Alternative drama: ବିକଳ୍ପ ନାଟକର ନିମଗ୍ନ ସାଧକ
"ଜଣେ ଶିଳ୍ପୀ, କର୍ମୀ ଓ ସ୍ରଷ୍ଟାଙ୍କ ପରିଚୟ କେବଳ ବେଶଭୂଷାରେ ସୀମିତ ନଥାଏ।
ଅତି ସାଧାରଣ ଦିଶୁଥିବା ମଣିଷଟିଏ ବି ହୋଇପାରେ ବହୁ ଦିଗରୁ ଅନନ୍ୟ ଓ ଅସାଧାରଣ।
ଏହି କ୍ରମରେ ଆସନ୍ତି ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଅଭିନେତା, ପ୍ରଯୋଜକ, ନାଟ୍ୟ ସଂଗଠକ ଏବଂ ଅନୁଷ୍ଠାନ ସଂସ୍ଥାପକ ସୁବୋଧ ପଟ୍ଟନାୟକ।
ସାମାଜିକ ପ୍ରତିବଦ୍ଧତା, ସାଧାରଣ ଜନତା ସହ ନିବିଡ଼ତା ଏବଂ ନାଟ୍ୟ ଆନ୍ଦୋଳନକୁ ପୃଥକ୍ ତଥା ନୂଆ ଧାରା ଦେଇ ସେ ଜଣେ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ ରୂପେ ଖ୍ୟାତି ଅର୍ଜନ କରିଛନ୍ତି।
ନିକଟରେ ବର୍ଷ ୨୦୨୫ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇବାକୁ ସେ ମନୋନୀତ ହୋଇଛନ୍ତି।
ଏହି ପରିପ୍ରେକ୍ଷୀର ସୁବୋଧଙ୍କ ଜୀବନଯାତ୍ରା, ଅଧ୍ୟବସାୟ ଓ ନାଟକ ପ୍ରତି ନିଷ୍ଠା ଏବଂ ନାଟ୍ୟ ଜଗତ୍ ପ୍ରତି ତାଙ୍କର ପ୍ରମୁଖ ଅବଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସ୍ବତନ୍ତ୍ର ଆଲୋଚନା କରିଛନ୍ତିଅଭିରାମ ବିଶ୍ବାଳAdvertisment Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ତାଙ୍କ ଶ୍ମଶ୍ରୁ, ଚଷମା, ପଞ୍ଜାବି ଓ କାନ୍ଧଝୁଲା ଆଦି ସୂଚେଇ ଦିଏ ଯେ ସୁବୋଧ ପଟ୍ଟନାୟକ ଜଣେ ଶିଳ୍ପୀ, କର୍ମୀ ଓ ସ୍ରଷ୍ଟା।
ତାହା ସିଏ ଅବଶ୍ୟ ଅଟନ୍ତି।
କିନ୍ତୁ ଚେହେରା ଓ ପରିପାଟୀ ବଳରେ ସିଏ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଅଭିନେତା, ପ୍ରଯୋଜକ, ନାଟ୍ୟ ସଂଗଠକ ଓ ଅନୁଷ୍ଠାନ ନିର୍ମାତା ନୁହନ୍ତି।
ତାଙ୍କ ପ୍ରତିଷ୍ଠା, ପ୍ରଭାବ, ପ୍ରସିଦ୍ଧି ଓ ସଫଳତା ଅନ୍ତରାଳର କାହାଣୀ ହେଉଛି ସାମାଜିକ ପ୍ରତିବଦ୍ଧତା ଓ ତୃଣମୂଳ ସଂପୃକ୍ତିସଂପନ୍ନ ଭିନ୍ନ ଏବଂ ନୂଆଧାରାର ନାଟ୍ୟ ଆନ୍ଦୋଳନ ସମ୍ଭବ କରେଇବା ଦିଗରେ ତାଙ୍କ ନିରବଚ୍ଛିନ୍ନ ସଂଘର୍ଷର ସୌନ୍ଦର୍ଯ୍ୟ।
