Odisha Police SI Exam: ଡିସେମ୍ବର ୨୬ରେ SI ପରୀକ୍ଷା; ଓଟିଭିକୁ ବଡ଼ ସୂଚନା ଦେଲେ OUSSSC ଅଧ୍ୟକ୍ଷ
ପୋଲିସ ସବ୍ଇନ୍ସପେକ୍ଟର୍ (SI) ପରୀକ୍ଷାକୁ ନେଇ ବଡ଼ ଖବର।
ଡିସେମ୍ବର ୨୬ ଓ ୨୭ ତାରିଖରେ ପରୀକ୍ଷା ଆୟୋଜନ କରାଯିବ।
ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ OUSSSC ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।
କେଉଁ ଦିନ କେଉଁ ପେପର୍ର ପରୀକ୍ଷା ହେବ ଏବଂ କେତେ ସମୟ ଚାଲିବ, ସେ ସମ୍ପର୍କରେ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
Advertisment ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ।
ପ୍ରଥମ ସିଟିଂରେ ଲାଙ୍ଗୁଏଜ୍ ବା ଭାଷା ପେପର୍ର ପରୀକ୍ଷା ଦେବେ ପ୍ରାର୍ଥୀ।
ଏହା ସକାଳ ୧୦ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।
ଅର୍ଥାତ୍ ଏହି ପେପର୍ ପାଇଁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ସମୟ ମିଳିବ।
ସେହିଦିନ ଦ୍ୱିତୀୟ ସିଟିଂରେ ଜେନେରାଲ୍ ଷ୍ଟଡିଜ୍ ବା ସାଧାରଣ ଅଧ୍ୟୟନ ପେପର୍ର ପରୀକ୍ଷା ହେବ।
ଏହି ପରୀକ୍ଷା ଅପରାହ୍ନ ୧ଟା ୩୦ ମିନିଟ୍ରେ ଆରମ୍ଭ ହୋଇ ୪ଟା ୩୦ ମିନିଟ୍ରେ ଶେଷ ହେବ।
ଜେନେରାଲ୍ ଷ୍ଟଡିଜ୍ ପେପର୍ ପାଇଁ ମୋଟ ତିନି ଘଣ୍ଟା ସମୟ ରହିବ।
Advertisment ୨୭ରେ କେବଳ ଷ୍ଟେସନ୍ ଅଫିସର୍ ପଦ ପାଇଁ ପରୀକ୍ଷା ଡିସେମ୍ବର ୨୭ ତାରିଖରେ କେବଳ ଷ୍ଟେସନ୍ ଅଫିସର୍ (ଫାୟାର୍ ସର୍ଭିସ୍) ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।
ବିଜ୍ଞାନ ପୃଷ୍ଠଭୂମି ଥିବା ସମ୍ପୃକ୍ତ ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ।
ଏହା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।
ତେଣୁ ୨୭ ତାରିଖର ପରୀକ୍ଷା ସମସ୍ତ SI ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।
ଷ୍ଟେସନ୍ ଅଫିସର୍ (ଫାୟାର୍ ସର୍ଭିସ୍) ପଦ ପାଇଁ ସମ୍ପୃକ୍ତ ପ୍ରାର୍ଥୀମାନେ ଏହି ପେପର୍ରେ ଅଂଶଗ୍ରହଣ କରିବେ।
ବଡ଼ ଘୋଷଣା; ଡିସେମ୍ବର ୨୬,୨୭ରେ ହେବ ପୋଲିସ SI ପରୀକ୍ଷା...
ଏନେଇ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ OUSSSC ଅଧକ୍ଷ...
୨୬ ତାରିଖ ପ୍ରଥମ ସିଟିଂରେ ଲାଙ୍ଗୁଏଜ ପରୀକ୍ଷା, ସକାଳ ୧୦ରୁ ସାଢ଼େ ୧୧....
୨୬ରେ ଦ୍ୱିତୀୟ ସିଟିଂ ଜେନେରାଲ ଷ୍ଟଡିଜ; ସାଢ଼େ ୧ରୁ ସାଢ଼େ ୪ଟା....
୨୭ରେ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍) ପରୀକ୍ଷା...
ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ...
୨୭ ତାରିଖ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
