Naseer Khan Maroofkhil: ପଦାର୍ପଣ ମ୍ୟାଚ୍‌ରେ ଅକ୍ତିଆର କଲେ ୭ ୱିକେଟ୍‌, ଏହି ଖେଳାଳି ମାରିଲେ ଶତକ

Nov 18, 2026 - 17:45
Naseer Khan Maroofkhil: ପଦାର୍ପଣ ମ୍ୟାଚ୍‌ରେ ଅକ୍ତିଆର କଲେ ୭ ୱିକେଟ୍‌, ଏହି ଖେଳାଳି ମାରିଲେ ଶତକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେ୍ଷ୍ଟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାକୁ ଜିମ୍ବାୱେ ଅନ୍ତିମ ସମୟରେ ବିଜୟ ହାସଲ କରିଛି।

୪୧୮ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଫଗାନିସ୍ତାନ ଶାରଜା ଷ୍ଟାଡିୟମରେ ବହୁତ ଲଢ଼ିଥିଲା।

ଏହା ସତ୍ତ୍ବେ ନିରାଶ ହେବାକୁ ପଡ଼ିଛି।

ଆଫଗାନିସ୍ତାନ ପାଇଁ ଅଷ୍ଟମ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ନସୀର ମାରୁଫଖିଲ ଶତକ ହାସଲ କରିଥିଲେ।

ସେ ୨୪୨ ବଲ୍‌ ସାମ୍ନା କରିଥିଲେ ଏବଂ ୧୦୧ ରନ୍‌ ସଂଗ୍ରହ କରିଥିଲେ।

ମାରୁଫଖିଲ ଅପରାଜିତ ରହିଥିଲେ।

Advertisment ୨୦ ବର୍ଷୀୟ ନସୀର ଖାନ ମାରୁଫଖିଲ ବାମହାତୀ ସ୍ପିନର ସହିତ ଡାହାଣହାତୀ ବ୍ୟାଟର।

ଏହା ତାଙ୍କର ପଦାର୍ପଣ ମ୍ୟାଚ୍‌ ଥିଲା।

ସେ ଜିମ୍ବାୱେର ପ୍ରଥମ ପାଳିରେ ୭ ୱିକେଟ ନେଇଥିଲେ।

ଆଫଗାନିସ୍ତାନ ପାଇଁ ୪୪ ଓଭର ବୋଲିଂ କରିଥିଲେ।

ଏଥିରୁ ୧୨ ଓଭର ମେଡେନ ହାସଲ କରିଥିଲେ।

ମ୍ୟାଚ୍‌ର ଦ୍ବିତୀୟ ଇନିଂସରେ ସେ ୩୭ ଓଭର ବୋଲିଂ କରିଥିଲେ।

୬ ଓଭର ମେଡେନ ନେବା ସହିତ ୨ଟି ୱିକେଟ ଅକ୍ତିଆର କରିଥିଲେ।

ଟେଷ୍ଟ କ୍ରିକେଟ୍‌ରେ ଦ୍ବିତୀୟ ଘଟଣା ନସୀର ଖାନ ମାରୁଫଖିଲ ପଦାର୍ପଣ ଟେଷ୍ଟ ମ୍ୟାଚ୍‌ରେ ୫ ୱିକେଟ ଅକ୍ତିଆର କରିବା ସହିତ ଶତକ ହାସଲ କରିଥିଲେ।

ପାଖାପାଖି ୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ସେ ଏହି ଭଳି ଦ୍ବିତୀୟ କ୍ରିକେଟର ହୋଇପାରିଛନ୍ତି, ଯିଏକି ପଦାର୍ପଣ ମ୍ୟାଚରେ ଏଭଳି କୀର୍ତ୍ତି ରଖିପାରିଛନ୍ତି।

ଏହି ତାଲିକାରେ ଏକମାତ୍ର ଅନ୍ୟ ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ବ୍ରୁସ ଟେଲର, ଯିଏକି ୧୯୬୫ରେ ଭାରତ ବିପକ୍ଷରେ କୋଲକାତାରେ ପଦାର୍ପଣ କରିଥିଲେ।

ସେ ବ୍ୟାଟିଂ ସମୟରେ ୧୦୫ ରନ୍‌ କରିଥିଲେ ଏବଂ ବୋଲିଂ ସମୟରେ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ।

Cricket: ଜିମ୍ବାୱେକୁ ମୂଳପୋଛ କଲା ଭାରତ ହାରିଗଲା ଆଫଗାନିସ୍ତାନ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଡ୍ର ହୋଇଥିଲା।

ଗତ ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ମ୍ୟାଚରେ ଜିମ୍ବାୱେ ବିଜୟ ହାସଲ କରିଛି।

ପ୍ରଥମ ପାଳିରେ ୩୩୯ ରନ୍‌ ସଂଗ୍ରହ କରିବା ପରେ ଜିମ୍ବାୱେ ଆଫଗାନିସ୍ତାନକୁ ୨୧୭ ରନ୍‌ରେ ଅଟକାଇଥିଲା।

ଦ୍ବିତୀୟ ପାଳିରେ ଜିମ୍ବାୱେ ୯ ୱିକେଟ ହରାଇ ୨୯୫ ରନ୍‌ ସଂଗ୍ରହ ସହିତ ଇନିଂସ ଘୋଷଣା କରିଥିଲା।

ଏହି ଭଳି ଭାବରେ ଆଫଗାନିସ୍ତାନକୁ ୪୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଆଫଗାନିସ୍ତାନ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିଲା।

ଦଳ ଦ୍ବିତୀୟ ଇନିଂସରେ ୩୬୦ ରନ୍‌ରେ ସମସ୍ତ ୱିକେଟ ହରାଇ ଥିଲା।

ଏଥି ସହିତ ୫୭ ରନ୍‌ରେ ପରାସ୍ତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)