OperationSindoor: ଅପରେସନ୍‌ ସିନ୍ଦୂରରେ ବ୍ୟବହୃତ ଚୀନ୍‌ ଯୁଦ୍ଧ ବିମାନ କିଣିବ ବାଂଲାଦେଶ

Jun 24, 2026 - 22:40
OperationSindoor: ଅପରେସନ୍‌ ସିନ୍ଦୂରରେ ବ୍ୟବହୃତ ଚୀନ୍‌ ଯୁଦ୍ଧ ବିମାନ କିଣିବ ବାଂଲାଦେଶ

"ଢାକା : ଅପରେସନ୍‌ ସିନ୍ଦୂର ସମୟରେ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରିଥିବା ଚୀନ୍‌ ଯୁଦ୍ଧ ବିମାନ ଜେ-୧୦ସିଇକୁ ଏବେ ବାଂଲାଦେଶ କିଣିବାପାଇଁ ଯୋଜନା କରୁଛି।

ବାଂଲା‌ଦେଶ ଏହାର ବାୟୁସେନାକୁ ଅଧିକ ସଶକ୍ତ କରିବାପାଇଁ ଚୀନ୍‌ଠାରୁ ୨୪ଟି ଜେ-୧୦ସିଇ ଯୁଦ୍ଧବିମାନ କିଣିବାକୁ ସ୍ଥିର କରିଛି।

୨୦୨୬ ଅଗଷ୍ଟରେ ଚୀନ୍‌ ସହ ଏନେଇ ଚୁକ୍ତି ସ୍ବାକ୍ଷର ହେବ।

ତେବେ ଅପରେସନ୍‌ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ସୁ-୩୦ ଏମ୍‌କେଆଇ, ଜାଗୁଆର ଏବଂ ରାଫେଲ ବିରୋଧରେ ପାକିସ୍ତାନ ସକ୍ରୀୟ ଭାବେ ଚୀନ୍‌ର ଏହି ଯୁଦ୍ଧ ଜାହାଜକୁ ବ୍ୟବହାର କରିଥିଲା।

ବାଂଲାଦେଶର "ଫୋର୍ସେସ୍‌ ଗୋଲ୍‌ ୨୦୩୦"ର ଏହାକୁ ସବୁଠାରୁ ଏକ ବଡ଼ ଅଂଶ ଭାବେ ବିବେଚନା କରାଯାଉଛି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ତାରିକ ରେହମାନ ନିକଟରେ ଚୀନ୍‌ ଗସ୍ତ କରିବା ସମୟରେ ଏହି ଚୁକ୍ତି ନେଇ ଆଲୋଚନା ହୋଇଥିଲା।

ବରିଷ୍ଠ ବାଂଲାଦେଶ ଅଧିକାରୀମାନେ କହିଛନ୍ତି ଯେ ୨୦୨୬ ଅଗଷ୍ଟ ସୁଦ୍ଧା ଏକ ଔପଚାରିକ କ୍ରୟ ଚୁକ୍ତି ସ୍ବାକ୍ଷର ହେବ।

ସବୁକିଛି ଯଦି ଯୋଜନା ମୁତାବକ ଚାଲିବ ତେବେ ୨୦୨୬ ବିଳମ୍ବ‌ରେ କିମ୍ବା ୨୦୨୭ ଆରମ୍ଭରେ ଯୁଦ୍ଧ ବିମାନ ଗୁଡ଼ିକ ବାଂଲାଦେଶରେ ପହଞ୍ଚିବ।Advertisment "