ଏବେ ଯେବେ ଘୋଷଣା ହେଲା ଯେ ୨୦୨୫ ମସିହା ନିମନ୍ତେ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇବେ, ସାଙ୍ଗେ ସାଙ୍ଗେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା- କ"ଣ ହେଲା, ଏ ପର୍ଯ୍ୟନ୍ତ ସିଏ େସ ପୁରସ୍କାର ପାଇ ନ ଥିଲେ?ସୁବୋଧଙ୍କ ଜୀବନଯାତ୍ରାର ସଂକ୍ଷିପ୍ତ ଇତିହାସ କହେ ତାଙ୍କ ଭିତରେ ଗର୍ଭିତ ହୋଇ ରହିଛି ନିଜ ପ୍ରଦେଶ ଓ ଦେଶ ସାଙ୍ଗକୁ ବିଶ୍ବର ପ୍ରାୟ ସବୁ ମହାଦେଶର ଅନୁଭବ ଏବଂ ସଂସ୍ପର୍ଶ।
ଡେଲାଙ୍ଗ ପାଖ ଉଦୟପୁର ତାଙ୍କ ପୈତୃକ ଗଁା।
ଜନ୍ମ ଛତ୍ରପୁରରେ।
ବଢ଼ିଲେ ନବରଙ୍ଗପୁରରେ।
ଖଡ଼ିଛୁଅଁା ସୋରଡ଼ାରେ।
ପୁରୀରେ ଇଣ୍ଟର୍ମିଡିଏଟ୍ ବିଜ୍ଞାନ ସାରିଲା ପରେ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପଢ଼ିଲେ।
ସେଠି ରୢାଗିଂର ଶିକାର ହୋଇଥିଲେ।
ବିଭିନ୍ନ ସମୟରେ ଖୋ ଖୋ ଓ ଫୁଟ୍ବଲ ଖେଳିବା, କ୍ଲାସ୍ ମନିଟର୍ ହେବା ଏବଂ ସ୍କାଉଟ୍ରେ ଅଂଶଗ୍ରହଣ ଜରିଆରେ ନେତୃତ୍ବ ନେଇ ଶିଖିଥିବା ସୁବୋଧ ଜୀବନରେ ପ୍ରଥମଥର ମାଡ଼ ଖାଇଲେ ରୢାଗିଂ ବେଳେ।
ଇଞ୍ଜିନିୟରିଂ ପଢ଼ାରୁ ମନ ହଟିଲା।
ଭୁବନେଶ୍ବର ଫେରିଆସିଲେ।
ବିଶିଷ୍ଟ ନାଟ୍ୟକାର ଓ ଅନୁଷ୍ଠାନ ନିର୍ମାତା କମଳ ଲୋଚନ ମହାନ୍ତିଙ୍କ ସହ ଭେଟ ହେଲା।
ସେଇଠି ସିଏ ଅନେକ କଥା ଭିତରେ ଜାଣିବାକୁ ପାଇଲେ ଯେ ନାଟକ ବି ପଢ଼ାଯାଏ ଓ ଶିଖାଯାଏ।
ଯୋଗଦେଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ।
ସେଠି ସିଏ ପାଇଥିଲେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ପ୍ରଶିକ୍ଷିତ ଓଡ଼ିଶାର ଦୁଇ ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଓ ଅଜିତ ଦାସଙ୍କୁ ଗୁରୁ ଭାବେ।
