ଓଟିଏସ୍ ଅଧିକାରୀ ଭୀମସେନ ଚାକିରିରୁ ବହିଷ୍କୃତ
ଭୁବନେଶ୍ୱର: ନବନିଯୁକ୍ତ ଓଡ଼ିଶା ଟାକ୍ସେସନ୍ ଏବଂ ଆକାଉଣ୍ଟସ ସର୍ଭିସ୍ (ଓଟିଏସ୍) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ଏହାସହ ଶ୍ରୀ ଟୁଡୁ ଭବିଷ୍ୟତରେ ବି ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି କୁହାଯାଇଛି।
ଚନ୍ଦ୍ରିକା ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭବିଷ୍ୟତରେ ବି ଆଉ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେନି
ସୂଚନାଯୋଗ୍ୟ୍ୟ, ନୂଆ କରି ଓଟିଏସ୍ ପାଇଥିବା ଶ୍ରୀ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଂ ସମୟରେ ଜୁନ୍ ୪, ୨୦୨୬ରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମି ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ସେ ଯୋଗ ଦେଇନଥିଲେ। ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୁଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପୁଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଛି ବୋଲି କୁହାଯାଇଛି।
Odisha LED Street Light Scam ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: କେନ୍ଦୁଝର, ନୟଗଡ଼ା ଓ ଯାଜପୁରରୁ ୩ ଠିକାଦାର ଗିରଫ
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକ ଭୀମସେନଙ୍କ ସମ୍ପୃକ୍ତି ଥିବା ନେଇ ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ସମୟରେ ଭୀମସେନଙ୍କର ଏହି ମୃତ୍ୟୁ ମାମଲାରେ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।