ବିଲରେ କାମ କରି ଫେରୁଥିଲେ, ନାଳରେ ଭାସିଯାଇ ଚାଷୀ ମୃତ
ଦେବଗଡ, ୨୯।୭ : ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମାଦଳିଆ ଗ୍ରାମ ନିକଟରେ ଅଘଟଣ। ଚାଷକାର୍ଯ୍ୟ ସାରି ଫେରୁଥିବା ବେଳେ ପାହାଡିଆ ନାଳରେ ଭାସି ଯାଇ ଜଣେ ଚାଷୀର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ମାଦଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆପଟ।
ମାଦଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆପଟ। ଚାଷ କାର୍ଯ୍ଯ ସାରି ଗ୍ରାମ ନିକଟସ୍ଥ ମତୁଆଳୀ ନାଳ ପାର କରି ଘରକୁ ଫେରୁଥିଲେ। ବଢି ପାଣିରେ ଭାସି ଯାଇଥିଲେ । ଖବର ପାଇ ବାରକୋଟ ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ମତୁଆଳୀ ନାଳରେ ଖୋଜାଖୋଜି କରାଯାଇଥିଲା। ଖୋଜାଖୋଜି ବେଳେ ଭାସିଥିବା ସ୍ଥାନରୁ କି ଦୂରରେ ଗଛରେ ଲଟକିଥିବା ଅବସ୍ଥାରେ ସଂପୃକ୍ତ ଚାଷୀ ପୂର୍ଣ୍ଣଚନ୍ଦ୍ର ଆପଟଙ୍କ ପାଇଥିଲେ।ଅଗ୍ନିଶମ କର୍ମଚାରୀ ପାଣି ମଧ୍ଯକୁ ଯାଇ ସଂପୃକ୍ତ ମୃତଦେହ ବାହାରକୁ ଆଣିଛନ୍ତି। ବାରକୋଟ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।