nternational Day Against Illicit Drug: ଆନ୍ତର୍ଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ

Jun 26, 2026 - 08:02
nternational Day Against Illicit Drug: ଆନ୍ତର୍ଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ

"ଆଜି ଆନ୍ତର୍ଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ।

ନିଶା ଦ୍ରବ୍ୟ ବା ଡ୍ରଗ୍‌ ସେବନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।

ଚୀନ୍‌ର ଗୁଆଙ୍‌ଦୋଂରେ ଅଫିମ କାରବାରକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଲିନ୍‌ ଜେକ୍‌ସୁଙ୍କ ସ୍ମୃତିରେ ମିଳିତ ଜାତିସଂଘ ୧୯୮୭ ମସିହା ଡିସେମ୍ବର ୭ ତାରିଖରେ ଏକ ସଂକଳ୍ପ ଗ୍ରହଣ କରି ଏହି ଦିବସକୁ ସ୍ବୀକୃତି ଦେଇଥିଲା।

ତଦନୁଯାୟୀ, ନିଶା ସେବନର ବିପତ୍ତି ବାବଦରେ ସଚେତନତା ବିସ୍ତାର ପାଇଁ ୧୯୮୯ ମସିହାରୁ ପ୍ରତି ବର୍ଷ ଜୁନ୍‌ ୨୬ ତାରିଖରେ ବିଶ୍ବର ଲକ୍ଷ ଲକ୍ଷ ଲୋକ ଓ ସଂଗଠନ ଅଂଶଗ୍ରହଣ କରି ଏହି ଦିବସର ପ୍ରଚାର ଓ ପ୍ରସାର କରି ଆସୁଛନ୍ତି।Advertisment Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଏଥିସହିତ ନିଶାଦ୍ରବ୍ୟ ସେବନ ତ୍ୟାଗ କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରାଯାଉଛି।

ସେମାନଙ୍କର ଚିକିତ୍ସା ଓ ପରାମର୍ଶ ପାଇଁ କିଛି ଅର୍ଥରାଶି ପ୍ରଦାନ ସହିତ ଅଧିକ ପ୍ରଭାବଶାଳୀ ନିଶାମୁକ୍ତି କେନ୍ଦ୍ରର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ସର୍ବୋପରି ବିଶ୍ବରୁ ନିଶାଦ୍ରବ୍ୟର ମୂଳୋତ୍ପାଟନ ନିମିତ୍ତ ସମସ୍ତଙ୍କୁ ଏକାଠି ହେବା ପାଇଁ ଏହି ଦିବସ ପାଳନ ପ୍ରେରଣା ଯୋଗାଇଥାଏ।

ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରଖାଯାଇଛି "ବିଶ୍ବ ଡ୍ରଗ୍‌ ସମସ୍ୟା: ନିଶ୍ଚଳ ଜଟିଳତା, ନୂଆ ଆହ୍ବାନ, ଅଭିନବ ପ୍ରତିକାର"।

Horoscope 2026 June 26: ଜାଣନ୍ତୁ ଆଜିର ରାଶିଫଳ..."