Swiggy-Zomato : ବେଙ୍ଗାଲୁରୁରେ ବନ୍ଦ ହେବ ସ୍ବିଗି- ଜୋମାଟୋର ସର୍ଭିସ ! ଜାଣନ୍ତୁ କାହିଁକି …
ନୂଆଦିଲ୍ଲୀ,୨୯/୭ : ସ୍ବିଗି ଏବଂ ଜୋମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟଫର୍ମ୍ସ ସେହି ଲୋକଙ୍କ ପାଇଁ ବହୁତ ବଡ଼ ସାହାରା ଅଟେ ଯେଉଁମାନେ ଘରଠାରୁ ଦୂରରେ ରହୁଛନ୍ତି ଏବଂ ଖାଦ୍ୟ ପ୍ରସ୍ତୁତ କରିବା ଆସୁନାହିଁ । କିମ୍ବା ଯେତେବେଳେ ସମୟ ହୁଏନି ତ ସ୍ବିଗି ଏବଂ ଜୋମାଟୋରୁ ଖାଦ୍ୟ ମଗାଇଥାନ୍ତି । ଘରେ ବସି ବସି କୌଣସି ବି ରେଷ୍ଟ୍ରାଣ୍ଟ ଏବଂ ହୋଟେଲରୁ ଖାଦ୍ୟ ମଗାଇବାର ସୁବିଧା ଏବେ ଖୁବଶୀଘ୍ର ବେଙ୍ଗାଲୁରୁରେ ବନ୍ଦ ହେବାକୁ ଯାଉଛି । ଏହି ପଦକ୍ଷେପ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଞ୍ଚାଳକ କେତେକ ଅସୁବିଧାକୁ ନଜରରେ ରଖି ଉଠାଇଛନ୍ତି ।
ପ୍ରକାଶ ଯେ, ବେଙ୍ଗାଲରୁର ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସ୍ବିଗି ଏବଂ ଜୋମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ବିରୁଦ୍ଧରେ ଶକ୍ତ ପଦକ୍ଷେପ ଉଠାଇବାକୁ ମନ ବଳାଇଛନ୍ତି । ରେଷ୍ଟୁରାଣ୍ଟ ଆସୋସିଏଶନର କହିବା ଅନୁସାରେ ଯଦି ତାଙ୍କର ଲମ୍ବା ସମୟରୁ ଚାଲି ଆସୁଥିବା ସମସ୍ୟାର କୌଣସି ସୁଫଳ ବାହାରିପାରୁନାହିଁ ତେବେ ୧୫ଅଗଷ୍ଟ ପରେ ସହରର କେତେକ ରେଷ୍ଟୁରାଣ୍ଟ ଏହି ପ୍ଲାଟଫର୍ମରୁ ଅର୍ଡର ନେବା ବନ୍ଦ କରିପାରନ୍ତି ।
ବେଙ୍ଗାଲୁରର ହୋଟେଲ ଆସୋସିଏଶନକୁ ସ୍ବିଗି ଏବଂ ଜୋମାଟୋରୁ ବହୁ ଅଭିଯୋଗ ଅଛି ଯାହାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସୋସିଏଶନ ଅନୁସାରେ ସ୍ବିଗିକୁ ନେଇ ସବୁଠାରୁ ଅଧିକ ଅଭିଯୋଗ ସାମ୍ନାକୁ ଆସୁଛି । ମାତ୍ର ଜୋମାଟୋ ବି ରେଷ୍ଟୁରାଣ୍ଟ ମାଲିକଙ୍କ ଟାର୍ଗେଟରେ ରହିଛି । ସେହିଭଳି ଆଗାମୀ ସମୟରେ ନୂଆ ଫୁଡ ଡେଲିଭରୀ ପ୍ଲାଟଫର୍ମ ବେଙ୍ଗାଲୁରରେ ଭଲ ସର୍ଭିସ ଦେଇ ଏହି ଦୁଇ ବଡ଼ ପ୍ଲାଟଫର୍ମ୍ସ ଲାଗି କମ୍ପିଟିଶନ ବଢାଇପାରେ ।
ବେଙ୍ଗାଲୁରର ରେଷ୍ଟୁରାଣ୍ଟ ଆସୋସିଏଶନ ଡେଲିଭରୀ ପ୍ଲାଟଫର୍ମରୁ ପେମେଣ୍ଟ ଏବଂ ବିଲିଂରେ ଅଧିକ ଟ୍ରାନ୍ସପରେନ୍ସିର ଦାବି କରାଯାଇଛି । ତାଙ୍କ ପ୍ରମୁଖ ଦାବି ଏହିଭଳି …
- ଗ୍ରାହକଙ୍କ ଅଭିଯୋଗ ପରେ ବିନା କାରଣରେ ଟଙ୍କା କାଟିବା ବନ୍ଦ କରାଯାଉ
- ଖାଦ୍ୟ ପ୍ରସ୍ତୁତ ହେବା ପରେ ଅର୍ଡ଼ର କ୍ୟାନ୍ସେଲ ହେବା ଉପରେ ରେଷ୍ଟୁରାଣ୍ଟକୁ ତା’ର ମୂଲ୍ୟ ମିଳୁ
- ପେମେଣ୍ଟର ପୂରା ସୂଚନା ଥିବା ଷ୍ଟେଟମେଣ୍ଟ ଦିଆଯାଉ, ଫଳରେ ପ୍ରତ୍ୟେକ କଟିବାର ସୂଚନା ମିଳିପାରିବ
- ଏଭଳି ନିୟମ ଏବଂ ସର୍ତ୍ତ ହଟାଯାଉ ଯାହା କେବଳ ପ୍ଲାଟଫର୍ମ ପକ୍ଷରେ ରହିଛି
- ରେଷ୍ଟୁରାଣ୍ଟର ସମସ୍ୟା ଲାଗି ଏକ ଅନ୍ୟ ରିଲେଶନଶିପ ମ୍ୟାନେଜର ରଖାଯାଉ
- ରେଷ୍ଟୁରାଣ୍ଟର ଅନୁମତି ବିନା ଡିସକାଉଣ୍ଟ ଏବଂ ପ୍ରମୋଶନାଲ କ୍ୟାମ୍ପେନ ନ ଚଲାଯାଉ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।