Accident: ଟ୍ରକକୁ ଧକ୍କା ଦେଲା ସପୁରୀ ବୋଝେଇ ପିକଅପ, ଡ୍ରାଇଭର ଗୁରୁତର

Jun 26, 2026 - 08:42
Accident: ଟ୍ରକକୁ ଧକ୍କା ଦେଲା ସପୁରୀ ବୋଝେଇ ପିକଅପ, ଡ୍ରାଇଭର ଗୁରୁତର

"ଖନ୍ତାପଡ଼ା: ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାଲେଶ୍ୱର ପେଟ୍ରୋଲ ପମ୍ପ  ସମ୍ମୁଖରେ ଆଜି ସକାଳେ ଏକ ଟ୍ରକକୁ ସପୁରୀ ବୋଝେଇ ପିକଅପ ଧକ୍କା ଦେଇଛି।

ସୂଚନା ମୁତାବକ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ସପୁରୀ ବୋଝେଇ ପିକଅପ (ଓଡ଼ି ୦୭-ଏଭି-୬୯୯୨) ଆଗରେ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକ ( ଓଡ଼ି୦୪ଡି୦୧୧୭) କୁ ପଛପଟୁ ଧକ୍କା  ଦେଇଥିଲା।Advertisment ଆହୁରି ପଢ଼ନ୍ତୁ: Accident: ପିକଅପ୍ ସହ ଟ୍ରକ୍ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ ଫଳରେ ପିକଅପରେ ଥିବା ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଗାଡ଼ିରେ ଚାପି ହୋଇ ରହିଯାଇଥିଲେ।

ଘଟଣାସ୍ଥଳରେ ଏନଏଚ ପେଟ୍ରୋଲିଂ ପୋଲିସ ଓ ବାହାନଗା ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ କଟର ମେସିନରେ ଗାଡିକୁ କାଟି ଗୁରୁତର ଡ୍ରାଇଭରକୁ ବାହାର କରାଯାଇଥିଲା।ପରେ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଗୁରୁତର ଡ୍ରାଇଭରକୁ ରେମୁଣା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।"