29 JULY 2026

Welcome!

Unlock your personalized experience.
Sign Up

Baitarani Flood : ବୈତରଣୀରେ ବନ୍ୟା ! ଦଶରଥପୁର ଜୟନ୍ତରା ଘେରିବନ୍ଧ ଭାଙ୍ଗି ୧୦୦ ଫୁଟର ଘାଇ

Jul 29, 2026 - 15:40
Baitarani Flood : ବୈତରଣୀରେ ବନ୍ୟା ! ଦଶରଥପୁର ଜୟନ୍ତରା ଘେରିବନ୍ଧ ଭାଙ୍ଗି ୧୦୦ ଫୁଟର ଘାଇ

ଯାଜପୁର, ୨୯/୦୭ : ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବା ଫଳରେ ଦଶରଥପୁରରେ ଜୟନ୍ତରା ମହାପାତ୍ର ସାହି ଠାରେ ଘେରି ବନ୍ଧ ଭାଙ୍ଗି ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁର ପ୍ରାୟ ଶତାଧିକ ପରିବାର ଜଳବନ୍ଦୀ ହୋଗଲେଣି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଜୟନ୍ତରାସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଆଶ୍ରୟ ସ୍ଥଳରେ ରଖାଯାଇଛି।

ସେହିପରି ବୈତରଣୀ ମୁଖ୍ୟ ବନ୍ଧ କଟିକଟା ଠାରେ ବନ୍ଧ ବୁଡି ବନ୍ୟାଜଳ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ଉପରେ ବାଲି ବସ୍ତା, ଜରି ପାଲ, ବଲ୍ଲା ପୋତା ଯାଉଥିବା ଦେଖାଯାଇଛି। ଶାଖା ନଦୀ କାଣୀ ଠାରେ କଣ୍ଟାପଡା ମୁକୁଳା ଘାଇ ମୁହଁ ବାଟେ ବନ୍ୟା ଜଳ ଚାଷ ଜମିକୁ ପ୍ରବେଶ କରୁଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି।

ଆହୁରି ପଢନ୍ତୁ- Crop damage : ବନ୍ୟାରେ କେତେ ଚାଷ ଜମି ପ୍ରଭାବିତ, ତୁରନ୍ତ ରିପୋର୍ଟ ଦିଅ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।