ଏକାଧିକ ଥର ସୁବୋଧବାବୁ କହିଛନ୍ତି- ""ବିଜୟ ସାର୍ ଓ ଅଜିତ ସାର୍ଙ୍କ ଠାରୁ ମୁଁ ଶିଖିଛି ନାଟକର ବ୍ୟାକରଣ।"" ନାଟ୍ୟ ଜଗତକୁ ସୁବୋଧ ପଟ୍ଟନାୟକଙ୍କ ଚାରି ପ୍ରମୁଖ ଅବଦାନ ହେଉଛି- ନାଟ୍ୟ ଚେତନା, ନାଟ୍ୟ ଗ୍ରାମ, ସାଇକେଲ୍ ଥିଏଟର୍ ଓ ଅନ୍ତରଙ୍ଗ ନାଟକ।
୧୯୮୬ରେ ସିଏ ଆରମ୍ଭ କରିଥିଲେ "ନାଟ୍ୟ ଚେତନା" ସଂସ୍ଥା।
ସେତେବେଳକୁ ତାଙ୍କ ମୁଣ୍ଡରେ ଢୁକି ସାରିଥିଲା ଯେ ମନୋରଞ୍ଜନଧର୍ମୀ ଓ କଳାତ୍ମକ ନାଟକ ବାହାରେ ଆଉ ଏକ ନାଟକ ବି ଅଛି।
ସେଇ ଧରଣର ନାଟକ ଅନ୍ବେଷଣରେ ସିଏ ଯାଇ ପହଞ୍ଚିଲେ ଦିଲ୍ଲୀରେ ପଥପ୍ରାନ୍ତ ନାଟକର ଅଗ୍ରଦୂତ ସଫ୍ଦର ହସ୍ମୀଙ୍କ ପାଖରେ।
ହସ୍ମୀ କିଛି ସମୟର କଥାବାର୍ତ୍ତା ପରେ ସୁବୋଧଙ୍କୁ କହିଥିଲେ- ଠିକ୍ ଅଛି।
ଆମ ସହ ଯୋଡ଼ିହୋଇ ଶିଖିପାରିବ।
କିନ୍ତୁ, କମ୍ୟୁନିଷ୍ଟ୍ ଦଳରେ ମିଶିବାକୁ ହେବ।
ଉତ୍ତରରେ ତରୁଣ ସୁବୋଧ ସାଙ୍ଗେ ସାଙ୍ଗେ ସ୍ପଷ୍ଟ କରିଥିଲେ- ନା, ନା, ମୁଁ ଆସିଛି ନାଟ୍ୟକର୍ମୀ ହେବାକୁ; ଦଳରେ ମିଶିବାକୁ ନୁହେଁ।
ସନ୍ଧାନ ପ୍ରକ୍ରିୟାରେ ସିଏ ଖବର ପାଇଲେ ଯେ ଥାର୍ଡ ଥିଏଟର୍ ଖ୍ୟାତିସଂପନ୍ନ ବାଦଲ ସରକାର ଥିଲେ ହସ୍ମୀଙ୍କ ଗୁରୁ।
ତାଙ୍କଠୁଁ କିଛିଦିନ ତାଲିମ ନେଲେ।
ବାଦଲ ସରକାରଙ୍କୁ ଭେଟିଲା ପରେ ସୁବୋଧଙ୍କର ହୃଦ୍ବୋଧ ହେଲା ଯେ- ""ସବୁ ନାଟ୍ୟକର୍ମ ଏକ ପ୍ରକାରର ରାଜନୀତିକ କର୍ମ।
ସଫ୍ଦର ହସ୍ମୀ ଯାହା କହୁଥିଲେ ତାହା ଗହୀରେଇ ଦେଖିଲେ କିଛି ଭୁଲ୍ କହୁ ନ ଥିଲେ।"" ଅବଶ୍ୟ ଏକ ସାଂସ୍କୃତିକ ମାଧ୍ୟମ ଭାବେ ନାଟକ ରାଜନୀତି ଓ ଦଳୀୟ ରାଜନୀତି ଭିତରର ପାର୍ଥକ୍ୟ ବୁଝିଥାଏ ବୋଲି ଜାଣିଥିଲେ ସୁବୋଧ।
