୨୦୨୭ ବିଶ୍ବକପ ଖେଳିବେ ତ ରୋହିତ ? ଗିଲଙ୍କୁ ବଡ଼ ଉପଦେଶ ଦେଲେ କୈଫ୍
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୨୦୨୭ ବିଶ୍ବକପ ଖେଳିବେ ତ ? ଦଳରେ ହିଟମ୍ୟାନଙ୍କ ସ୍ଥାନ ଅଛି ତ ? ଯାହାକୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ଚର୍ଚ୍ଚା । ରୋହିତଙ୍କ ଫର୍ମକୁ ନେଇ ପ୍ରଶ୍ନ କରାଯାଉଥିବାବେଳେ ଲର୍ଡ୍ସରେ ଦମଦାର ଶତକ ମାରି ରେକର୍ଡ କରିବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ରୋହିତ । ତଥାପି ସେ ୨୦୨୭ ବିଶ୍ବକପ ଦଳର ସଦସ୍ୟ ହେବେ କି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ନିଜର ୟୁଟ୍ୟୁବ୍ ଚ୍ୟାନେଲ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଦିନିକିଆ ଅଧିନାୟକ ଶୁଭମନ ଗିଲଙ୍କୁ ବଡ଼ ଦେଇଛନ୍ତି ପରାମର୍ଶ । ତାଙ୍କ ମତରେ, ରୋହିତଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଅସ୍ଥିରତାକୁ କେବଳ ଗିଲଙ୍କ ଗୋଟିଏ ସ୍ପଷ୍ଟ ବୟାନ ହିଁ ଦୂର କରିପାରିବ। ଗିଲ୍ ନିଜେ ସାମ୍ନାକୁ ଆସି କହିବା ଉଚିତ୍ ,ଏହାସହ ୨୦୨୭ ବିଶ୍ୱକପ୍ ପାଇଁ ଟିମରେ ରୋହିତ ଶର୍ମା ଆବଶ୍ୟକ କି ନାହାନ୍ତି ଏହା ଉପରେ ନିଜର ମତ ରଖିବା ଉଚିତ୍ । କାରଣ ଟିମ୍ ଚୟନ ଏବଂ ଖେଳାଳିଙ୍କୁ ସମର୍ଥନ କରିବାରେ ଅଧିନାୟକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଣୁ ରୋହିତଙ୍କୁ ନେଇ ଲାଗି ରହିଥିବା ସସେପନ୍ସ ଉପରେ ଗିଲ୍ ଚାହିଁଲେ ପରଦା ହଟାଇ ପାରିବେ ।
ଏହାସହ ଦଳରେ ଅଧିନାୟକଙ୍କ ଭୂମିକା ସମ୍ପର୍କରେ ଉଦାହରଣ ଦେଇଛନ୍ତି । କୈଫ ଭାରତୀୟ କ୍ରିକେଟ ଇତିହାସର ଉଦାହରଣ ଦେଇ କହିଛନ୍ତି ଯେ, ସୌରଭ ଗାଙ୍ଗୁଲି, ଏମ.ଏସ୍. ଧୋନି ଏବଂ ରୋହିତ ଶର୍ମାଙ୍କ ପରି ମହାନ ଅଧିନାୟକମାନେ ସର୍ବଦା ମ୍ୟାଚ୍-ୱିନର୍ ଖେଳାଳି ଏବଂ ଅନୁଭବୀ ଖେଳାଳିମାନଙ୍କୁ ଦୁର୍ବଳ ସମୟରେ ପୂର୍ଣ୍ଣ ସମର୍ଥନ ଦେଇଆସିଛନ୍ତି । ଏହାକୁ ନେଇ କୈଫ କହିଛନ୍ତି କି, ରୋହିତ ଶର୍ମାଙ୍କୁ ନେଇ ଲାଗି ରହିଥିବା ସନ୍ଦେହକୁ ଦୂର କରିବା ପାଇଁ ଅଧିନାୟକ, କୋଚ ଏକ ପ୍ରେସମିଟ କରି ସ୍ପଷ୍ଠତା ଦେବା ଉଚିତ୍ ।
ଏହାସହ ପଢ଼ନ୍ତୁ : ICC Rankings: ଶୁଭମନ ଗିଲ୍ ନମ୍ବର ୱାନ୍ ଦିନିକିଆ ବ୍ୟାଟର, ଟପ୍ ୫ରେ ୩ ଭାରତୀୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।