Nepal Fish: ନେପାଳରୁ ଭାସି ଆସିଲା ‘ଜଳରାକ୍ଷସ’! ଧରିବାକୁ ନଦୀ କୂଳରେ ଲାଗିଲା ଦୌଡ଼

Sep 01, 2026 - 13:38
Nepal Fish: ନେପାଳରୁ ଭାସି ଆସିଲା ‘ଜଳରାକ୍ଷସ’! ଧରିବାକୁ ନଦୀ କୂଳରେ ଲାଗିଲା ଦୌଡ଼

"ନୂଆଦିଲ୍ଲୀ: ନେପାଳରେ ବନ୍ୟାର ତାଣ୍ଡବ...

ଆଉ ବିହାରରେ ନଦୀ କୂଳରେ ମିଳିଲା "ଜଳଦାନବ"!

ମାଛ ଧରିବାକୁ ଲୋକଙ୍କ ଭିଡ଼, ଜାଲ ପକାଇବାକୁ ଲାଗିଲା ପ୍ରତିଯୋଗିତା।

କାରଣ ଯେଉଁ ମାଛ ଜାଲରେ ପଡ଼ୁଛି, ତାହାର ଆକାର ଦେଖି ଲୋକେ ବି ଚକିତ!

୧୦୦ରୁ ୧୫୦ କିଲୋ ଓଜନର ମାଛ ଭାସି ଆସିଥିବା ଦାବି କରାଯାଉଛି ।

ବନ୍ୟା ଆଣିଲା ବିପଦ...

ହେଲେ ନଦୀ କୂଳରେ ମିଳିଲା ଏମିତି ଆଶ୍ଚର୍ଯ୍ୟ, ଯାହା ଦେଖି ଲୋକଙ୍କ  ମଧ୍ୟରେ ଚର୍ଚ୍ଚା ବଢିଲା ।Advertisment ୧୦ କି ୨୦ କିଲୋ ନୁହେଁ...

୫୦ କି ୬୦ କିଲୋ ବି ନୁହେଁ...

କୁହାଯାଉଛି ୧୦୦ରୁ ୧୫୦ କିଲୋ ଓଜନର ବିଶାଳ ମାଛ!

ନେପାଳରେ ପ୍ରଳୟଙ୍କାରୀ ବନ୍ୟା ପରେ ଏବେ ବିହାରର ଗଣ୍ଡକ ନଦୀରେ ଭାସି ଆସୁଛି ବିଶାଳକାୟ ମାଛ।

ନଦୀ କୂଳରେ  ମାଛ ଧରିବାକୁ ଲାଗିଛି ଲୋକଙ୍କ ଭିଡ଼।

କିଏ ଜାଲ ପକାଉଛି, ତ କିଏ ମୋବାଇଲ୍ରେ ଭିଡିଓ କରିବାରେ ବ୍ୟସ୍ତ।

ନେପାଳର ବନ୍ୟା ବିହାରର ମତ୍ସ୍ୟଜୀବୀଙ୍କ ପାଇଁ ଯେପରି ନେଇଆସିଛି ଏକ ଅଜବ ସରପ୍ରାଇଜ୍।

ଗଣ୍ଡକ ନଦୀରେ ଭାସି ଆସୁଥିବା ବିଶାଳ ମାଛକୁ ଧରିବା ପାଇଁ ମତ୍ସ୍ୟଜୀବୀମାନେ ଘଣ୍ଟା ଘଣ୍ଟା ଧରି ଜାଲ ପକାଉଛନ୍ତି।

ଗୋପାଳଗଞ୍ଜର ମଙ୍ଗଳପୁର ଘାଟଠାରୁ ଆରମ୍ଭ କରି ବାଲ୍ମୀକିନଗର ଓ ବଗହା ଅଞ୍ଚଳରେ ଏହାକୁ ନେଇ ବଢ଼ିଛି ଚର୍ଚ୍ଚା।

ଲୋକେ ଆଲୋଚନା କରିଛନ୍ତି ଏତେ ବଡ଼ ମାଛ ଆସିଲା କେଉଁଠୁ?

ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ, କିଛି ମାଛର ଓଜନ ୯୦ କିଲୋରୁ ଆରମ୍ଭ କରି ୧୫୦ କିଲୋ ପର୍ଯ୍ୟନ୍ତ ରହିଛି।

କେତେକ ମାଛକୁ ମୃତ ଅବସ୍ଥାରେ ମଧ୍ୟ ନଦୀ କୂଳରୁ ଉଦ୍ଧାର କରାଯାଇଛି।

ମାଛ ମିଳିବା ଖବର ପ୍ରଚାର ହେବା ପରେ ନଦୀ କୂଳରେ ଭିଡ଼ ବି ବଢ଼ିଛି।

କେହି ମାଛକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି, ତ କେହି ଏହାର ଓଜନ ଓ ପ୍ରଜାତି ଜାଣିବାକୁ ଉତ୍ସୁକ ହେଉଛନ୍ତି।

ବିଶାଳ ମାଛକୁ ଟାଣିବା, ଓଜନ କରିବା ଓ ଗାଡ଼ିରେ ଲଦିବାର ଦୃଶ୍ୟ ମଧ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।

Nepal flood: ନୁୱାକୋଟର ଗୋଟିଏ ଘରୁ ଉଦ୍ଧାର ହେଲା ୨୩ ମୃତଦେହ ପ୍ରବଳ ବନ୍ୟା ସ୍ରୋତରେ ନେପାଳର ନଦୀ ଓ ଜଳାଶୟରୁ ମାଛ ଭାସି ଆସିଥିବା କୁହାଯାଉଛି।

ଭୋଟେକୋଶୀ, ତ୍ରିଶୂଳୀ ଓ ନାରାୟଣୀ ନଦୀ ପ୍ରଣାଳୀ ଦେଇ ପାଣି ଭାରତକୁ ଆସିବା ପରେ ବାଲ୍ମୀକିନଗର ନିକଟରେ ଏହା ଗଣ୍ଡକ ନଦୀରେ ପ୍ରବେଶ କରେ।

ପ୍ରବଳ ସୁଅ ସହ ନଦୀରେ ଭାସି ଆସିଥିବା ମାଛଗୁଡ଼ିକ ଏବେ ବିହାରରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ଗୁଞ୍ଚ କ୍ୟାଟଫିସ୍, ଗ୍ରାସ୍ କାର୍ପ, ରୋହି ଓ ଅନ୍ୟାନ୍ୟ ବଡ଼ ପ୍ରଜାତିର ମାଛ ଭାସି ଆସିଥିବା ଦାବି କରାଯାଉଛି।

ତେବେ ଭାଇରାଲ୍ ଭିଡିଓରେ ଦେଖାଯାଉଥିବା ମାଛର ପ୍ରଜାତି ଓ ଓଜନ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ବିଶେଷଜ୍ଞ ଯାଞ୍ଚ ଆବଶ୍ୟକ।

ନେପାଳର ବନ୍ୟା ଯେଉଁଠି ଅନେକଙ୍କ ପାଇଁ ଦୁଃଖ ଓ ବିପଦ ଆଣିଛି, ସେଠି ବିହାରର ନଦୀ କୂଳରେ ଏହି ବିଶାଳ ମାଛ ପାଲଟିଛି ଚର୍ଚ୍ଚାର ବଡ଼ କାରଣ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)