AIIMS: ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ଉତ୍ତେଜନା: ଡାକ୍ତର, ନର୍ସିଂ କର୍ମଚାରୀଙ୍କୁ ଆକ୍ରମଣ
"ଭୁବନେଶ୍ବର: ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଜି ଏମ୍ସ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।
ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ବନ୍ଧୁ ଓ ପରିଜନ ଏମ୍ସ ପରିସରରେ ଭଙ୍ଗାରୁଜା କରିବା ସହିତ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି।
ଏନେଇ ଏମ୍ସ ସିକ୍ୟୁରିଟି ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ୩ଜଣଙ୍କୁ ଅଟକ ରଖିଛି।Advertisment AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି ଖବର ଅନୁସାରେ, ଗତ ଜୁନ୍ ୨୪ ତାରିଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଜଟଣୀ ଓଗାଳପଡ଼ା ଗ୍ରାମର ଶିବଶଙ୍କର ବେହେରା(୩୬) ବିଷ ପିଇ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ।
ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଜରୁରିକାଳୀନ ଵାର୍ଡରେ ଭର୍ତ୍ତି କରାଯାଇଥିଲା।
ମାତ୍ର ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ତାଙ୍କୁ ମେଡିସିନ୍ ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।
ଏହା ପରେ ଶିବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ହେଁ ଆଜି ସକାଳୁ ହଠାତ୍ ବିଗିଡ଼ିଯାଇଥିଲା।
ଏମ୍ସ କର୍ତ୍ତୃପକ୍ଷ ପୂର୍ବରୁ ପରିବାର ଲୋକଙ୍କୁ ଶିବଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇଥିଲେ।
ଡାକ୍ତରୀ ଟିମ୍ ତାଙ୍କୁ ତୁରନ୍ତ ଲାଇଫ୍ ସପୋର୍ଟ ସିଷ୍ଟମ୍ ଦ୍ବାରା ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ।
ମାତ୍ର ସବୁ ସତ୍ତ୍ବେ ଶିବଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ଖବର ଶୁଣି ଶିବଙ୍କ ସାଙ୍ଗ ଓ ପରିବାର ଲୋକେ ସେଠାରେ ଉପସ୍ଥିତ ଥିବା ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
୩ ଜଣଙ୍କୁ ଅଟକ ରଖିଛି ପୁଲିସ ଏପରିକି ସେମାନେ ମେଡିସିନ୍ ଵାର୍ଡ ମଧ୍ୟରେ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିଲେ।
ପରିସ୍ଥିତି ଏପରି ହୋଇଥିଲା ଯେ ଚିକିତ୍ସା ହେବାକୁ ଆସିଥିବା ଅନ୍ୟ ରୋଗୀ ଓ ତାଙ୍କ ସଂପର୍କୀୟ ଭୟଭୀତ ହୋଇପଡ଼ିଥିଲେ।
ଏମ୍ସ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନକାରୀଙ୍କୁ ନିଜ ହେପାଜତକୁ ନେଇଥିଲା।
କିଛି ସମୟ ମଧ୍ୟରେ ଏମ୍ସରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଅପରପଟେ ଏମ୍ସ କର୍ତ୍ତୃପକ୍ଷ ରୋଗୀ ଅବହେଳା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ଏମ୍ସର ମେଡିକାଲ ଅଧୀକ୍ଷକ ଡା.
ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ପ୍ରୋଟକଲ୍ ଅନୁଯାୟୀ ଏମ୍ସର ଡାକ୍ତରୀ ଦଳ ଶିବଙ୍କୁ ବଞ୍ଚାଇବା ଉଦ୍ୟମ କରିଥିଲେ।
ମାତ୍ର ତାଙ୍କର ବିଷକ୍ରିୟା ଉଦ୍ବେଗଜନକ ସ୍ତରରେ ଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ସେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି।
ଏହା ସହିତ କୌଣସି ଗୁଜବ ବା ମିଛ ଖବରକୁ ବିଶ୍ବାସ ନକରି ପୂର୍ବଭଳି ଏମ୍ସ ଓ ଏହାର କର୍ମଚାରୀଙ୍କ ଉପରେ ଆସ୍ଥା ରଖିବାକୁ ଡା.
ତ୍ରିପାଠୀ ନିବେଦନ କରିଛନ୍ତି।
Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ"