୍ୟାଟିଂରେ ଗିଲ୍‌ ଦ୍ବିତୀୟ: ବୁମ୍‌ରା ୧ନଂ ଟେଷ୍ଟ୍‌ ବୋଲର

"ଦୁବାଇ: ଭାରତୀୟଅଧିନାୟକ ଶୁବମନ ଗିଲ୍‌ସଦ୍ୟପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି।

ଟେଷ୍ଟ୍‌ ବୋଲିଂ ମାନ୍ୟତାରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରି ଯୁଗ୍ମ ଭାବେ ଶୀର୍ଷସ୍ଥାନରେ ରହିଛନ୍ତି।

ଦିନିକିଆରେ ଗିଲ୍‌ ଶୀର୍ଷରେଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କଠୁ ମାତ୍ର ୨୪ ପଏଣ୍ଟ୍‌ ପଛରେ ରହିଛନ୍ତି।Advertisment ଗିଲ୍‌ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ୮୪ ଓ ୧୫୪ ରନ୍‌ କରିଥିଲ‌େ ନିକଟରେ ଶେଷ ହୋଇଥିବା ଆଫ୍‌ଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶଷ୍ଟ ଦିନିକିଆ ଶୃଙ୍ଖଳାରେ ଗିଲ୍‌ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ୮୪ ଓ ୧୫୪ ରନ୍‌ କରିଥିଲା ବେଳେ ଶେଷ ମ୍ୟାଚ୍‌ରେ ବ୍ୟାଟିଂ କି ନଥିଲେ।

ତାଙ୍କର ଏହି ପ୍ରଦର୍ଶନ ଗିଲ୍‌ଙ୍କ ରେଟିଂ ପଏଣ୍ଟ୍‌ ୭୯୧ରେ ପହଞ୍ଚାଇ ଦେଇଥିଲା।

ଦ୍ବିତୀୟ ଓ ତୃତୀୟ ସ୍ଥାନରେ ବିରାଟ ‌କୋହଲି ଓ ରୋହିତ ଶର୍ମା ରହିଛନ୍ତି।

ଈଶାନ କିଶନ ୨୧ ସ୍ଥାନ ଉଠି ୪୩ରେ ପହଞ୍ଚିଛନ୍ତି।

ବୋଲିଂରେ ଅର୍ଶଦୀପ ସିଂହ ୧୬ଟି ସ୍ଥାନ ଲମ୍ଫ ଦେଇ ୨୨ରେ ପହଞ୍ଚିଥିଲା ବେଳେ ପ୍ରସିଦ୍ଧ କୃ‌ଷ୍ଣ ୫୮ ଓ ଅଲ୍‌ରାଉଣ୍ଡର ୱାସିଂଟନ୍‌ ୭୧ତମ ସ୍ଥାନରେ ରହିଛନ୍ତି। https://sambad.in/sports/junior-world-shooting-vashikashiv-win-silver-12068303 "