Khadge: ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଛି: ଖଡ଼ଗେ

Jun 24, 2026 - 23:40
Khadge: ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଛି: ଖଡ଼ଗେ

"ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।

ନିଟ୍‌ ପେପର ଲିକ୍‌ ଉପରେ ଶିକ୍ଷାମନ୍ତ୍ରୀ ଦେଇଥିବା ଟିପ୍ପଣୀ ପାଇଁ ଖଡ଼ଗେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଖଡ଼ଗେ କହିଛନ୍ତି, କେନ୍ଦ୍ର ସରକାର ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ଏବଂ ଯେଉଁମାନେ ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସେମାନଙ୍କୁ ଅପମାନିତ କରିଛନ୍ତି।

ଏକ୍ସରେ ଏକ ପୋଷ୍ଟ୍‌ କରି ଖଡ଼ଗେ ଅଭିଯୋଗ କରିଛନ୍ତି ‌ଯେ ବିଜେପି ନେତୃତ୍ବାଧୀନ ସରକାରରେ ୯୦ ପେପର ଲିକ୍ ହୋଇଛି।

ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି।

ନିଟ୍‌ ପେପର ଲିକ୍‌ ପାଇଁ ୨୦ ଜଣ ଆତ୍ମହତ୍ୟା କରିଦେଇଛନ୍ତି।

ଅନେକ ପରିବାର ଛାରଖାର ହୋଇଯାଇଛି।

କିନ୍ତୁ ମୋଦୀ ସରକାରଙ୍କ ଶିକ୍ଷାମନ୍ତ୍ରୀ ତାଙ୍କ ଚୌକି ଛାଡ଼ୁନାହାନ୍ତି।

ସାକ୍ଷାତ୍‌କାର ଦେବା ସମୟରେ ଛାତ୍ରଙ୍କୁ ‌ଦେଶବିରୋଧୀ କହୁଛନ୍ତି।

ବିଜେପି ସରକାର ବାରମ୍ବାର ସମାଲୋଚକ ଓ ଆନ୍ଦୋଳନକାରୀଙ୍କୁ "ଦେଶବି‌ରୋଧୀ" କହିଆସୁଛନ୍ତି।

କୃଷକ ଆନ୍ଦୋଳନକୁ ଇଙ୍ଗିତ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଆନ୍ଦୋଳନରତ କୃଷକଙ୍କୁ "ଆନ୍ଦୋଳନଜୀବୀ" ତଥା "ପରଜୀବୀ" କହିଥିଲେ।

ଖଡ଼ଗେ କହିଛନ୍ତି, ଯିଏ ଏହି ସରକାରକୁ ପଶ୍ନ କରିବେ ସିଏ ଦେଶବିରୋଧୀ ହେବେ।Advertisment "