New Born Baby: ଶୌଚ ହେବାକୁ ଯାଉଥିଲେ ଯୁବକ, ନଦୀରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିଲେ

Nov 25, 2026 - 12:11
New Born Baby: ଶୌଚ ହେବାକୁ ଯାଉଥିଲେ ଯୁବକ, ନଦୀରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିଲେ

ଆନନ୍ଦପୁର: ଆଜି ସକାଳୁ ଘସିପୁରା ବୈତରଣୀ ନଦୀ କାଳୀଘାଟଠାରେ ଏକ ନବଜାତ ଶିଶୁ ର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।

ଉଦ୍ଧାର ପରେ ନବଜାତ ଶିଶୁଟି ଶିଶୁପୁତ୍ର ବୋଲି ଜଣାପଡିଛି।

Advertisment ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ସୂଚନା ଅନୁଯାୟୀ ସ୍ଥାନୀୟ ଯୁବକ ଗୌରାଙ୍ଗ ପାତ୍ର ନଦୀକୁ ଶୌଚ ହେବାକୁ ଯାଇଥିଲେ।

ଏହି ନବଜାତ ଶିଶୁର ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଖବର କରିଥିଲେ।

ପରେ ସ୍ଥାନୀୟ ଯୁବକମାନେ ନଦୀରୁ ମୃତ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ମୃତ ନବଜାତ ଶିଶୁ ପୁତ୍ର ବୋଲି ଜଣାପଡିଛି।

ଏହିପରି ଘଟଣା ବାରମ୍ବାର ଘଟୁଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଏ ଏବଂ କାହିଁକି ଆଉ କୋଉ ପରିସ୍ଥିତିରେ ଏଭଳି ନିର୍ମମ କାମ କରିଛି ତୁରନ୍ତ ପ୍ରଶାସନ ଏଥିପ୍ରତି ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ଏଥିସହିତ ନିକଟବର୍ତ୍ତୀ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ହେବାକୁ ଆସିଥିବା ପ୍ରମାଣପତ୍ର ଯାଞ୍ଚ କରିଲେ ଦୋଷୀ ଧରାପଡ଼ିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ପୂର୍ବରୁ ମଧ୍ୟ ନବଜାତ ଶିଶୁଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। chief minister mohan charan majhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି: ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)