Cyclone Akvan Alert: ବାତ୍ୟା ଅକୱାନ ଆଲର୍ଟ: ୭ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା, କେଉଁଠି କେତେ ଦିନ ବନ୍ଦ?

Nov 18, 2026 - 17:46
Cyclone Akvan Alert: ବାତ୍ୟା ଅକୱାନ ଆଲର୍ଟ: ୭ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା, କେଉଁଠି କେତେ ଦିନ ବନ୍ଦ?

ବାତ୍ୟା 'ଅକୱାନ'କୁ ନେଇ ବଢ଼ିଲା ସତର୍କତା।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆଗୁଆ ପଦକ୍ଷେପ ନିଆଯାଇଛି।

Advertisment ସୂଚନା ଅନୁସାରେ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି।

ତେବେ ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ଅନ୍ୟ ୬ଟି ଜିଲ୍ଲାରେ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ରହିବ।

ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ବର୍ଷା ଯୋଗୁଁ ପିଲାମାନେ ଯେପରି କୌଣସି ବିପଦର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ବିଶେଷକରି ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପ୍ରସ୍ତୁତି ଉପରେ ମଧ୍ୟ ନଜର ରଖାଯାଇଛି।

Advertisment ତେବେ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ଦୁଇ ଦିନ ପାଇଁ ଲାଗୁ ହେବ ।

ଜିଲ୍ଲାପାଳମାନେ ପରିସ୍ଥିତିକୁ ଦେଖି ଛୁଟି ବୃଦ୍ଧି କରିପାରିବେ ।

ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ଓ ପରାମର୍ଶ ଉପରେ ନଜର ରଖନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)