Murder: ପ୍ରେମିକର ନାରକୀୟ କାଣ୍ଡ: ପେଟ୍ରୋଲ୍ ଢାଳି ଯୁବତୀଙ୍କୁ ଜାଳିଦେଲା, ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ
"ରାଉରକେଲା/ବିଶ୍ରା: ଏକତରଫା ପ୍ରେମରେ ବିଫଳ ହେବାରୁ ନାରକୀୟ କାଣ୍ଡ ଭିଆଇଛି ପ୍ରେମିକ।
ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଜଣେ ଯୁବତୀ ଘରେ ଏକୁଟିଆ ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ଅଭିଯୁକ୍ତ।
ପେଟ୍ରୋଲ ନିଆଁରେ ଘର ଆସବାବପତ୍ର ସହ ଜଳିଯାଇଥିଲେ ଯୁବତୀ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ଓ ପରେ ୨୦୦ କିମି ଦୂର ସମ୍ବଲପୁର ବୁର୍ଲାକୁ ନିଆଯାଇଥିଲା।
ସେଠାରେ ବେଡ୍ ନ ମିଳିବାରୁ ପୁଣି ରାଉରକେଲା ଅଣାଯାଇ ଜେପି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Advertisment Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ଯାହାଫଳରେ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଯୁବତୀଜଣକ ବିନା ଚିକିତ୍ସାରେ ଆମ୍ବୁଲାନ୍ସ ଷ୍ଟ୍ରେଚର୍ରେ ପଡ଼ି ଛଟପଟ ହୋଇଥିଲେ।
ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳିଯାଇଛି।
ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଛି।
ଏଭଳି କାଣ୍ଡ ଭିଆଇଥିବା ପ୍ରେମିକ ରଜତ କିରୋକୁ ପୁଲିସ ଗିରଫ କରିଛି।
ଯୁବତୀଙ୍କ ପିତାମାତା ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ପୁଲିସ ମାମଲା ରୁଜୁ କରିଛି।
ପ୍ରେମ ନା ଅନ୍ୟ କୌଣସି ଘଟଣାରୁ ରଜତ ଏଭଳି ଅମାନବୀୟ କାଣ୍ଡ ଭିଆଇଛି ତା"ର ତଦନ୍ତ ଚାଲିଛି।
ଡାକ୍ତରଖାନାରେ ମିଳିଲାନି ବେଡ୍, ଆମ୍ବୁଲାନ୍ସରେ ୧୨ ଘଣ୍ଟା ଛଟପଟଅଭିଯୁକ୍ତ ପ୍ରେମିକ ରଜତ କିରୋ ଗିରଫମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସୂଚନା ମୁତାବକ ଅଭିଯୁକ୍ତ ରଜତ ଯୁବତୀଙ୍କୁ କୁଆଡ଼େ ଏକତରଫା ପ୍ରେମ କରୁଥିଲା।
ତାର ବାରମ୍ବାର ପ୍ରେମ ନିବେଦନକୁ ଯୁବତୀଜଣକ ପ୍ରତ୍ୟାଖ୍ୟାନ କରୁଥିଲେ।
ଗତକାଲି ପ୍ରେମ ପ୍ରସ୍ତାବକୁ ଯୁବତୀ ପୁଣି ପ୍ରତ୍ୟାଖ୍ୟାନ କରିବାରୁ ସେ ରାଗରେ ରକ୍ତ ଚାଉଳ ଚୋବାଇଥିଲା।
ଗତକାଲି ରାତି ପ୍ରାୟ ୧୧ଟାରେ ଯୁବତୀ ଘର ବନ୍ଦ କରି ଶୋଇଥିଲେ।
ଆଜବେଷ୍ଟସ୍ ଘରେ ଅସହ୍ୟ ଗରମ ହେଉଥିବାରୁ ଝରକା ଖୋଲି ଦେଇଥିଲେ।
ଏହାର ସୁଯୋଗ ନେଇ ଅଧରାତିରେ ରଜତ ସେଠାରେ ପହଞ୍ଚିଥିଲା।
ଝରକା ବାଟେ ପେଟ୍ରୋଲ ଢାଳିଥିଲା।
ପରେ ଦିଆସିଲ୍ରେ ନିଆଁ ଲଗାଇ ସେଠାରୁ ଦୌଡ଼ି ପଳାଇଥିଲା।
ଯୁବତୀ ଜଣକ ଶୋଇପଡ଼ିଥିବାରୁ ପେଟ୍ରୋଲ ଢଳାଯାଇଥିବା ଏବଂ ନିଆଁ ଲାଗିଥିବା ସଂପର୍କରେ କିଛି ଜାଣି ପାରିନଥିଲେ।
Attack In Pakistan: କରାଚିରେ ବଡ଼ ଆତ୍ମଘାତୀ ଆକ୍ରମଣ, ୪ଜଣଙ୍କ ମୃତ୍ୟୁ ହଠାତ୍ ନିଆଁ ଘର ଚତୁଃପାର୍ଶ୍ବରେ ବ୍ୟାପିଯିବାରୁ ସେ ଆଉ ଘରୁ ବାହାରି ପାରିନଥିଲେ।
ନିଆଁରେ ପୋଡ଼ି ହୋଇ ଚିତ୍କାର କରୁଥିବା ଯୁବତୀ ଓ ଘର ଜଳୁଥିବା ଦେଖି ପାଖ ପଡ଼ୋଶୀ ଏବଂ ପରିବାର ଲୋକ ପ୍ରାୟ ଦେଢ଼ଘଣ୍ଟା ପରିଶ୍ରମ କରି ନିଆଁକୁ କାବୁ କରିିଥିଲେ।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଆର୍ଜିଏଚ୍କୁ ଆଣିଥିଲେ।
ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ପରିବାର ଲୋକ ଝିଅକୁ ଧରି ଭୋର୍ ପ୍ରାୟ ୫ଟାରେ ବୁର୍ଲାରେ ପହଞ୍ଚିଥିଲେ ହେଁ ବେଡ୍ ମିଳିନଥିଲା।
ବେଡ୍ଟିଏ ଯୋଗାଇ ଦେବାକୁ ଡାକ୍ତରଖାନାରେ କର୍ମଚାରୀଙ୍କୁ ଯେତେ କାକୁତିମିନତି ହୋଇଥିଲେ ସୁଦ୍ଧା କେହି ଶୁଣି ନଥିଲେ। ବେଡ୍ ନାହିଁ କହି ଫେରାଇ ଦିଆଯାଇଥିଲା।
ପରିବାର ଲୋକ କିଛି ଉପାୟ ନ ପାଇ ପୁଣି ୨୦୦ କିମି ଦୂର ରାଉରକେଲା ଫେରିଥିଲେ ଏବଂ ଦିନ ପ୍ରାୟ ୧୦ଟାରେ ଜେପି ହସ୍ପିଟାଲ୍ରେ ଝିଅକୁ ଭର୍ତ୍ତି କରିଥିଲେ।
ବିନା ଚିକିତ୍ସାରେ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଛଟପଟ ହୋଇଥିବା ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।"