Scam: ଟଙ୍କା ହଡ଼ପର ମାଧ୍ୟମ ସାଜିଛି ସରକାରୀ ବସ୍, ବସର ସିସି କ୍ୟାମେରା ଅଚଳ
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଟଙ୍କା ହଡ଼ପର ମାଧ୍ୟମ ସାଜିଛି ସରକାରୀ ବସ୍।କଣ୍ଡକ୍ଟର ଟିକଟ ନଦେଇ ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି।
କଣ୍ଡକ୍ଟର ଯାତ୍ରୀଙ୍କଠାରୁ ଭଡ଼ା ନେଲେ ତୁରନ୍ତ ଟିକେଟ୍ ଦେବା ବାଧ୍ୟତାମୂଳକ।
ବିନା ଟିକେଟ୍ରେ ଟଙ୍କା ଆଦାୟ କରିବା ଅବୈଧ ଏବଂ ତାହାକୁ ଦୁର୍ନୀତି ଭାବେ ବିବେଚନା କରାଯାଏ।
କିନ୍ତୁ ତାହାର ବୈତିକ୍ରମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ।Advertisment ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଠାରୁ ଭୁବନେଶ୍ବର ଓଏସଆରଟିସି ବସ୍ ସେବା ପ୍ରାୟ ୭/୮ ବର୍ଷ ହେଲାଣି ଆରମ୍ଭ ହୋଇଛି।
ଉକ୍ତ ବସଟି ପୂର୍ବରୁ ବହୁ ପୁରୁଣା ଥିବାରୁ ବସ୍ର ଏସି ଚାଲୁନଥିଲା, ବସ୍ ଛାତରୁ ପାଣି ଗଳୁଥିଲା।
ସିଟ୍ ମଧ୍ୟ ଭଲ ନଥିଲା।
ଏପରିକି ଚାର୍ଜର ମଧ୍ୟ ଅଚଳ ଥିବାରୁ ମୋବାଇଲ୍ ମଧ୍ୟ ଚାର୍ଜ ହୋଇପାରୁନଥିଲା।
ତେବେ ସେ ସମ୍ବନ୍ଧରେ ଦୈନିକ "ସମ୍ବାଦ"ରେ ଖବର ପ୍ରକାଶିତ ହେବା ପରେ ପରିବହନ ବିଭାଗ ପକ୍ଷରୁ ନୂତନ ବସ୍ ଦିଆ ଯାଇଥିଲା।
ନୂଆ ବସ୍ ଗଡ଼ିବାରୁ ଯାତ୍ରୀମାନେ ମଧ୍ୟ ଖୁସି ହୋଇଥିଲେ।
ସେହି ବସ୍ରେ ଦୈନିକ ସକାଳୁ କଟକ, ଭୁବନେଶ୍ୱର ଅଭିମୁଖେ ବାହାରି ନିଜ କାମ ଧନ୍ଦା ସାରି ପୁଣିଥରେ ସେଥିରେ ଘରକୁ ଫେରି ଆସୁଥିଲେ।
କଟକ ମେଡିକାଲରେ ଚିକିତ୍ସା କିମ୍ବା ଭୁବନେଶ୍ୱରର ବିଭିନ୍ନ ଅଫିସ କାର୍ଯ୍ୟ ସାରି ରାତି ମଧ୍ୟରେ (୨୪ ଘଣ୍ଟା ଭିତରେ) ଯିବା ଆସିବା ହୋଇଯାଇଥାଏ।
ତେବେ ଉକ୍ତ ବସ୍ରେ ମାସକୁ ପ୍ରାୟ ୮/୧୦ ଜଣ ଚାଳକ, କଣ୍ଡକ୍ଟର ଓ ହେଲ୍ପର୍ ଙ୍କ ବଦଳି ହୋଇଥାଏ।
ଫଳରେ କର୍ମଚାରୀମାନେ ହରିଲୁଟ କରିବାର ଏକ ପନ୍ଥା ବାଛି ନେଇଛନ୍ତି।
ଉକ୍ତ ବସ୍ର ଭଡ଼ା ସରକାରୀ ଭଡ଼ା ଅନୁସାରେ ନିଆଯିବାର ନିୟମ ରହିଛି।
ଭଡ଼ା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଟିକଟ କରାଯିବାର ବ୍ୟବସ୍ଥା ରହିଛି।
ଅନ୍ଲାଇନରେ ଟିକଟ କାଟିବା ବିଭିନ୍ନ ସମୟରେ ସମସ୍ୟା ଦେଖାଦେଇଥାଏ।
ଫଳରେ ଯାତ୍ରୀମାନେ ସିଧା ସଳଖ କଣ୍ଡକ୍ଟରଙ୍କୁ ଫୋନ୍ କରି ଟିକଟ କରିଥାନ୍ତି।
