Shooting: କୋରେଇ ଗୁଳିମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ
"କୋରେଇ: ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବକୋଟ ଅଞ୍ଚଳରେ ଚୋରି ସାମଗ୍ରୀ ଭାଗବଣ୍ଟାକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା ।
ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୋରେଇ ପୁଲିସ ।
ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଅସଲି ଓ ଗୋଟିଏ ନକଲି ବନ୍ଧୁକ, କିଛି ଖୋକା, ୨ଟି ବାଇକ୍ ଓ ୨ଟି ମୋବାଇଲ ଜବତ କରାଯାଇଛି।
ଅଭିଯୁକ୍ତମାନେ ଯଖପୁରା ଥାନା ଦଶମାଣିଆ ଅଞ୍ଚଳର ଅର୍ଜୁନ ପ୍ରଧାନ ଏବଂ ଭୋଳା ପ୍ରଧାନ ବୋଲି ଜଣାପଡ଼ିଛି ।Advertisment ଘଟଣାସ୍ଥଳରୁ ଖୋକା ଜବତ ଚୋରି ସାମଗ୍ରୀ ଭାଗବଣ୍ଟାକୁ କେନ୍ଦ୍ରକରି ଗୁଳି ଫୁଟିଛି।
୪ ରାଉଣ୍ତ ଗୁଳି ଫୁଟିଥିଲେ ମଧ୍ୟ ଏଥିରେ କେହି ଆହତ ହୋଇନଥିଲେ।
ଖବର ପାଇ କୋରେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ବସ୍ତିରେ ପହଞ୍ଚି ତନାଘନା କରିଥିଲେ।
ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ ହୋଇଥିଲା।
ଆହୁରି ପଢନ୍ତୁ: Women's Rights: ବାଲିପାଟଣାରେ ବିଜେଡି ନାରୀ ଅଧିକାର ଅଭିଯାନ ସମାରୋହ: ବିଧାୟକଙ୍କ ଉପରେ ବର୍ଷିଲେ ମହିଳା ନେତ୍ରୀ ସୂଚନା ଅନୁଯାୟୀ, ତେଲେଙ୍ଗାବସ୍ତିରେ ହଠାତ୍ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
କିଛି ସମୟ ପରେ ଯଖପୁରା ଥାନା ରାବଣା ଅଞ୍ଚଳରୁ କେତେକ ଯୁବକ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ସହ ତେଲେଙ୍ଗାବସ୍ତିରେ ପହଞ୍ଚିଥିଲେ।
ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବାସହ ହଠାତ କିଛି ଯୁବକ ଗୁଳି ଫୁଟାଇଥିଲେ।
ଫଳରେ ଅନ୍ୟ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ଜଣେ ଯୁବକ ବାଇକ୍ରେ ବସ୍ତିରେ ବୁଲିବୁଲି ଗୁଳି ଫୁଟାଇ ଲୋକମାନଙ୍କୁ ଭୟଭୀତ କରାଇଥିଲା।
ତେଲେଙ୍ଗାବସ୍ତିରେ ବସବାସ କରୁଥିବା କିଛି ଯୁବକ ଅନ୍ତଃରାଜ୍ୟ ଚୋରି, ଡକାୟତି ମାମଲାରେ ଜଡ଼ିତ ଥିବା ଅଭିଯୋଗ ହେଉଛି।
ରାବଣା ଅଞ୍ଚଳ ଓ ତେଲେଙ୍ଗା ବସ୍ତିର ଏକ ଗ୍ୟାଙ୍ଗ୍ ମିଳିତ ଭାବେ ରାଜ୍ୟ ବାହାରେ କରିଥିବା ଡକାୟତି ଘଟଣାରେ ଲୁଟ୍ ସୁନା ଓ ଟଙ୍କା ଭାଗବାଣ୍ଟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ତଗୋଳ ହୋଇଥିବା ସୂଚନା ମିଳିଥିଲା।
ଏନେଇ କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ କହିଛନ୍ତି ଯେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା।
ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଘଟଣାସ୍ଥଳରେ ତଦନ୍ତ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା ଚାଲିଥିଲା।
"