Nepal Moves to Declare 213 Indians Missing: ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ

Nov 26, 2026 - 12:29
Nepal Moves to Declare 213 Indians Missing: ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ

ନେପାଳରେ ଗତ ଅଗଷ୍ଟ ମାସରେ ଆସିଥିବା ଭୟଙ୍କର ବନ୍ୟା ପରେ ନିଖୋଜ ଥିବା ୨୧୩ ଜଣ ଭାରତୀୟଙ୍କୁ ମୃତ ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନେପାଳ ସରକାର।

ଏଥିପାଇଁ ନିଖୋଜ ଭାରତୀୟଙ୍କ ଏକ ତାଲିକା ଜାରି କରାଯାଇଛି।

ତାଲିକାରେ କୌଣସି ତ୍ରୁଟି ଥିଲେ ତାହାର ସଂଶୋଧନ କିମ୍ବା ନୂଆ ନାଁ ଯୋଡ଼ିବା ପାଇଁ ପରିବାର ସଦସ୍ୟଙ୍କଠାରୁ ଆପତ୍ତି ଓ ପରାମର୍ଶ ମଗାଯାଇଛି।

Advertisment ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ) ରିପୋର୍ଟ ଅନୁଯାୟୀ, ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ନିଜ ୱେବସାଇଟ୍‌ରେ ଏହି ତାଲିକା ପ୍ରକାଶ କରିଛନ୍ତି।

ଏନେଇ ନେପାଳରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ବିବୃତି ଜାରି କରିଛି।

ତାଲିକାକୁ ନେଇ କୌଣସି ଆପତ୍ତି, ଅଭିଯୋଗ କିମ୍ବା ସଂଶୋଧନ ପ୍ରସ୍ତାବ ଥିଲେ ନିଖୋଜ ବ୍ୟକ୍ତିଙ୍କ ପରିବାର ଡିସେମ୍ବର ୨ ତାରିଖ ପୂର୍ବରୁ ଦୂତାବାସ ସହ ଯୋଗାଯୋଗ କରିପାରିବେ।

Advertisment ଏଥିପାଇଁ ପରିବାର ସଦସ୍ୟମାନେ eoikathmandufloodsupport@gmail.com ଇମେଲ୍ ଠିକଣାରେ ଯୋଗାଯୋଗ କରିପାରିବେ।

ଏହାସହ +୯୭୭୯୮୫୧୩୧୬୮୦୭ ନମ୍ବରରେ ଫୋନ୍ ମଧ୍ୟ କରିପାରିବେ।

ଦୂତାବାସର ସୂଚନା ଅନୁଯାୟୀ, ଆପତ୍ତି ଓ ସଂଶୋଧନ ପ୍ରସ୍ତାବ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ନେପାଳ ସରକାର ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ।

ଏହାପରେ ୨୧୩ ଜଣ ଭାରତୀୟଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରାଯିବ।

ପରବର୍ତ୍ତୀ ସମୟରେ ନେପାଳର ସ୍ଥାନୀୟ ପ୍ରଶାସନଠାରୁ ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବାରେ ଭାରତୀୟ ଦୂତାବାସ ସହଯୋଗ କରିବ।

ଏହି ପ୍ରକ୍ରିୟାରେ ପରିବାର ସଦସ୍ୟଙ୍କଠାରୁ ଅଧିକ ତଥ୍ୟ ଓ ଆବଶ୍ୟକ କାଗଜପତ୍ର ମଧ୍ୟ ମଗାଯାଇପାରେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ନେପାଳର ତ୍ରିଶୂଳୀ-ଭୋଟେ କୋଶୀ ନଦୀରେ ଆକସ୍ମିକ ବନ୍ୟା ଆସିଥିଲା।

ଏହି ବନ୍ୟାରେ ଅତି କମ୍‌ରେ ୧,୪୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିବା ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ହିମାଳୟ ସୀମାନ୍ତ ଅଞ୍ଚଳରୁ ଦକ୍ଷିଣ ଦିଗକୁ ପ୍ରବାହିତ ଭୋଟେ କୋଶୀ ନଦୀରେ ବନ୍ୟାଜଳ ମାଡ଼ି ଆସିବାରୁ ଅନେକ ଘର, ଗାଡ଼ି, ରାସ୍ତା ଓ ପୋଲ ଭାସିଯାଇଥିଲା।

ଏହାସହ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)