୧୯୯୧ରେ ବାଦଲ ସରକାରଙ୍କ ସହ ପରିଚୟ ହେବା ଆଗରୁ ସୁବୋଧ ଫିଲିପାଇନ୍ସ୍ର "ପେଟା"ରୁ ଶୈକ୍ଷିକ ନାଟକ, ରାଜେଶ ଟଣ୍ଡନ୍ଙ୍କ ନୂଆଦିଲ୍ଲୀର "ପ୍ରିଆ" ସଂସ୍ଥାରୁ ଭାଗୀଦାରି ଗବେଷଣା ବଳରେ ଦୃଷ୍ଟି-ଲକ୍ଷ୍ୟ-କୌଶଳ ନିରୂପଣ ଏବଂ ବଙ୍କର ରାୟ ପ୍ରତିଷ୍ଠିତ ରାଜସ୍ଥାନର ଟିଲୋନିଆର "ସୋସାଲ୍ ୱାର୍କ ଆଣ୍ଡ୍ ରିସର୍ଚ ସେଣ୍ଟର୍"ରୁ ପ୍ରୟୋଗାତ୍ମକ କଣ୍ଢେଇନାଚ ଉପରେ ଅତି ଉପାଦେୟ ବ୍ୟାବହାରିକ ଜ୍ଞାନ ହାସଲ କରିସାରିଥିଲେ।
୧୯୯୧ ମସିହାରେ "ନାଟ୍ୟଗ୍ରାମ"ର ପ୍ରାରମ୍ଭିକ ପରିକଳ୍ପନା ସୁବୋଧ କରିଥିଲେ ଏବଂ ସେଇ ବର୍ଷ ଜମି ଚିହ୍ନଟ ହୋଇଥିଲା ବରୁଣେଇ ପାହାଡ଼ର ପାଦଦେଶରେ।
ତାହା ଥିଲା ଖୋର୍ଦ୍ଧାରୁ ଅଣ୍ଡା ବାଜପୁର ଯିବା ରାସ୍ତାରେ।
ଶିଆଳିଆପାଟଣାକୁ ଲାଗି ଚଡ଼କମରା ପଡ଼ିଆରେ ଯେଉଁଠି ଫୁଟ୍ବଲ ଖେଳ ହେଉଥିଲା।
କିନ୍ତୁ, ସେ ଟାଙ୍ଗରା ଜାଗାରେ ସମସ୍ୟା ଅନେକ।
ସବୁଠୁ ବଡ଼ ସମସ୍ୟା ପାଣିର।
ଜାନୁଆରିରୁ ଜୁନ୍ ଛ"ମାସ ପାଣି ମିଳେନି।
ପାଣି କିଣାଯାଏ।
ଭେଣ୍ଡି, ଜହ୍ନି ଓ କାକୁଡ଼ି ଲଗେଇଲେ ଦିନ କେଇଟାରେ ଖାଇଦିଅନ୍ତି ମାଙ୍କଡ଼ପଲ। "ନାଟ୍ୟଗ୍ରାମ" ସାକାର ରୂପ ନେଲା ୧୯୯୩ରେ ଏବଂ ସେ ଅଭିକ୍ରମର ଲକ୍ଷ୍ୟ ଥିଲା ନାଟକ ସମ୍ବନ୍ଧିତ ପ୍ରଶିକ୍ଷଣ, ଆଲୋଚନା, ଭାବ ବିନିମୟ, ସାକ୍ଷାତ ଓ ଲୋକ ନାଟ୍ୟମେଳାର ଆୟୋଜନ। ସେଥିପାଇଁ ଖସଡ଼ା କରାଯାଇଥିଲା ନାଟ୍ୟ ଆଶ୍ରମ, ନାଟ୍ୟ ଜ୍ଞାନ, ନାଟ୍ୟ ମଣ୍ଡପ, ନାଟ୍ୟ ଶାଳା, ନାଟ୍ୟ ହାଟ, ନାଟ୍ୟ ଲିପି, ନାଟ୍ୟ ନିବାସ ଓ ନାଟ୍ୟ ଚେତନା ପ୍ରଭୃତିର।
ପରିବେଶ, ସଂସ୍କୃତି, ଲିଙ୍ଗ, ଅର୍ଥନୀତିକ ଶୋଷଣ ଓ ସାମାଜିକ-ରାଜନୀତିକ ଏକତା ପ୍ରସଙ୍ଗକୁ ନେଇ ମୁଖ୍ୟତଃ ସୁବୋଧଙ୍କ ନାଟକମାନ।
ତାଙ୍କର ପ୍ରତ୍ୟୟ ହୋଇଥିଲା ଯଦି ହବିବ୍ ତନ୍ବୀର, ପାନ୍ନିକର, କହ୍ନେୟାଲାଲ୍ ଓ ରତନ୍ ଥିୟାମ୍ ଆଦି ବିକଳ୍ପ ନାଟ୍ୟ ଧାରା ତଥା ଅନୁଷ୍ଠାନ ସୃଷ୍ଟି କରିପାରିବେ ତେବେ ଓଡ଼ିଶାରେ ଏବଂ ଓଡ଼ିଆରେ କାହିଁକି ଅଲଗା କାଟର ଓ ବିଷୟବସ୍ତୁ ଆଧାରିତ ଦେଶୀ, ଖାଣ୍ଟି ଓ ଜୈବିକ ନାଟକ କରିହେବନି!
