Passport: ପାସ୍ପୋର୍ଟ ଫି’ରେ ବୃଦ୍ଧି, ଜୁଲାଇ ୧ରୁ ଲାଗୁ ହେବ
"ନୂଆଦିଲ୍ଲୀ: ପାସ୍ପୋର୍ଟ ଲାଗି ଆବେଦନ କରିବାକୁ ହେଲେ ଆସନ୍ତା ଜୁଲାଇ ୧ରୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍ପୋର୍ଟ ସମ୍ପର୍କିତ ଫି ବୃଦ୍ଧି କରାଯାଇଛି।
ଏକ ୩୬ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟ ପାଇଁ ଫି ୨୫୦୦ ଟଙ୍କା ଓ ତତ୍କାଳ ଫିକୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ପାସ୍ପୋର୍ଟ ନିୟମ ୧୯୮୦ରେ ଆବଶ୍ୟକ ସଂଶୋଧନ କରି ଫି" ବଢ଼ାଯାଇଛି।Advertisment ନୂଆ ନିୟମ ଅନୁସାରେ ୬୦ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟ ପାଇଁ ୩୫୦୦ ଟଙ୍କା ଓ ତତ୍କାଳ ଫି ୬୦୦୦ ଟଙ୍କା ଦେବାକୁ ପଡ଼ିବ।
ତେବେ ୩୬ ପୃଷ୍ଠା ବିଶିଷ୍ଟ ହଜି ଯାଇଥିବା ପାସ୍ପୋର୍ଟ କିମ୍ବା ନଷ୍ଟ ହୋଇଯାଇଥିବା ପାସ୍ପୋର୍ଟକୁ ବଦଳାଇବା ପାଇଁ ରହିଥିବା ଫି ୫୦୦୦ ଟଙ୍କା ଓ ତତ୍କାଳ ଫି ୭୫୦୦ ଟଙ୍କା ହୋଇଛି।
୬୦ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟକୁ ବଦଳାଇବା ପାଇଁ ଫି ୬୦୦୦ ଟଙ୍କା ଓ ତତ୍କାଳରେ ଫି ୮୫୦୦ ଟଙ୍କା କରାଯାଇଛି।
ଅପ୍ରାପ୍ତବୟସ୍କଙ୍କ ପାସ୍ପୋର୍ଟ ବଦଳାଇବାକୁ ହେଲେ ୩୬ ପୃଷ୍ଠାର ପାସ୍ପୋର୍ଟ ପାଇଁ ୪୨୫୦ ଟଙ୍କା ଓ ତତ୍କାଳରେ ୬୭୫୦ ଟଙ୍କା ଫି ଦେବାକୁ ପଡ଼ିବ।
Election: ବିଶ୍ବଶର୍ମାଙ୍କ ପତ୍ନୀଙ୍କ ପାଖରେ ତିନିଟି ପାସପୋର୍ଟ: କଂଗ୍ରେସ ପୁଲିସ ଅନୁମୋଦନ ସାର୍ଟିଫିକେଟ୍, ସମର୍ପଣ ସାର୍ଟିଫିକେଟ୍, ଗ୍ଲୋବାଲ୍ ଏଣ୍ଟ୍ରି ପ୍ରୋଗ୍ରାମ୍ ଯାଞ୍ଚ ଓ ଅନ୍ୟାନ୍ୟ ସାର୍ଟିଫିକେଟ୍ ଫିକୁ ୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ପରିଚୟ ସାର୍ଟିଫିକେଟ୍ ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ।
ବିଦେଶରେ ଜରୁରୀକାଳୀନ ସାର୍ଟିଫିକେଟ୍ ଫି ୧୫ ଡଲାର ଓ ପରିଚୟ ସାର୍ଟିଫିକେଟ୍ ଫି ୫୦ ଡଲାର ଧାର୍ଯ୍ୟ ହୋଇଛି।
ଏହି ସେବା ପାଇଁ ତତ୍କାଳ ସୁବିଧା ମିଳିବ ନାହିଁ।
ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରାପ୍ତବୟସ୍କଙ୍କ ପାସ୍ପୋର୍ଟ ୧୦ ବର୍ଷ ପର୍ଯ୍ୟନ୍ତ ଏବଂ ଅପ୍ରାପ୍ତବୟସ୍କଙ୍କ ପାସ୍ପୋର୍ଟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବୈଧ ରହିବ।
"