ଅଫ୍ଲାଇନରେ ଟିକଟ କାଟିଲେ କଣ୍ଡକ୍ଟରମାନେ ଯାତ୍ରୀଙ୍କୁ ଟିକଟ ନଦେଇ ଉକ୍ତ ଟଙ୍କା ନିଜ ପ୍ୟାକେଟରେ ଗୁଞ୍ଜି ଦେଇଥାନ୍ତି।
ନିୟମ ଅନୁଯାୟୀ କଣ୍ଡକ୍ଟର ଅଧିକ ଭଡ଼ା ନେଉଛନ୍ତି କିମ୍ବା ଟିକେଟ୍ ଦେଉ ନାହାନ୍ତି ତାହା ଦଣ୍ଡନୀୟ ଅପରାଧ।
ଭଡ଼ାରେ ଚାଲିଛି ରାଜ୍ୟ ପରିବହନ କାର୍ଯ୍ୟାଳୟ: ମରାମତି ଡିପୋ ନଥିବାରୁ ରାସ୍ତାକଡ଼ରେ ଖରାପ ବସ୍ ତେବେ ସୋମବାର ମଧ୍ୟ ଅପରାହ୍ନ ପ୍ରାୟ୩ ଟାରେ ଭୁବନେଶ୍ୱର-ଗୋରୁମହିଷାଣୀ ବସ୍ଟି ବାହାରିଥିଲା।
ଉକ୍ତ ବସ୍ର ଶତ ପ୍ରତିଶତ ସିଟ୍ରେ ଯାତ୍ରୀ ମଧ୍ୟ ଥିଲେ।
ତେବେ ଅଧିକାଂଶ ଯାତ୍ରୀ କଣ୍ଡକ୍ଟର ଭଡ଼ା ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଟିକଟ କଣ୍ଡକଟର ଟିକଟ ଦେଇନଥିଲେ।
ରାଇରଙ୍ଗପୁର ପହଞ୍ଚିବା ପୂର୍ବରୁ ଉକ୍ତ ବସ୍ର ସମସ୍ତ ସିଟ୍ରେ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଛିଡ଼ା ହୋଇ ବସ୍ରେ ଯାତ୍ରା କରୁଥିଲେ।
ତେବେ ରାତ୍ର ପ୍ରାୟ ୧୦ଟା ୩୦ ମିନିଟ୍ରେ ଓଏସଆରଟିସି ବସ୍ ଏ.ଏମ୍ ଦିଲ୍ଲୀପ ବରାଡ ଓ ସୁପରଭାଇଜର ରାଇରାଙ୍ଗପୁର ପହଞ୍ଚିବା ପୂର୍ବରୁ ଭାଲୁବସା ନିକଟରେ ବସ୍କୁ ଅଟକାଇଥିଲେ ।
ବସ୍ରେ ଯାତ୍ରୀ ଫୁଲ୍ ଥିବା ବେଳେ ଅଧିକାଂଶ ଯାତ୍ରୀଙ୍କ ପାଖରେ ଟିକଟ ନଥିବା ଜାଣିବାକୁ ପାଇଥିଲେ।
ଏପରିକି ବସ୍ ଭିତରେ ସିସି କ୍ୟାମେରା ମଧ୍ୟ ଜାଣିଶୁଣି ବନ୍ଦ କରାଯାଇଥିଲା।
ବସ୍ର କଣ୍ଡକକ୍ଟର ଭୁଲ୍ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ଏ.ଏମ୍ ଓ ସୁପରଭାଇଜର କୌଣସି କଥା ଶୁଣିନଥିଲେ।
ତେବେ କଣ୍ଡକ୍ଟରଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି କହିଛନ୍ତି ଓଏସଆରଟିସି ବସ୍ ଏ.ଏମ୍ ଶ୍ରୀ ବରାଡ।
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯାତ୍ରୀମାନଙ୍କ ଠାରୁ ଟଙ୍କା ନେଇ ଟିକଟ ଦେଉନାହାନ୍ତି କଣ୍ଡକ୍ଟର।
ଯଦି ବିନା ଟିକେଟରେ ଯାତ୍ରା ସମୟରେ ଦୁର୍ଘଟଣା ଘଟିବା ପରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ଘଟିଲେ ସେମାନେ ଟଙ୍କା ବୀମା ଟଙ୍କା ପାଇପାରିବେ ତ?
କାହିଁକି ନା ଟିକଟରେ ବୀମା ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ।
ଏଭଳି ଅନ୍ୟ ସରକାରୀ ବସ୍ରେ ମଧ୍ୟ ଟଙ୍କା ହଡ଼ପ କରାଯାଉଥିବାର ଅନୁମାନ କରାଯାଉଛି।
"