29 JULY 2026

Welcome!

Unlock your personalized experience.
Sign Up

ଅଶ୍ବିନୀଙ୍କ ବଡ଼ ବୟାନ: ‘ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ବୁମରାଙ୍କୁ ଚୟନ କରିବାର ନଥିଲା’

Jul 29, 2026 - 19:29
ଅଶ୍ବିନୀଙ୍କ ବଡ଼ ବୟାନ: ‘ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ବୁମରାଙ୍କୁ ଚୟନ କରିବାର ନଥିଲା’

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ତେବେ ଦଳରେ ଷ୍ଟାର ପେସର ବୋଲର ଜଶପ୍ରିତ୍ ବୁମରା ସ୍ଥାନ ପାଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ । ଦଳରେ କାହିଁକି ବୁମରାଙ୍କୁ ସ୍ଥାନ ଦିଆଗଲା ଯାହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଶ୍ବିନୀ । ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ନିଷ୍ପତ୍ତି ଉପରେ ରଖିଛନ୍ତି ଦୃଢ଼ ପ୍ରତିକ୍ରିୟା ।

ଶ୍ରୀଲଙ୍କାର ପିଚ୍ ସ୍ପିନରଙ୍କୁ ସୁହାଉଥିବାବେଳେ ବୁମରାଙ୍କ ଚୟନ ଉପରେ ଅଶ୍ବିନୀ ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି କି, ଯଦି ବି ବୁମରା ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଖେଳିନଥାନ୍ତେ ତାହେଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିନଥାନ୍ତା । କେବଳ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବୁମରାଙ୍କୁ ଖେଳାଇବା ଉଚିତ୍ । କାରଣ ଆଗକୁ ବଡ଼ ଟୁର୍ଣ୍ଣାମେଣ୍ଟ ରହିଛି । ୨୦୨୭ ବିଶ୍ବକପରେ ଭାରତର ବଡ଼ ଅସ୍ତ୍ର ହେବେ ବୁମରା । ଏଣୁ ତାଙ୍କୁ ଯଥା ସମ୍ଭବ ଚାପ ନଦେବା ଉଚିତ୍ । ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଶ୍ରାମ ଦେବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସୁଯୋଗ ଦେବା ଜରୁରୀ ରହିଥିଲା ।

ଅଶ୍ବିନୀ କହିଛନ୍ତି କି, ବୁମରା ସବୁ ଫର୍ମାଟ୍ରେ ନିୟମିତ ଖେଳୁଥିବାରୁ ତାଙ୍କ ଶରୀର ଉପରେ ଅଧିକ ଚାପ ପଡ଼ୁଛି। ତାଙ୍କ କ୍ୟାରିୟରକୁ ଦୀର୍ଘସ୍ଥାୟୀ କରିବା ପାଇଁ 'ୱାର୍କଲୋଡ୍ ମ୍ୟାନେଜମେଣ୍ଟ' ଅତ୍ୟନ୍ତ ଜରୁରୀ । ଭାରତୀୟ ଦଳକୁ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ଗସ୍ତ ଏବଂ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବାରୁ, ସେଥିପାଇଁ ବୁମରାହାଙ୍କୁ ସର୍ବଦା ଶତ ପ୍ରତିଶତ ଫିଟ୍ ରଖିବା ଦଳର ପ୍ରାଥମିକତା ହେବା ଦରକାର। ଯଦି ଜସପ୍ରୀତ ବୁମରାହାଙ୍କୁ ଏଭଳି ସିରିଜ୍ ଗୁଡ଼ିକରେ ବିଶ୍ରାମ ଦିଆଯାଏ, ତେବେ ଦଳର ଯୁବ ଏବଂ ପ୍ରତିଭାବାନ ପେସ୍ ବୋଲରମାନେ ନିଜର ଦକ୍ଷତା ପ୍ରମାଣ କରିବାର ଭଲ ସୁଯୋଗ ପାଇବେ।

ଏହାସହ ପଢ଼ନ୍ତୁ : ୨୦୨୭ ବିଶ୍ବକପ ଖେଳିବେ ତ ରୋହିତ ? ଗିଲଙ୍କୁ ବଡ଼ ଉପଦେଶ ଦେଲେ କୈଫ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।