Attack In Pakistan: କରାଚିରେ ବଡ଼ ଆତ୍ମଘାତୀ ଆକ୍ରମଣ, ୪ଜଣଙ୍କ ମୃତ୍ୟୁ ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ଛୋଟ ଓ ସାଇକେଲ୍ ନାଟକ।
ସହରାଞ୍ଚଳ ନିମନ୍ତେ ଅଭିପ୍ରେତ ବଡ଼ ଓ ଅନ୍ତରଙ୍ଗ ନାଟକ। "ସାଇକୋ ଥିଏଟର୍" ବା ସାଇକେଲ୍ ନାଟକ ପ୍ରସିଦ୍ଧିସଂପନ୍ନ ସୁବୋଧଙ୍କୁ ଅନ୍ତରଙ୍ଗ ନାଟ୍ୟ ଭାବାଦର୍ଶ ଖ୍ୟାତିର ସୁବୋଧଙ୍କ ଠାରୁ ଅଲଗା କରି ଦେଖିହେବନି।
ଏଯାବତ୍ ସିଏ ପ୍ରାୟ ୪୯ଟି ଛୋଟ ନାଟକ ଓ ୩୧ଟି ବଡ଼ ନାଟକ କରିସାରିଲେଣି।
ନାମକରଣ କାହିଁକି ସାଇକୋ ଥିଏଟର୍?
କାରଣ ଏଇଆ- ପାତ୍ରପାତ୍ରୀ ନାଟ୍ୟ ସରଞ୍ଜାମ ସାଙ୍ଗରେ ନେଇ ଯାଆନ୍ତି ସାଇକେଲ୍ରେ।
ସେ ଧରଣର ନାଟକ ଗଁାରୁ ଗଁା ବୁଲେ ଓ ଦର୍ଶକଙ୍କ ସହ ନିବିଡ଼ ସଂପର୍କ ସ୍ଥାପନ କରେ।
କେତେବେଳେ ଯାଇଛି କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ତ ଆଉ କେବେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା।
ଯେଉଁ େଯଉଁ ନାଟକ ସୁେବାଧ ପ୍ରସ୍ତୁତ କରିବା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ସେ ସବୁ ଭିତରୁ କେତୋଟି ହେଲା- ବଣ ମଣିଷ, କାଠ, ଶୋଷ, ଫୁଲ, ନିଅଁା, ପଚିଶ ଭୂତ, କଳା ପାଣି, ସପନର ସପନ, ଟାଙ୍ଗିଆ ଛାପ, କାହା ପାଇଁ ଆତ୍ମହତ୍ୟା, ଧଳା ସୁନା, ଝରଣା ଝରିବ, ଆକାଶ କଇଁଆ, ଖୋଲିଦିଅ ଅନ୍ଧପଟି, ବିଷ ବଜାର, ମାଠିଏ ପାଣି, ସୀତା ଅସୀତା, କୁଅଁା କୁଅଁା, ଚ୍ରିଂ ଚ୍ରିଂ ଓ ବର୍ଷା।
