‘Prajna Prerana’ Workshop ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 'ପ୍ରଜ୍ଞା ପ୍ରେରଣା' କର୍ମଶାଳା ଆୟୋଜିତ
ଭୁବନେଶ୍ୱର: ଆଜି (ବୁଧବାର) ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ 'ପ୍ରଜ୍ଞା ପ୍ରେରଣା : ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ଵୟନ କର୍ମଶାଳା'ର ଦ୍ଵିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନସିଲ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ।
Advertisment India: ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏସିଆରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ କର୍ମଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ନିଜର ଅଭିଭାଷଣରେ ସେ କହିଥିଲେ, ଆମ ସରକାର ଆସିବା ପରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ପ୍ରଣୟନ କରାଯାଇଛି।
ଜାତୀୟ ଶିକ୍ଷା ନୀତି ଆଧାରରେ ସ୍ନାତକ ପାଠ୍ୟକ୍ରମରେ Multiple Entry & Exit ବ୍ୟବସ୍ଥା ରହିବା ସହ ପାଠ୍ୟକ୍ରମକୁ Multidisciplinary କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି।ସ୍ନାତକ ପାଠ୍ୟକ୍ରମରେ Value Added Course, Skill Enhancement Course ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।
ଏଥିସହ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ୧ ଲକ୍ଷ ୬୦ ହଜାର ୭୦୭ ଜଣ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି।
Department of Higher Education: ଉଚ୍ଚଶିକ୍ଷା ବିଭାଗର ଅଭିନବ ପ୍ରୟାସ: ୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ରାଜ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଇ ରାଜ୍ୟ ସ୍ତରରେ ଶ୍ରେଷ୍ଠତା ହାସଲ କରିଥିବା ୧୦ ଟି ପ୍ରକଳ୍ପକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି।
ରାଜ୍ୟରେ ଏକ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ 'ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା' ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ଉଚ୍ଚଶିକ୍ଷା ବିଭାଗର କଠୋର ନିଷ୍ପତ୍ତି: ପିଲା କମ୍ ଥିଲେ କଲେଜ ବନ୍ଦ ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ, ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ଏକ ଗୁଣାତ୍ମକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ରହୁଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଜିର କର୍ମଶାଳାରେ ସବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ପ୍ରଫେସର ଏମ୍.
ଜଗଦୀଶ କୁମାର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ବିଦ୍ୟା ଭାରତୀ ଉଚ୍ଚଶିକ୍ଷା ସଂସ୍ଥାନର ସାଙ୍ଗଠନିକ ସମ୍ପାଦକ କେ.ଏନ୍.
ରଘୁନନ୍ଦନ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
