National Inter-state Athletics: କଳିଙ୍ଗରେ ଆଜିଠୁ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ
"ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ବୁଧବାରଠାରୁ ୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ପ୍ରତିଯୋଗିତା ଆରମ୍ଭ ହେବ।
ଏହି ପାଞ୍ଚ ଦିନିଆ ପ୍ରତିଯୋଗିତାରେ ମୋଟ ୪୫ଟି ପଦକ ଇଭେଣ୍ଟ ଅନୁଷ୍ଠିତ ହେବ।
ଏହା ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଜାପାନର ଆଇଚି ଓ ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ଦଳ ଘୋଷଣା କରାଯିବ।
ଏହି ପ୍ରତିଯୋଗିତାରେ ଭାରତର ଅନେକ ତାରକା ଆଥଲେଟ୍ ନିଜ କ୍ଷମତା ପ୍ରଦର୍ଶନ କରିବେ।
ହର୍ଡଲ୍ସ ତାରକା ଜ୍ୟୋତି ୟାରାଜୀ, ଷ୍ଟିପଲଚେଜ୍ ଖେଳାଳି ପାରୁଲ ଚୌଧୁରୀ ଓ ମଧ୍ୟଦୂରତା ଧାବକ ଗୁଲବୀର ସିଂହ ଦୀର୍ଘ ବ୍ୟବଧାନ ପରେ ଘରୋଇ ପ୍ରତିଯୋଗିତାକୁ ଫେରିବା ଉଲ୍ଲେଖନୀୟ ରହିବ।
ଗୁଲଭୀର ଓ ପାରୁଲ ବିଦେଶରେ ପ୍ରଶିକ୍ଷଣ ନେଉଥିବା ବେଳେ ବର୍ତ୍ତମାନ ଭାରତୀୟ ଦଳରେ ସ୍ଥାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତିଯୋଗିତାରେ ଯୋଗ ଦେବେ।
ଅନ୍ୟପଟେ ଆଘାତ ଜନିତ ସମସ୍ୟାରୁ ମୁକୁଳିବା ପରେ ଜ୍ୟୋତି ପୁଣିଥରେ ଟ୍ରାକ୍କୁ ଫେରୁଛନ୍ତି।
Advertisment Raja Festival: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ ଭାଗନେବେ ୬୩୦ ପ୍ରତିଯୋଗୀ: ଜ୍ୟୋତି ଫେରିବେ, ଅମିମେଷ ଓ ଶ୍ରାବଣୀ ନେବେ ଓଡ଼ିଶାର ନେତୃତ୍ବ ଏସୀୟ କ୍ରୀଡ଼ାରେ ପଦକ ଜିତିବାର ପ୍ରମୁଖ ଦାବିଦାର ସଚିବ ଯାଦବ ଓ ଅଭିନାଶ ସାବଲେ କିନ୍ତୁ ଆଘାତ ଜନିତ ପୁନର୍ବାସ ପ୍ରକ୍ରିୟାରେ ଥିବାରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ।
ତେବେ ଲଙ୍ଗ ଜମ୍ପ ତାରକା ମୁରଲୀ ଶ୍ରୀଶଙ୍କର, ସଟ୍ପୁଟର୍ ତେଜୀନ୍ଦର ପାଲ ସିଂହ ତୁର ଓ ଟ୍ରିମ୍ପଲ ଜମ୍ପର ପ୍ରବୀଣ ଚିତ୍ରଭେଲ କିନ୍ତୁ ନିଜ ନିଜ ଯାଦୁ ଦେଖାଇବେ।
ଏସୀୟ ରିଲେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ମଙ୍ଗଳବାର ଫେରିଥିବା ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଓ ଅନିମେଷ କୁଜୁର ସ୍ଥାନୀୟ ଚ୍ୟାଲେଞ୍ଜ୍ର ନେତୃତ୍ବ ନେବେ।
ଶ୍ରାବଣୀ ୧୦୦ ମିଟର ଏବଂ ଅନିମେଷ ଉଭୟ ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରି "ଦେଶର ଦ୍ରୁତତମ ଧାବକ" ପୁନର୍ବାର ଫେରି ପାଇବାକୁ ଚେଷ୍ଟା କରିବେ।
ଏମାନଙ୍କ ଛଡ଼ା ଜାଭଲିନ୍ ତାରକା କିଶୋର ଜେନା, ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରସାନ୍ତି ସାହୁ ଓ ସବିତା ଟପ୍ପୋଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ପ୍ରତିଯୋଗିତାରେ ମୋଟ ୬୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ ମଙ୍ଗଳବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଦୌଡ଼କୁଦ ମହାସଂଘର ଲଳିତ ଭନୋଟ, କ୍ରୀଡ଼ା ନିର୍ଦ୍ଦେଶକ ବିଜୟ ୟେଦୁଲା, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଦୁଇ ସ୍ଥାନୀୟ ତାରକା ଶ୍ରାବଣୀ ନନ୍ଦ, ଅନିମେଷ କୁଜୁର, ଓଡ଼ିଶା ଅଲିମ୍ପିକ୍ସ ସଂଘର ସଂପାଦକ ଅଭିଜିତ ପାଲ, ହାଇଜମ୍ପର ସାର୍ବେଶ କୁଶାରେ ପ୍ରମୁଖ ଉପସ୍ଥିତ ଥିଲେ।"