Murder: ପୁଣେରେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ବାଗ୍ଦତ୍ତା ଓ ପ୍ରେମିକଙ୍କୁ ପଚରାଉଚରା
"ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଥିବା କେତନ ଅଗ୍ରୱାଲ ହତ୍ୟାକାଣ୍ଡର ତଦନ୍ତ ଆଗକୁ ବଢ଼ୁଛି।
ପୁଲିସ ଏହି ମାମଲାରେ କେତନଙ୍କ ବାଗ୍ଦତ୍ତା ସିୟା ଗୋୟଲ ଓ ତାଙ୍କ କଥିତ ପ୍ରେମିକ ଚେତନ ଚୌଧୁରୀଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିଛି।
ଦୁହିଁଙ୍କ ବୟାନରେ ଥିବା ଅସଙ୍ଗତି ଓ ଘଟଣାକ୍ରମକୁ ସ୍ପଷ୍ଟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପୁଲିସ କହିଛି।Advertisment ପ୍ରାଥମିକ ତଦନ୍ତ ଅନୁସାରେ, କେତନ ଅଗ୍ରୱାଲ ଓ ସିୟା ଗୋୟଲଙ୍କ ବିବାହ ନିଶ୍ଚିତ ହୋଇଥିଲା।
ଉଭୟଭ୍କର ନିର୍ବନ୍ଧ ବି ସରିଥିଲା।
କିନ୍ତୁ ପୂର୍ବରୁ ସିୟାଙ୍କ ସହ ଚେତନ ଚୌଧୁରୀଙ୍କ ଘନିଷ୍ଠ ପ୍ରେମ ସମ୍ପର୍କ ଥିଲା।
ଏହି ପ୍ରେମ ସମ୍ପର୍କ ହତ୍ୟାର ପ୍ରମୁଖ କାରଣ ବୋଲି ପୁଲିସ ସନ୍ଦେହ କରୁଛି।
ତଦନ୍ତକାରୀ ଅଧିକାରୀମାନେ ଉଭୟଙ୍କ ମୋବାଇଲ ଫୋନ୍, କଲ୍ ରେକର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି।
ଘଟଣାଟି ପୁଣେ ନିକଟସ୍ଥ ଲୋହଗଡ଼ ଦୁର୍ଗ ଅଞ୍ଚଳରେ ଘଟିଥିଲା।
ସେଠାରେ କେତନଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ମିଳିଥିଲା।
Ketan Agarwal:କେତନ ଅଗ୍ରୱାଲ ହତ୍ୟା ମାମଲା: ୩୩ ଡିଗ୍ରି ଗରମରେ ହୁଡ଼ି ପିନ୍ଧାରୁ ମିଳିଲା ହତ୍ୟାର ସୁରାକ ପ୍ରଥମେ ଏହା ଏକ ଦୁର୍ଘଟଣା ଭଳି ଲାଗୁଥିଲେ ମଧ୍ୟ, ପରବର୍ତ୍ତୀ ତଦନ୍ତରେ ହତ୍ୟାର ସନ୍ଦେହ ଦୃଢ଼ ହୋଇଥିଲା।
ପୁଲିସ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଛି।
ଅଧିକାରୀମାନଙ୍କ କହିବା ଅନୁସାରେ, ସାମ୍ନାସାମ୍ନି ପଚରାଉଚରା ବେଳେ ସିୟା ଓ ଚେତନଙ୍କ ବୟାନରେ କେତେକ ଗୁରୁତ୍ୱପୂର୍ଣ୍ଣ ତଫାତ ଦେଖାଯାଇଛି।
ଫରେନ୍ସିକ ରିପୋର୍ଟ, ଡିଜିଟାଲ ପ୍ରମାଣ ଓ ପଚରାଉଚରାରୁ ମିଳୁଥିବା ତଥ୍ୟକୁ ମିଶାଇ ପୁଲିସ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଉଦ୍ଘାଟନ କରିବାକୁ ଚେଷ୍ଟା କରୁଛି।
"