ପ୍ରସଙ୍ଗ ଯଥାକ୍ରମେ- ଏକାଠି ହେବାର ଆବଶ୍ୟକତା, ଅନ୍ୟତ୍ର ଗମନ, ପାଣି ସମସ୍ୟା, ଜଙ୍ଗଲହାନି, ମାଓବାଦୀ ଝିଅ, ସର୍ବନିମ୍ନ ମଜୁରି, ଖଣିଜନିତ ପ୍ରଦୂଷଣ, ଲୁଣା ଜଙ୍ଗଲର ବିଲୋପ, ଅନାହାର ମୃତ୍ୟୁ, ଅରଣ୍ୟ କ୍ଷୟ, ବର୍ଣ୍ଣସଙ୍କର କପା ଚାଷ, ଜଳ ସଂକଟ, ଉପକୂଳ ରାଜପଥର ସାଂସ୍କୃତିକ କୁ-ପ୍ରଭାବ, ସାକ୍ଷରତା ଆନ୍ଦୋଳନ, ମଦର ବିରୋଧ, ଜଳାଭାବ, ଆଧୁନିକ ନାରୀର ଦ୍ବନ୍ଦ୍ବ, କରୋନାର ପୀଡ଼ା, ପଶୁପକ୍ଷୀଙ୍କ ବିଦ୍ରୋହ ଏବଂ ଜଳବାୟୁ ପରିବର୍ତ୍ତନର ମହାବିପତ୍ତି। "ବର୍ଷା"ରେ ଚରିତ୍ର ବେଙ୍ଗ ଓ ଗାଈ ମଧ୍ୟ।
ମହାପାତ୍ର ନୀଳମଣି ସାହୁଙ୍କ "ବିହଙ୍ଗ ବିପ୍ଳବ" ଗଳ୍ପ ଆଧାରିତ "ଚ୍ରିଂ ଚ୍ରିଂ" ଯେଉଁଥିରେ ପ୍ରମୁଖ ଚରିତ୍ର ହଳଦୀବସନ୍ତ, କଜଳପାତି, କାଉ, ମାଙ୍କଡ଼ ଓ ଭାଲୁ।
ଫକୀରମୋହନ, ମନୋଜ ଦାସ, ପ୍ରତିଭା ରାୟ, ପ୍ରାଣବନ୍ଧୁ କର, ସୁରେନ୍ଦ୍ର ମହାନ୍ତି ଓ ଗୌରହରି ଦାସ ପ୍ରମୁଖଙ୍କ ମୂଳ ଲେଖାକୁ ନେଇ ମଧ୍ୟ ସୁବୋଧ ନାଟକ କରିଛନ୍ତି।
ଫ୍ରାନ୍ସ, ଇଟାଲୀ, ବେଲ୍ଜିଅମ୍, ହଲାଣ୍ଡ୍, କାନାଡ଼ା, ଶ୍ରୀଲଙ୍କା, ବଙ୍ଗଳାଦେଶ, ନର୍ୱେ, ନେପାଳ, କୋରିଆ, ହଂକଂ ଓ ଅନ୍ୟାନ୍ୟ ଅନେକ ଦେଶକୁ ନିଜ ନାଟକ ନେଇଯାଇଥିବା ସୁବୋଧ ମୁଖ୍ୟତଃ ଓଡ଼ିଆ ସାଙ୍ଗକୁ ବେଳେବେଳେ ବଙ୍ଗଳା, ନେପାଳୀ, ଫରାସୀ, ଇଂରାଜୀ, ହିନ୍ଦୀ ଓ ଉତ୍ତରାଖଣ୍ଡୀ ପାହାଡ଼ୀ ଆଦି ଭାଷାରେ ନାଟକ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
କିନ୍ତୁ ସବୁବେଳେ ସେ ବିଶ୍ବାସ କରନ୍ତି ଦର୍ଶକ ଓ ପରିବେଷଣକାରୀ ମଧ୍ୟରେ କୃତ୍ରିମ ବ୍ୟବଧାନକୁ ନାଟକ ହଟେଇ ପାରିଲେ ତାହା ପ୍ରଚାରଧର୍ମୀ ନ ହୋଇ ବି ସମସ୍ତଙ୍କ ମସ୍ତିଷ୍କ ଓ ହୃଦୟର ଝରକା ଏବଂ କବାଟ ଖୋଲିଦେଇ ଚିତ୍ତପ୍ରସାରଣରେ ମଧ୍ୟ ସହାୟକ ହେବ।
ସେ ଅାହୁରି ଜାଣନ୍ତି ଯେ ଛିନ୍ନମୂଳ ନାଟକ ବିଚ୍ଛିନ୍ନ ଓ ଅବାସ୍ତବ ନାଟକ।ମୋ: ୯୪୩୭୩୦୭୦୭୯"