2027 WC : ୨୦୨୭ବିଶ୍ବକପ ଲାଗି ଟିମରେ ରୁହନ୍ତୁ ୧୭ଖେଳାଳୀ, ICC ନିକଟରେ ଦାବି ରଖିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୨୯/୭ : ଓ୍ବାନଡେ ବିଶ୍ବକପ ଆସନ୍ତା ବର୍ଷ ହେବ । ଯେଉଁଥିଲାଗି ସବୁ ଦେଶ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏବେ ସେହି ସମୟ ଅଟେ ଯେତେବେଳେ ସବୁ ଦେଶ ନିଜର ଫାଇନାଲ ଟିମ୍ ପକ୍କା କରୁଛନ୍ତି । କେତେକ ଥର ହୋଇଥାଏ କି ଭଲ ଖେଳାଳୀଙ୍କୁ ବି ଡ୍ରପ୍ ହେବାକୁ ପଡ଼ିଥାଏ । ପ୍ରକାଶ ଯେ, ଏହା ଟିମ୍ କମ୍ବିନେଶନ ଉପରେ ସୁନିଶ୍ଚିତ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପାଖରେ ୪ଜଣ ଭଲ ବ୍ୟାଟର ଅଛନ୍ତି, କିନ୍ତୁ କେବଳ ଜଣେ କିମ୍ବା ଦୁଇ ଜଣଙ୍କୁ ଦଳରେ ସାମିଲ କରାଯାଇପାରିବ ଫଳରେ କାହାକୁ ଭଲ ପ୍ରଦର୍ଶନ ପରେ ବି ନିରାଶ ହେବାକୁ ପଡ଼ିବ । ପ୍ରକାଶ ଯେ, ଯେ କୌଣସି ବୋର୍ଡ ବିଶ୍ୱକପ୍ ପାଇଁ ସର୍ବାଧିକ ୧୫ଜଣ ଖେଳାଳୀଙ୍କୁ ଚୟନ କରିପାରିବ। ଅଷ୍ଟ୍ରେଲିଆର ବିଶ୍ୱକପ୍ ୨୦୨୩ବିଜେତା ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ ୧୭ ଜଣ ଖେଳାଳୀଙ୍କୁ ଚୟନ କରିବାକୁ ଅନୁମତି ଦାବି କରିଛନ୍ତି।
୨୦୨୩ରେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା ଭାରତ ଏବଂ ଅଷ୍ଟ୍ରେଲିଆକୁ ୧୧ମ୍ୟାଚ ଖେଳିବାକୁ ପଡ଼ିଥିଲା । କିନ୍ତୁ ୨୦୨୭ରେ ଫାଇନାଲ ସମେତ ୧୫ମ୍ୟାଚ୍ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିପାରେ । ଏଥିରୁ ଅତି କମରେ ୧୩ମ୍ୟାଚ ଫାଇନାଲ ପର୍ଯ୍ୟନ୍ତ ପ୍ରତ୍ୟେକ ଟିମକୁ ହିଁ ଖେଳିବାକୁ ପଡ଼ିବ । ଏଥର ୪ଟିମ୍ ବଢିଯାଇଛି । ଭାରତରେ ହୋଇଥିବା ଗତ ସଂସ୍କରଣରେ ୧୦ଟିମ ଖେଳିଥିଲେ । ଏଥର ମୋଟ୍ ଟିମ୍ ସଂଖ୍ୟା ୧୪କରିଦିଆଯାଇଛି । ପ୍ରାୟ ୫୭ମ୍ୟାଚ୍ ହେବ । ଏଥର ଗ୍ରୁପ ଷ୍ଟେଜ ପରେ ସୁପର-୭ ରାଉଣ୍ଡ ବି ହେବ । ପରେ ସେମିଫାଇନାଲ ହେବ ଯାହାକି ପୂର୍ବରୁ ଗ୍ରୁପ ଷ୍ଟେଜ ପରେ ସିଧା ସେମିଫାଇନାଲ ହେଉଥିଲା ।
ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ ଏକ ସାକ୍ଷାତକାରରେ କହିଛନ୍ତି କି, "ଯଦି ଏହା ସବୁଠାରୁ ବଡ ଇଭେଣ୍ଟ ହେବାକୁ ଯାଉଛି, ତେବେ ଦଳର ଆକାର କିଭଳି ହେବ ? ଗତ ବିଶ୍ୱକପରେ, ୧୫ଜଣ ଖେଳାଳୀଙ୍କୁ ଚୟନରେ ଆମ ସାମ୍ନାରେ ବହୁତ ଦ୍ୱନ୍ଦ୍ୱ ଥିଲା। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସମାନ ପରିସ୍ଥିତିରେ ଥିଲା ଏବଂ ସେମାନଙ୍କର ଅନେକ ଖେଳାଳୀ ଆହତ ହୋଇଥିଲେ। ଆମେ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ କେବଳ ୧୨-୧୩ଜଣ ଖେଳାଳିଙ୍କୁ ଖେଳାଇପାରିବୁ ଯାହା ଫଳରେ ଅନ୍ୟ ଖେଳାଳୀମାନେ ପରେ ଖେଳିପାରିବେ। ଆପଣ ଯେପରି ଚାହିଁବେ ସେପରି ଦଳକୁ ଖେଳିପାରିବେ ନାହିଁ। ଅନେକ ସ୍ଥାନରେ ପରିସ୍ଥିତି ବହୁତ ପରିବର୍ତ୍ତନ ହୁଏ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।